ମ୍ୟାଚ ସରିବା ପରେ ନୋ ବଲ୍‌ ବିବାଦକୁ ନେଇ ଅମ୍ପାୟର ସହିତ କଥା ହେଲେ ବିରାଟ, ଭିଡିଓ ଭାଇରଲ

କୋହଲି ମ୍ୟାଚ ସରିବା ପରେ ଆରସିବିର ଡଗଆଉଟ ପାଖରେ ମ୍ୟାଚର ଦୁଇ ଅମ୍ପାୟରଙ୍କ ସହିତ ନୋ ବଲ୍‌ ବାବଦରେ କଥା ହୋଇଥିଲେ । ଅମ୍ପାୟର ନୋ ବଲ୍‌ ବାବଦରେ ବିରାଟଙ୍କୁ ବୁଝାଇଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରୋମାଞ୍ଚକ ମ୍ୟାଚରେ କୋଲକତା ନାଇଟ ରାଇଡର୍ସ ଠାରୁ ୧ ରନରେ ହାରିଯାଇଥିଲା । ଆଇପିଏଲ ସିଜିନ ୨୦୨୪ରେ ଆରସିବିକୁ ପୁଣି ଆଉଥରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହି ମ୍ୟାଚରେ ବିରାଟ କୋହଲିଙ୍କ ବିବାଦସ୍ପଦ ଆଉଟକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । କୋଲକତା ନାଇଟ ରାଇଡର୍ସର ବୋଲି ନୀତିଶ ରାଣାଙ୍କ ଫୁଲ ଟସ୍‌ ବିରାଟ ଆଉଟ୍‌ ହୋଇଥିଲେ ।

ଏହି ମ୍ୟାଚରେ ଆରସିବି ଅଧିନାୟକ ଫାଫ୍ ଡୁ ପ୍ଲେସିସି ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ କୋଲକତା ନାଇଟ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଓ୍ଵିକେଟ ହରାଇ ୨୨୨ ରନ କରିଥିଲା । ଆରସିବି ସାମ୍ନାରେ ବଡ ଲକ୍ଷ୍ୟ ରଖିଥିଲା କୋଲକତା । ଏତେ ବଡ ଟାର୍ଗେଟକୁ ପିଛା କରି ବିରାଟ କୋହଲି ଭଲ ଖେଳୁଥିଲେ ମଧ୍ୟ । ହର୍ଷିତ ରାଣା ଙ୍କ ଓଭରର ପ୍ରଥମ ବଲରେ ବିରାଟ କୋହଲି ଏକ ସ୍ଲୋ ଫୁଲ ଟସ୍ ବଲକୁ ସାମ୍ନା କରିଥିଲେ । ଯାହାକୁ ବିରାଟ ଡିଫେନ୍ସ କରିଥିଲେ, କିନ୍ତୁ ବଲ ବ୍ୟାଟ୍ କଡରେ ବାଜିବାରୁ ହର୍ଷିତ ଏହାକୁ କ୍ୟାଚ ଧରିଦେଇଥିଲେ । ଆଉ ଅମ୍ପାୟର ମଧ୍ୟ ଆଉଟ ଦେଇଥିଲେ । ବିରାଟ କୋହଲି ଏହାକୁ ନେଇ ରିଭ୍ୟୁ ମାଗିଥିଲେ । ଆଉ ଅମ୍ପାୟର ରିଭ୍ୟୁ ପରେ ମଧ୍ୟ ବିରାଟଙ୍କୁ ଆଉଟ ଦେଇଥିଲେ । ଫଳରେ ବିରାଟ ବହୁତ ରାଗିଯାଇଥିଲେ ।

ତେବେ କୋହଲି ମ୍ୟାଚ ସରିବା ପରେ ଆରସିବିର ଡଗଆଉଟ ପାଖରେ ମ୍ୟାଚର ଦୁଇ ଅମ୍ପାୟରଙ୍କ ସହିତ ନୋ ବଲ୍‌ ବାବଦରେ କଥା ହୋଇଥିଲେ । ଅମ୍ପାୟର ନୋ ବଲ୍‌ ବାବଦରେ ବିରାଟଙ୍କୁ ବୁଝାଇଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।


ଆରସିବି ଅଧିନାୟକ ଫାଫ୍ ଡୁ ପ୍ଲେସିସି ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । କୋଲକତା ନାଇଟ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଓ୍ଵିକେଟ ହରାଇ ୨୨୨ ରନ କରିଥିଲା । ଆରସିବି ୧୨୩ ରନର ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା । ବିରାଟ କୋହଲି ଆସି ୭ଟି ବଲରେ ୧୮ ରନ୍ କରି ଆଉଟ ହେଲେ । ତେବେ ଓପନିଂ ଯୋଡ଼ି ଭାଙ୍ଗିଯିବା ପରେ ଓ୍ଵିଲ ଜ୍ୟାକ୍ସ ୫୫ ରଜତ ପାଟିଦାର ୨୩ ବଲରୁ ୫୨ ରନ୍, ଦୀନେଶ କାର୍ତ୍ତିକ ୨୫ ଏବଂ କର୍ଣ୍ଣ ଶର୍ମା ୨୦ ରନ୍ କରି ଲକ୍ଷ୍ୟର ପାଖାପାଖି ପହଞ୍ଚିଥିଲେ । କିନ୍ତୁ ଶେଷ ବଲରେ ଜିତିବା ପାଇଁ ଆଉ ୩ ରନ୍ ଦରକାର ହେଉଥିବା ବେଳେ ଶେଷ ବ୍ୟାଟର ଲକୀ ଫର୍ଗୁସନଙ୍କୁ ଆଉଟ୍ କରି ଦେଇଥିଲେ ମିଚେଲ ଷ୍ଟାର୍କ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.