ପରାଜୟକୁ ଆମେ ସାଦରରେ ଗ୍ରହଣ କରୁଛୁ, ସାଢ଼େ ୪ କୋଟି ରାଜ୍ୟବାସୀ ମୋ ପରିବାର: ନବୀନ

ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନରେ ପରାଜୟ ନେଇ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ ।  କହିଲେ ନିର୍ବାଚନରେ ହାର ଜିତ ଥାଏ, ପରାଜୟକୁ ଆମେ ସାଦରରେ ଗ୍ରହଣ କରୁଛୁ । ଓଡିଶାବାସୀ ମତେ ବାରମ୍ବାର ନିର୍ବାଚିତ କରିଥିବାରୁ ସେମାନଙ୍କ ପ୍ରତି ମୁଁ କୃତଜ୍ଞତା ଜ୍ଞାପନ କରୁଛି । ସେମାନେ ହିଁ ସେମାନଙ୍କ ସେବା ପାଇଁ ମତେ ବାରମ୍ବାର ସୁଯୋଗ ଦେଇଛନ୍ତି । ମତେ ବାରମ୍ବାର ମୁଖ୍ୟମନ୍ତ୍ରୀ କରିଥିବାରୁ ଧନ୍ୟବାଦ। ସାଢ଼େ ୪ କୋଟି ରାଜ୍ୟବାସୀ ମୋ ପରିବାର। ସରକାର ଓ ପାର୍ଟିର କାମ ପାଇଁ ଆମେ ଗର୍ବିତ ବୋଲି କହିଛନ୍ତି ନବୀନ । ମୋ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ୍ ଅଛି। ମୁଁ ଶାରୀରିକ ଓ ମାନସିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି କହିଛନ୍ତି ନବୀନ।

ସେହିପରି ବିଜେଡିର ପରାଜୟ ପରେ ବିଜୟୀ ଓ ପରାଜିତ ନେତାଙ୍କୁ ନେଇ ନବୀନ ପଟ୍ଟନାୟକ ପୂର୍ବରୁ ବୈଠକ କରିଥିଲେ ବି ଆଜି ପୁଣିଥରେ ବରିଷ୍ଠ ନେତାଙ୍କୁ ନେଇ ବୈଠକ ପାଇଁ ଡାକିଥିଲେ । ନବୀନ ନିବସାରେ ଦେବୀ ମିଶ୍ର , ଅତନୁ ସବ୍ୟସାଚୀ, ସଞ୍ଜୟ ଦାସବର୍ମା, ପ୍ରତାପ ଦେବ, କଳିକେଶ ସିଂଦେଓ ନବୀନ ନିବାସରେ ହାଜର ହୋଇଥିବା ସୂଚନା ମିଳିଥିଲା । ତେବେ କେଉଁ କାରଣରୁ ଏଥର ଦଳ ପରାଜୟ ବରଣ କଲା ସେନେଇ ଆଲୋଚନା କରିବାକୁ ନେତାମାନେ ଏକାଠି ହୋଇଥିବା କୁହାଯାଉଛି । ତେବେ ଆଗକୁ କ’ଣ ନିଷ୍ପତ୍ତି ହେଉଛି ଏବଂ ଆଗାମୀ ଅଗ୍ରଗତି ନେଇ ଦଳ କ’ଣ ନୀତି ଗ୍ରହଣ କରିବ ତା’ ଉପରେ ସମସଙ୍କ ନଜର ।

 

 

Leave A Reply

Your email address will not be published.