Below header

ଗରିବ ଝିଅର ଦୁଃଖ ବୁଝିଲେ ସାଂସଦ, ଏବେ +୩ ପାଠ ପଢ଼ିବ ଦମୟନ୍ତୀ

ବାପ ଛେଉଣ୍ଡ ଦମୟନ୍ତୀ ଯିବ କଲେଜ୍‌ । +୨ ପାସ କଲାପରେ ପଢିବାକୁ ପ୍ରବଳ ଇଛା ଥିଲେ ମଧ୍ୟ ଅର୍ଥାଭାବ ପାଇଁ +3 ରେ ନାଁ ଲେଖାଇ ନ ପାରୁ ନଥିଲା ଦମୟନ୍ତୀ ।

ପାଟଣାଗଡ (କେନ୍ୟୁଜ) : ଏବେ +୩ ପାଠ ପଢ଼ିବ ଦମୟନ୍ତୀ । ବାପ ଛେଉଣ୍ଡ ଦମୟନ୍ତୀ ଯିବ କଲେଜ୍‌ । +୨ ପାସ କଲାପରେ ପଢିବାକୁ ପ୍ରବଳ ଇଛା ଥିଲେ ମଧ୍ୟ ଅର୍ଥାଭାବ ପାଇଁ +3 ରେ ନାଁ ଲେଖାଇ ନ ପାରୁ ନଥିଲା ଦମୟନ୍ତୀ । ଯାହା ବିଷୟରେ ଖବର ପାଇ ମାତ୍ରକେ କଲେଜକୁ ଯାଇ ନିଜେ ଫୀ ଦାଖଲ କରିବା ଓ ଆଗକୁ ମଧ୍ୟ ପାଠ ପଢ଼ାରେ ସାହାଯ୍ୟ କରିବା ସହିତ ତାଙ୍କ ପରିବାର ର ସୁବିଧା ପାଇଁ ଉପଜିଲ୍ଲାପାଳ ଙ୍କୁ ସୁପାରିଶ କରିଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯାହା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପାଟଣାଗଡ ବ୍ଲକ ଲରମ୍ଭା ପଞ୍ଚାୟତ କୁତୁର୍ଲା ଗାଁର ଦମୟନ୍ତୀ ପର୍ଟିଆ ଗତ ବର୍ଷ ବାପା ସହଦେଵ ପର୍ଟିଆ ଆରପାରିକୁ ଚାଲି ଯାଇଥିବା ବେଳେ ମା ସରସ୍ବତୀ ଏବେ ରୋଗଗ୍ରସ୍ତ, ପରିବାର କହିଲେ ପାଞ୍ଚ ଭଉଣୀ ଓ ରୋଗୀଣା ମା । ବଡଭଉଣୀ ବିବାହ କରି ସାରିଥିବା ବେଳେ ବର୍ତମାନ ପରିବାରରେ ଚାରି ଭଉଣୀ ଓ ମା । ପରିବାରରେ ରୋଜଗାର କରିବା ପାଇଁ କେହି ନଥିବା ବେଳେ ସରକାରୀ ସୁବିଧା ଭାବରେ ପାଉଛନ୍ତି କେବଳ ୨୫ କିଲୋ ଚାଉଳ । ସେହି ୨୫ କିଲୋ ଚାଉଳରେ ପାଞ୍ଚପ୍ରାଣୀ କୁଟୁମ୍ବ ଦୁଖେକଷ୍ଟେ ଓଳିଏ ଖାଇ ଓଳିଏ ଉପବାସ ରେ ଚଳୁଥିବା ବେଳେ ମଝିଆଁ ଝିଅ ଦମୟନ୍ତୀ ଗତବର୍ଷ +୨ ପରୀକ୍ଷା ରେ ୫୨% ମାର୍କ ରଖି ପାସ କରିଥିବା ବେଳେ +୩ ପଢିବା ପାଇଁ ପ୍ରବଳ ଇଛା ଥିଲେ ମଧ୍ୟ ଅର୍ଥାଭାବରୁ ପାଠ ପଢ଼ାରେ ଡୋରି ଲାଗିବାକୁ ଯାଉଥିଲା ।

niranjanଦମୟନ୍ତୀ ଙ୍କ ପାଠ ପଢିବା ପାଇଁ ପ୍ରବଳ ଇଛା ଥିବା ଜାଣି +୨ କଲେଜର ଓଡ଼ିଆ ଅଧ୍ୟାପକ ସୁରେଶ ଚନ୍ଦ୍ର ବେହେରା ଝିଅର ଅସୁବିଧା ବିଷୟରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଜଣାଇ ଥିଲେ । ରାଜ୍ୟସଭା ସାଂସଦ ଖବର ପାଇବାକ୍ଷଣି କଲେଜରେ ପହଞ୍ଚି ପ୍ରିନସିପାଲଙ୍କ ସହ ଆଲୋଚନା କରିବା ସହିତ ନିଜସ୍ୱ ପାଣ୍ଠି ରୁ ଝିଅ ର ନାଁ ଲେଖାବା ପାଇଁ ଟଙ୍କା ଦେଇଥିଲେ ଓ ଦମୟନ୍ତୀ ତାଙ୍କ ପରିବାରର ଦୁଃଖ ବିଷୟରେ ଜଣାଇବା ପରେ ଉପଜିଲ୍ଲାପାଳ ଙ୍କୁ ତାଙ୍କ ପରିବାର ବିଷୟରେ ବୁଝି ଉପଯୁକ୍ତ ପଦକ୍ଷେପ ନେବାପାଇଁ ସୁପାରିଶ କରି ଛନ୍ତି । ଗରିବ ଝିଅଟିର ପାଠପଢିବା ପାଇଁ ପ୍ରବଳ ଇଛାକୁ ପୁରଣ କରିବା ପାଇଁ ସହଯୋଗର ହାତ ବଢ଼ାଇ ଥିବାରୁ ରାଜ୍ୟସଭା ସାଂସଦଙ୍କୁ ଅଞ୍ଚଳବାସି ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.