୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ, କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
ବିଲ୍ଡିଂରେ ଫାୟାର ସେଫ୍ଟି ବ୍ୟବସ୍ଥା ନଥିଲା । ଘଟଣାସ୍ଥଳରେ କଟକ ଜିଲ୍ଲାପାଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଅଗ୍ନିଶମ ବାହିନୀର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଜିଲ୍ଲାପାଳ। ଏକ ବଡ଼ ଅଘଟଣରୁ ଆଖପାଖ ବିଲ୍ଡିଂ ବର୍ତ୍ତିଯାଇଥିବା କହିଛନ୍ତି ଜିଲ୍ଲାପାଳ।

କଟକ(କେନ୍ୟୁଜ୍): କଟକରେ ଆୟତ୍ତ ହେଲା ନିଆଁ । ଦୀର୍ଘ ୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ କଟକ ଚୌଧୁରୀ ବଜାର ଲୁଗା ଦୋକାନରେ ଲାଗିଥିବା ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ। ନିଆଁ ଲାଗି କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ବିଲ୍ଡିଂରେ ଫାୟାର ସେଫ୍ଟି ବ୍ୟବସ୍ଥା ନଥିଲା । ଘଟଣାସ୍ଥଳରେ କଟକ ଜିଲ୍ଲାପାଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଅଗ୍ନିଶମ ବାହିନୀର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଜିଲ୍ଲାପାଳ। ଏକ ବଡ଼ ଅଘଟଣରୁ ଆଖପାଖ ବିଲ୍ଡିଂ ବର୍ତ୍ତିଯାଇଥିବା କହିଛନ୍ତି ଜିଲ୍ଲାପାଳ।
ଆଗକୁ ବ୍ୟବସାୟ ପ୍ରତିଷ୍ଠାନର ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଞ୍ଚ ହେବ। ପ୍ରଥମେ ତଳ ମହଲାରେ ନିଆଁ ଲାଗିବା ପରେ ଉପର ମହଲାକୁ ବ୍ୟାପିଥିଲା। ନିଆଁ ଲିଭା କାର୍ଯ୍ୟରେ ୭ଟି ଦମକଳ ଗାଡି ଓ ୨୦ ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ। ସ୍କାଏ ଲିଫ୍ଟ ସାହାଯ୍ୟରେ ନିଆଁ ଲିଭା ଯାଇଥିଲା। ବିଲ୍ଡିଂ ଭିତରେ ଯାଞ୍ଚ କରୁଛନ୍ତି ଅଗ୍ନିଶମ ବାହିନୀ। ସର୍ଟ ସର୍କିଟରୁ ଦୋକାନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।