ଏ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ ମା’ ମଙ୍ଗଳା, ଥରେ ଭକ୍ତିର ସହ ଡାକିଦେଲେ ଦୂର କରିଦିଅନ୍ତି ସବୁ ସମସ୍ୟା

ମା' ମଙ୍ଗଳାଙ୍କ ମୁଣ୍ଡ ରୁ ଫୁଲ ଖସିଲେ ବିଭିନ୍ନ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ ଅଛି। ଦୁଃଖ ଶୁଣନ୍ତି ମା ମଙ୍ଗଳା। ଯିଏ ଜେଉ ମାନସିକ ନେଇ ଆସନ୍ତି ତାହା ଅବିଳମ୍ବେ ମା ପୂର୍ଣ୍ଣ କରିଥାନ୍ତି ବୋଲି ସ୍ଥାନୀୟ ଲୋକେ କୁହନ୍ତି। କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ ର ସର୍ବପୁରାତନ ଅନୁଷ୍ଠାନ ଯେଉଁଠି ଆଜକୁ ଶହେ ବର୍ଷ ରୁ ଊର୍ଦ୍ଧ୍ଵ ହେବ ମା ମଙ୍ଗଳା ପ୍ରତି ବର୍ଷ ଭାଦ୍ରବ ମାସ ରେ ମୃଣ୍ମୟୀ ମୂର୍ତ୍ତି ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇ ଥାନ୍ତି । ମାଆ ହେଉଛନ୍ତି ପ୍ରତକ୍ଷ ଦେବୀ ।

ଭାଦ୍ରବ ମାସରେ ପାଳନ ହୁଏ ମା ମଙ୍ଗଳାଙ୍କ ଓଷା । ଏଥିପାଇଁ ବିଭିନ୍ନ ସ୍ଥାନରେ ମା ମୃଣ୍ମୟୀ ମୂର୍ତ୍ତିରେ ପୂଜା ପାଇ ଥାଆନ୍ତି ।ସାଲେପୁର ଓ ନିଶ୍ଚିନ୍ତ କୋଇଲି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଏବେ ମା’ ମଙ୍ଗଳା ପୂଜା ପାଉଛନ୍ତି । କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ ବନ୍ଧୁ ପୁର ଗାଁ ରେ ପ୍ରାୟ ଶହେ ବର୍ଷ ରୁ ଉର୍ଦ୍ଧ୍ୱ ହେବ ମୃଣ୍ମୟୀ ମୂର୍ତ୍ତି ପୂଜା ହୋଇ ଆସୁଛି ।

ମା’ ମଙ୍ଗଳାଙ୍କ ମୁଣ୍ଡ ରୁ ଫୁଲ ଖସିଲେ ବିଭିନ୍ନ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ ଅଛି। ଦୁଃଖ ଶୁଣନ୍ତି ମା ମଙ୍ଗଳା। ଯିଏ ଜେଉ ମାନସିକ ନେଇ ଆସନ୍ତି ତାହା ଅବିଳମ୍ବେ ମା ପୂର୍ଣ୍ଣ କରିଥାନ୍ତି ବୋଲି ସ୍ଥାନୀୟ ଲୋକେ କୁହନ୍ତି। କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ ର ସର୍ବପୁରାତନ ଅନୁଷ୍ଠାନ ଯେଉଁଠି ଆଜକୁ ଶହେ ବର୍ଷ ରୁ ଊର୍ଦ୍ଧ୍ଵ ହେବ ମା ମଙ୍ଗଳା ପ୍ରତି ବର୍ଷ ଭାଦ୍ରବ ମାସ ରେ ମୃଣ୍ମୟୀ ମୂର୍ତ୍ତି ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇ ଥାନ୍ତି । ମାଆ ହେଉଛନ୍ତି ପ୍ରତକ୍ଷ ଦେବୀ । ମା ଙ୍କର ଅପାର କରୁଣା ରହି ଥିବାର ଲୋକେ କୁହନ୍ତି ।ଯିଏ ଯେଉ ମାନସିକ ରଖି ଏଠାକୁ ଆସନ୍ତି ତାହା ଅବିଳମ୍ବେ ପୂର୍ଣ୍ଣ ହୋଇ ଥାଏ। ସେଥି ପାଇ ପ୍ରତେକ ଦିନ ଶହ ଶହ ମାନସିକ ଧାରି ଶ୍ରଦ୍ଧାଳୁ ଧାଇ ଆସିନ୍ତି ଏଠାକୁ ।

ପଣା ଭୋଗ ମା ଙ୍କ ପ୍ରିୟ ହୋଇ ଥିବାରୁ ଏହି ସାତ ଦିନ ପୂଜାରେ ଦିନ ରାତି ପଣା ପ୍ରସ୍ତୁତ କରା ଯାଇଥାଏ । ପ୍ରତେକ ଦିନ ସକାଳୁ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ନୀତି କାନ୍ତି ବେଦ ଓ ଚଣ୍ଡୀ ପାଠ ରେ ପ୍ରକମ୍ପିତ ହୋଇ ପଡେ ବନ୍ଦୂପୂର୍ ଗାଆଁ । ଏହି ସାତ ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଭକ୍ତ ମାନଙ୍କ ଗହଳି ରେ ପୁରା ବନ୍ଧୁ ପୁର ଗାଆଁ ଚଳଚଞ୍ଚଳ ହୋଇ ଉଠେ ।

ସାଲେପୁର ବାଲିସାହି ରାଘପୁର ପିରବଜାର ସତାଟିଆ ଓ ନିଶ୍ଚିନ୍ତକୋଇଲି ଅଞ୍ଚଳ ର ବିଭିନ୍ନ ସ୍ଥାନରେ ମା ମଙ୍ଗଳାଙ୍କ ପୂଜା ବେଶ୍ ଧୁମ ଧାମ ରେ ପାଳିତ ହେଉ ଥିବା ବେଳେ ଆସନ୍ତା ରବିବାର ଭସାଣି ଉତ୍ସବ ପାଳିତ ହେବ ।ତେବେ ବନ୍ଧୁ ଗା ର ଏହି ମଙ୍ଗଳା ଅନୁଷ୍ଠାନ ଏକ ନିଆରା ଅନୁଷ୍ଠାନ ଯେଉଁଠି ମା ପ୍ରତେଖ ଏଠାରେ ଅଭ୍ରୀଭବ ହୋଇ ଥାଆନ୍ତି ଓ ଭକ୍ତ ଙ୍କ ମନସ୍କାମନା ପୂର୍ଣ୍ଣ ହୋଇ ଥାଏ ବୋଲି କୁହନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.