Below header

୫୦ ବର୍ଷର ଏହି ପୁରୁଣା ଦୋକାନରେ ଗ୍ରାହକଙ୍କୁ ମିଳେ ମାତ୍ର ୫୦ ପଇସିଆ ପିଆଜି

ପଚାଶ ପଇସା ରେ ମିଳୁଛି ପିଆଜି .. କ'ଣ ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ ନା... ହେବା ବି ସ୍ୱାଭାବିକl କାରଣ ଆଜି କଲି ସମୟରେ ସବୁ ଜିନିଷର ଦରଦାମ ବଢ଼ିଗଲାଣି। କିନ୍ତୁ ଏ ଭାଇ ଜଣଙ୍କ ଆଜି ବି ଗରାଖଙ୍କୁ ମାତ୍ର ପଚାଶ ପଇସା ରେ ଖାଇବା ଯୋଗାଉଛନ୍ତି l ଏତେ କମ ଟଙ୍କା ଆଜି କଲି ସମସ୍ତଙ୍କ ପାଖରେ ରହିବ ଅସମ୍ଭବ ହୋଇଥିଲେ ବି ଏଠାକାର ଲୋକେ ପ୍ରତେକ ଦିନ ଏ ଭାଇ ଙ୍କ ପାଖକୁ ଆସନ୍ତି .. ମନ ପସନ୍ଦ ଆଉ ସ୍ୱାଦିଷ୍ଟ ପିଆଜି ଖାଇବା ପାଇଁ ..

ପଚାଶ ପଇସା ରେ ମିଳୁଛି ପିଆଜି .. କ’ଣ ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ ନା… ହେବା ବି ସ୍ୱାଭାବିକl କାରଣ ଆଜି କଲି ସମୟରେ ସବୁ ଜିନିଷର ଦରଦାମ ବଢ଼ିଗଲାଣି। କିନ୍ତୁ ଏ ଭାଇ ଜଣଙ୍କ ଆଜି ବି ଗରାଖଙ୍କୁ ମାତ୍ର ପଚାଶ ପଇସା ରେ ଖାଇବା ଯୋଗାଉଛନ୍ତି l ଏତେ କମ ଟଙ୍କା ଆଜି କଲି ସମସ୍ତଙ୍କ ପାଖରେ ରହିବ ଅସମ୍ଭବ ହୋଇଥିଲେ ବି ଏଠାକାର ଲୋକେ ପ୍ରତେକ ଦିନ ଏ ଭାଇ ଙ୍କ ପାଖକୁ ଆସନ୍ତି .. ମନ ପସନ୍ଦ ଆଉ ସ୍ୱାଦିଷ୍ଟ ପିଆଜି ଖାଇବା ପାଇଁ .. ଏ ମହଙ୍ଗା ଯୁଗରେ ପିଆଜି ଯଦି ଏତେ କମରେ ମିଳୁଛି ତେବେ କିଏ କାହିଁକି ନ ଯିବ.. ସେଥିପାଇଁ ପ୍ରତେକ ଦିନ ଏଠାରେ ଭାଇ ନିଜ ଷ୍ଟଲ ଲାଗନ୍ତି ଆଉ ନିଜ ପ୍ରିୟ ଗ୍ରାହକଙ୍କୁ ପଚାଶ ପଇସା ରେ ଖାଇବା ଦିଅନ୍ତି .. ଏ ଭିଡିଓ ଏବେ ପସନ୍ଦ ଆସୁଛି .. ଯିଏ ଶୁଣୁଛି ସେ ଏ ଭାଇ ଙ୍କୁ ପ୍ରସଂଶା କରୁଛି ।

ଆଜି କାଲିକା ଦିନରେ ସବୁ ଜିନିଷର ଦାମ ଅଧିକ ହୋଇଥିବାବେଳେ ଯଦି କେଉଁଠି କମ ଟଙ୍କାରେ ଜିନିଷ ମିଳିଯାଉଛି ତାହେଲେ ସେଠି ଲୋକଙ୍କ ଭିଡ ଜମେ .. ଆଗ କାଳରେ ତ ସବୁ ଜିନିଷ ଦର କମ ଥିଲା.. ସାଧାରଣ ଭାବେ ଆପଣ ବରା , ପିଆଜି , ଅଲୁଚପ ୧ ଟଙ୍କା କିମ୍ବା ୨ ଟଙ୍କା ରେ ପାଉଥିଲେ .. ସବୁଠୁ କମ ଦାମ ଥିଲା ପଚାଶ ପଇସା ରେ ବି ଜିନିଷ କିଣି ହେଉଥିଲା… କିନ୍ତୁ ଏବେ ତ ସବୁ ର ଦାମ ଅଧିକା .. ଆମେ ଆଜି କିନ୍ତୁ ଯେଉଁ ଦୋକାନ ବୁଲାଉଛୁ ସେଠି ଆପଣ ଏସବୁ ମାତ୍ର ପଚାଶ ପଇସା ରେ ପାଇଯିବେ ..

