ଟାଇମ୍ସ ହାଇଅର ଏଜୁକେସନ୍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂରେ ପୁଣି ଉପରକୁ ଉଠିଲା କିଟ୍ ବିଶ୍ୱବିଦ୍ୟାଳୟ

ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଟାଇମ୍ସ ହାଇଅର ଏଜୁକେସନ୍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂ ପ୍ରକାଶ ପାଇଛି । ପ୍ରତିବର୍ଷ ପରି ଚଳିତବର୍ଷ କିଟ୍ ବିଶ୍ୱବିଦ୍ୟାଳୟ ଏହି ରାଙ୍କିଂରେ ବିଶ୍ୱ ତଥା ସର୍ବଭାରତୀୟସ୍ତରରେ ତାର ସ୍ଥାନ ବଜାୟ ରଖିଛି ।

ଭୁବନେଶ୍ବର(କେନ୍ୟୁଜ୍): ଟାଇମ୍ସ ହାଇଅର ଏଜୁକେସନ୍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂରେ ଉପରକୁ ଉଠିଛି କିଟ୍ ବିଶ୍ୱବିଦ୍ୟାଳୟ । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଟାଇମ୍ସ ହାଇଅର ଏଜୁକେସନ୍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂ ପ୍ରକାଶ ପାଇଛି । ପ୍ରତିବର୍ଷ ପରି ଚଳିତବର୍ଷ କିଟ୍ ବିଶ୍ୱବିଦ୍ୟାଳୟ ଏହି ରାଙ୍କିଂରେ ବିଶ୍ୱ ତଥା ସର୍ବଭାରତୀୟସ୍ତରରେ ତାର ସ୍ଥାନ ବଜାୟ ରଖିଛି ।

ଗୁରୁବାର ଟାଇମ୍ସ ହାଇଅର ଏଜୁକେସନ୍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂ-୨୦୨୪ ପ୍ରକାଶିତ ହୋଇଥିବା ବେଳେ ଏଥିରେ କିଟ୍ ଅତ୍ୟଧିକ ଭଲ ପ୍ରଦର୍ଶନ କରିଛି । ଗତବର୍ଷ ଅପେକ୍ଷା ଚଳିତବର୍ଷ କିଟ୍ ବିଶ୍ୱବିଦ୍ୟାଳୟ ସ୍କୋରରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେବା ସହ ସ୍କୋର ମଧ୍ୟ ବଢ଼ିଛି । ଚଳିତବର୍ଷ କିଟ୍ ବିଶ୍ୱବିଦ୍ୟାଳୟ ଜାତୀୟସ୍ତରରେ ୯୧ଟି ଅନୁଷ୍ଠାନ ମଧ୍ୟରେ ୬୦୧ ରାଙ୍କ ସହ ୬ଷ୍ଠ ସ୍ଥାନରେ ରହିଥିବା ବେଳେ ଓଡ଼ିଶାରେ ପ୍ରଥମ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି ।

ଶୈକ୍ଷିକ ପରିବେଶ, ଗବେଷଣା, ଆଦୃତି, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଓ ଇଣ୍ଡଷ୍ଟ୍ରି ଇନକମ୍ ଆଦି ମାପଦଣ୍ଡକୁ ନେଇ ଟାଇମ୍ସ ହାଇଅର ଏଜୁକେସନ୍ ପକ୍ଷରୁ ବିଶ୍ୱର ବହୁ ବିଶ୍ୱବିଦ୍ୟାଳୟକୁ ନେଇ ଏହି ରାଙ୍କ ପ୍ରସ୍ତୁତ କରାଯାଇଛି । ବିଶ୍ୱର ସମସ୍ତ ବିଶ୍ୱବିଦ୍ୟାଳୟକୁ ନେଇ ଟାଇମ୍ସ ହାଇଅର ଏଜୁକେସନ୍ ଏହି ର ୍ୟାଙ୍କ ପ୍ରସ୍ତୁତ କରିଥାଏ । ପୂର୍ବବର୍ଷ ତୁଳନାରେ ଅଧିକ ଭଲ ପ୍ରଦର୍ଶନ କରି ଚଳିତବର୍ଷ ଦେଶର ପୂର୍ବାଞ୍ଚଳ ଓ ଓଡ଼ିଶା ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ୍ ପ୍ରଥମ ସ୍ଥାନରେ ରହିପାରିଛି । କିଟ୍ ଖୁବ୍ କମ୍ ଦିନର ଏକ ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ବିଶ୍ୱର ଲବ୍ଧ ପ୍ରତିଷ୍ଠିତ ଓ ପୁରାତନ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ସମକକ୍ଷ ହୋଇ ଏତେ ଉନ୍ନତ ପ୍ରଦର୍ଶନ କରିଥିବାରୁ ବହୁ ଶିକ୍ଷାବିତ୍ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।

ଡକ୍ଟର ସାମନ୍ତଙ୍କ ଦୂରଦୃଷ୍ଟି ପାଇଁ ଓଡ଼ିଶାର ଏହି ବିଶ୍ୱବିଦ୍ୟାଳୟ ଆଜି ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟଗୁଡ଼ିକର ସମକକ୍ଷ ହେବା ସହ ପ୍ରତିଷ୍ଠିତ ଓ ପୁରାତନ ବିଶ୍ୱବିଦ୍ୟାଳୟକୁ ଅତିକ୍ରମ କରିପାରିଛି ବୋଲି ସେମାନେ ମତ ଦେଇଛନ୍ତି । ଡକ୍ଟର ସାମନ୍ତ କିଟ୍ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମିଳିତ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି । କିଟ୍ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ପ୍ରତିଷ୍ଠାତା ଡକ୍ଟର ସାମନ୍ତଙ୍କ ନିରନ୍ତର ପ୍ରଚେଷ୍ଟା ଓ ଦୂରଦୃଷ୍ଟିକୁ ସାଧୁବାଦ ଜଣାଇଛନ୍ତି ।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.