ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ୪୨ ଚକ ନିର୍ମାଣ ଶେଷ

ପୁରୀ : ଚଳଚଞ୍ଚଳ ପୁରୀ ରଥଖଳା । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ  l ତିନି ରଥର ୪୨ ଚକ ନିର୍ମାଣ ଶେଷ ହୋଇଛି । ଚାରି ନାହାକା ନିର୍ମାଣ ପାଇଁ ରଥ ଚାଳିରେ ପଡ଼ିଲା ନାହାକା କାଠ  l ତିନି ରଥର ଶେଷ ତିନି ଚକର ନିର୍ମାଣ ଶେଷ ହୋଇ ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ ଜାରି ରହିଛି  l ୪୨ ଟି ଚକ ଉଭୟ ପାର୍ଶ୍ଵରେ ଓଝା ସେବକଙ୍କ ଦ୍ଵାରା ଦୁଇଟି ଲେଖାଏଁ ପନ୍ଦାରି ଚାବି ବାଡିଆ ହୋଇଛି । ଘୋଷଯାତ୍ରା ପାଖୋଉଥିବା ବେଳେ ଚଳଚଞ୍ଚଳ ରଥଖଳା । ରୂପକାର ସେବକମାନେ ମଧ୍ୟ କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି ।

Leave A Reply

Your email address will not be published.