ଭାଇଙ୍କ କହିବା ଅନୁସାରେ ଏ ଦୋକାନ ବା ବ୍ୟବସାୟ ଦୀର୍ଘ ପଚାଶ ବର୍ଷର …ଭାଇ ଙ୍କ କହିବା ଅନୁସାରେ ତାଙ୍କ ବାପା ଯେତେବେଳେ ଥିଲେ ୫୦ ପଇସିକିଆ ପିଆଜି କରୁଥିଲେ । କିଛି ବର୍ଷ ତଳେ ବାପା ଙ୍କ ଦେହାନ୍ତ ହେବା ପରେ ଏବେ ପୁଅ ୫୦ ପଇସି କିଆ ପିଆଜି କରି ଲୋକଙ୍କୁ ଦେଉଛନ୍ତି l ତା ସାଙ୍ଗକୁ ପୁଣି ପୁଦିନା ରସୁଣ ,କଞ୍ଚାଲଙ୍କା ଚଟଣି ଆଉ ଆଳୁ କସା ବି ମିଳୁଛି। ମାତ୍ର ୧୦ ଟଙ୍କା ରେ ସନ୍ଧ୍ୟା ସମୟରେ ଏଠାରେ ଟିଫିନ ର ମଜା ନିଅନ୍ତି ଗ୍ରାହକ ।

ଏହି ୫୦ ପଇସିକିଆ ପିଆଜି ଖାଇବା ପାଇଁ ଲୋକଙ୍କ ଭିଡ଼ ଲାଗୁଛି। କଟକ ଫକୀରପଡ଼ା ରେ ରହିଛି ଲଷ୍ମୀଧର ରାଉତଙ୍କ ଏହି ଛୋଟ ଜଳଖିଆ ଦୋକାନ ଟିଏ।ଏଠାରେ ଲଷ୍ମୀଧର ଙ୍କୁ ଶ୍ରଦ୍ଧା ରେ ସମସ୍ତେ ଲିଟୁ ବୋଲି ଡାକନ୍ତି। ସକାଳ ହେଉ ଅବା ସନ୍ଧ୍ୟା ସବୁ ସମୟ ରେ ଜଳଖିଆ ଖାଇବା ପାଇଁ ଲିଟୁ ଙ୍କ ଦୋକାନ ରେ ଲାଗେ ଭିଡ଼। ଆଖ ପାଖ ଅଞ୍ଚଳ ରୁ ୫୦ ପଇସା ରେ ପିଆଜି ମିଳୁ ଥିବାରୁ ଲିଟୁ ଙ୍କ ଦୋକାନ ଙ୍କୁ ସମସ୍ତେ ଧାଇଁ ଆସିଥାନ୍ତି ପିଆଜି , ଚଟଣି , ଆଲୁକସା ଖାଇବା ପାଇଁ । ଲିଟୁଙ୍କର ଆଲୁକସା ଓ ବାଡ଼ିଆ ଡାଲମା ରେ ରହିଛି ଗୋଟେ ଭିନ୍ନ ସ୍ୱାଦ।

ଦୀର୍ଘ ୫୦ ବର୍ଷ ତଳର ଏହି ଜଳଖିଆ ଦୋକାନ। ପ୍ରଥମେ ଲିଟୁ ଙ୍କ ଜେଜେ ମା ଏହି ଜଳଖିଆ ଦୋକାନ ଆରମ୍ଭ କରିଥିଲେ , ଜେଜେ ମା ଙ୍କ ପରେ ଲିଟୁ ଙ୍କ ବାପା ଆଉ ଲିଟୁ ଙ୍କ ବାପା ଙ୍କ ଦେହାନ୍ତ ପରେ ଏବେ ଲିଟୁ ନିଜେ ଏହି ଜଳଖିଆ ଦୋକାନ କରି ନିଜ ପରିବାରର ପେଟ ପୋଷୁଛନ୍ତି। ଏଠାକୁ ଆସିଲେ ଆପଣ ୫୦ ପଇସିକିଆ ପିଆଜି ସାଙ୍ଗକୁ ବରା , ଇଟିଲି , ପୁରି , ଆଳୁଚପ ମଧ୍ୟ ପାଇଯିବେ । ଲିଟୁଙ୍କ ୫୦ ପଇସିକିଆ ପିଆଜି ଖାଇବା ପାଇଁ ଆଖ ପାଖ ଅଞ୍ଚଳ ରୁ ଛୋଟ ଠୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଆସିଥାନ୍ତି। ୫୦ ପଇସିକିଆ ପିଆଜି ସାଙ୍ଗକୁ କେତେ ବେଳେ ଚଟଣି ଆଲୁକସା ତ ଆଉ କେତେ ବେଳେ ପିଆଜି , ପିଆଜ , କଞ୍ଚା ଲଙ୍କା ରେ ସନ୍ଧ୍ୟା ସମୟରେ ଖାଇବା ପାଇଁ ଆସର ଜମେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.