ଗୋବିନ୍ଦାଙ୍କ ଭାଣିଜୀ ବାହାଘର ପାଇଁ ଚାଲିଛି ପ୍ରସ୍ତୁତି, ଦେଖିବାକୁ ମିଳିଲା କୃଷ୍ଣା ଅଭିଶେକଙ୍କ ଡ୍ୟାନ୍ସର ଜଲଓ୍ଵା

ଭାଇ କୃଷ୍ଣା ଓ ଭାଉଜ କଶ୍ମୀରା ସାହା ଆରତି ସିଂଙ୍କ ବିବାହ ଫଙ୍କସନର ସମସ୍ତ ଦାୟିତ୍ୱ ନେଇଛନ୍ତି । କିଛି ଦିନ ପୂର୍ବରୁ ତାଙ୍କର ବ୍ୟାଚଲର ପାର୍ଟି ହୋଇଥିଲା ଏବଂ ଏବେ ହଳଦୀ ସେରିମୋନି ହୋଇଛି, ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବଲିଉଡର ସୁପରଷ୍ଟାର ଗୋବିନ୍ଦାଙ୍କ ଭାଣିଜୀ ତଥା ଫେମସ କମେଡିଆନ୍‌ କୃଷ୍ଣା ଅଭିଷେକଙ୍କ ଭଉଣୀ ଆରତୀ ସିଂଙ୍କ ବିବାହ ଆସନ୍ତା ୨୫ ଏପ୍ରିଲରେ ହେବାକୁ ଯାଉଛି । ଆରତୀ ନିଜ ବଏଫ୍ରେଣ୍ଡ ଦୀପକ ଠାକୁରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏପରିସ୍ଥିତିରେ ବିବାହ ପୂର୍ବରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଏବଂ ନିକଟରେ ହଳଦୀ ସେରିମୋନିର ଫଟୋ ଏବଂ ଭିଡିଓ ମଧ୍ୟ ସାମ୍ନାକୁ ଆସୁଛି । ଆରତି ସିଂ ନିଜ ବିବାହ ପାଇଁ ଖୁବ୍‌ ଖୁସି ଥିବା ଦେଖିବାକୁ ମିଳିଛି ।

ଭାଇ କୃଷ୍ଣା ଓ ଭାଉଜ କଶ୍ମୀରା ସାହା ଆରତି ସିଂଙ୍କ ବିବାହ ଫଙ୍କସନର ସମସ୍ତ ଦାୟିତ୍ୱ ନେଇଛନ୍ତି । କିଛି ଦିନ ପୂର୍ବରୁ ତାଙ୍କର ବ୍ୟାଚଲର ପାର୍ଟି ହୋଇଥିଲା ଏବଂ ଏବେ ହଳଦୀ ସେରିମୋନି ହୋଇଛି, ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆରତି ସିଂଙ୍କ ହଳଦୀ ସେରିମୋନିର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ହଳଦୀର ଝଲକ ଦେଖିବାକୁ ମିଳିଛି । ଏହି ଭିଡିଓରେ ଆରତି ସିଂଙ୍କ ସହ ଅନ୍ୟ ଟିଭି ସେଲିବ୍ରିଟିମାନେ ନଜର ଆସିଛନ୍ତି । ଅନ୍ୟପଟେ କୃଷ୍ଣା ଅଭିଷେକ ନିଜ ସ୍ତ୍ରୀ ଏବଂ ପିଲାଙ୍କ ସହ ଡ୍ୟାନ୍ସ କରି ଧମାଲ କରିଛନ୍ତି ।
ଆସନ୍ତା ଏପ୍ରିଲ ୨୫ରେ ମୁମ୍ବାଇର ଇସ୍କନ ମନ୍ଦିରରେ ଆରତି ସିଂଙ୍କ ବିବାହ ହେବ । ଯାହା ପରେ ନବ ବିବାହିତ ଦମ୍ପତି ଏକ ଗ୍ରାଣ୍ଡ ରିସେପ୍ସନ ପାର୍ଟି ଦେବେ । ମୁମ୍ବାଇରେ ରହୁଥିବା ବ୍ୟବସାୟୀ ଦୀପକ ଚୌହାନଙ୍କ ସହ ଆରତି ସିଂ ବିବାହ କରିବେ । ମିଳିଥିବା ସୂଚନା ଅନୁସାରେ ଏହି ବିବାହ ସମାରୋହରେ ଟିଭି ପରଦାର ସମସ୍ତ ଷ୍ଟାରଙ୍କୁ ଇନଭାଇଟ୍‌ କରାଯାଇଛି । ଆରତି ସିଂଙ୍କ ବିବାହରେ ଗୋବିନ୍ଦା ସାମିଲ ହେବେ ବୋଲି ଖବର ରହିଛି ।

କହି ରଖିବାକୁ ଚାହିଁବୁ କି ଗୋବିନ୍ଦା ଏବଂ କୃଷ୍ଣା ଅଭିଷେକଙ୍କ ମଧ୍ୟରେ ଅନେକ ଦିନ ହେବ ବିବାଦ ରହିଛି । ଏଭଳି ପରିସ୍ଥିତିରେ ଗୋବିନ୍ଦା ନିଜ ଭାଣିଜୀ ବାହାଘରରେ ସାମିଲ ହେବେ କି ନାହିଁ ସେଥିପାଇଁ ପ୍ରଶ୍ନ ଉଠିଛି । ତେବେ ୨୫ ଏପ୍ରିଲରେ ହେବାକୁ ଥିବା ଏହି ବିବାହ ସମାରୋହରେ ଟିଭି ଷ୍ଟାରଙ୍କ ସହ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ସାମିଲ ହେବେ ବୋଲି ଖବର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.