ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ: ୭ଟି ଦେଶର ବିଶିଷ୍ଟ ବ୍ୟକ୍ତି ହେବେ ସାମିଲ, ତ୍ରିସ୍ତରୀୟ ସୁରକ୍ଷାରେ ରାଷ୍ଟ୍ରପତି ଭବନ

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଆସନ୍ତାକାଲି ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି । ମୋଦି ସରକାର ଗଠନ ହେବା ପାଇଁ ରାଷ୍ଟ୍ରପତି ଦୌ୍ରପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ଦିଆଯାଇଛି । ରାଷ୍ଟ୍ରପତି ମଧ୍ୟ ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଦିକୁ ମନୋନୀତ କରିଛନ୍ତି । ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱରେ ଏନଡିଓ ୨୯୩ ସିଟ ହାସଲ କରିଛି । ବିଜେପି ଏକୁଟିଆ ୨୪୦ ସିଟ୍‌ ପାଇଥିବା ବେଳେ ଅନ୍ୟ ସହଯୋଗୀ ଦଳ ସାମିଲ ହୋଇଛନ୍ତି । ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ବାଂଲାଦେଶ, ଶ୍ରୀଲଙ୍କା, ମାଳଦ୍ୱୀପ, ଭୁଟାନ, ନେପାଳ, ମରିଶସ୍‌ର ପ୍ରମୁଖ ନେତା ସାମିଲ ହେବେ ।

ତେବେ ଶପଥ ଗ୍ରହଣ ସମାରୋହ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଷ୍ଟ୍ରପତି ଭବନ ସୁରକ୍ଷା ପାଇଁ ଅର୍ଦ୍ଧସୈନିକ ବଳର ୫ଟି ଫୋର୍ସ, ଏନଏସଜି କମାଣ୍ଡୋ, ଡ୍ରୋନ, ସ୍ନାଇପର ନିୟୋଜିତ କରାଯାଇଛି । ବିଦେଶୀ ଅତିଥିଙ୍କ ପାଇଁ ଲୀଲା, ତାଜ, ଆଇଟିସି ମୌର୍ଯ୍ୟ, କ୍ଲେରିଜସ ଏବଂ ଓବରୟ ହୋଟେଲରେ ରୁମ୍‌ ବୁକ୍‌ ହୋଇଛି । ଏସବୁରେ କଡା ସୁରକ୍ଷା ରହିଛି ।

ସମାରୋହ ଦିନ ଦିଲ୍ଲୀ ପୋଲିସର ସ୍ୱାଟ ଏବଂ ଏନଏସଜି କମାଣ୍ଡୋ ରାଷ୍ଟ୍ରପତି ଭବନ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିବେ । ଦିଲ୍ଲୀ ପୋଲିସ ଅଧିକାରୀ ସମାରୋହକୁ ଦୃଷ୍ଟିରେ ରଖି ସୁରକ୍ଷା ଯୋଜନା ପ୍ରସ୍ତୁତ କରିବା ପାଇଁ ପୋଲିସ ମୁଖ୍ୟାଳୟ ଏବଂ ନୂଆ ଦିଲ୍ଲୀର ବିଭିନ୍ନ ବୈଠକ କରିଛି । ଶପଥ ଗ୍ରହଣ ଉତ୍ସବ ରାଷ୍ଟ୍ରପତି ଭବନ ଭିତରେ ହେବ । ତେଣୁ ଏଠରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଜଣେ ଅଧିକାରୀଙ୍କ କହିବାମୁତାବକ, ଅର୍ଦ୍ଧସୈନିକ ବଳ ଏବଂ ଦିଲ୍ଲୀ ସଶସ୍ତ୍ର ପୋଲିସର ଯବାନ ୫ଟି କମ୍ପାନୀ ସହିତ ପାଖାପାଖି ୨୫୦୦ ପୋଲିସ କର୍ମୀ ମଧ୍ୟ ନିୟୋଜିତ ରହିବେ । ଯେଉଁ ରାସ୍ତା ଦେଇ ଭିଭିଆଇପି ଯିବେ, ସେହି ରାସ୍ତାରେ ସ୍ନାଇପର ଏବଂ ସଶସ୍ତ୍ର ପୋଲିସ ରହିବେ । ନୂଆଦିଲ୍ଲୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଡ୍ରୋନ ରହିବ । ଏହି ସୁରକ୍ଷା ଗତବର୍ଷ ଜି୨୦ ଶିଖର ସମ୍ମିଳନୀ ଭଳି ରହିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.