ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସ, ପ୍ରଦର୍ଶିତ ହେଲା ସିନେମା ଶୂନ୍ୟ ସ୍ବରୂପ

ଭୁବନେଶ୍ଵର : ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସରେ ପ୍ରଦର୍ଶିତ ହୋଇଛି ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ଶୂନ୍ୟ ସ୍ବରୂପ । ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ ଦୀର୍ଘ ୨୯ ବର୍ଷ ତଳର ସିନେମା ଆଜି ବି ଦର୍ଶକଙ୍କ ମନ ମୋହିଛି । ସିନେମାରେ ପ୍ରତ୍ୟେକ ଶୂନ୍ୟତାକୁ ସ୍ବରୂପ ଦିଆଯାଇଛି ।

ସିନେମା ଦେଖି ଶୂନ୍ୟ ସ୍ୱରୂପକୁ ଅନୁଭବ କରିଛନ୍ତି ଦର୍ଶକ । ଭୁବନେଶ୍ବର ଫିଲ୍ମ ଫେଷ୍ଟିଭାଲର ଶେଷ ଦିନରେ ଶୂନ୍ୟ ସ୍ୱରୂପ ସିନେମା ସହ ଶଲା ବୁଢ଼ାର ବଦଲା,ଶେଷ ଦୃଷ୍ଟି, ମୋକ୍ଷ ଓ ମଲାଜହ୍ନ ସିନେମା ପ୍ରଦର୍ଶିତ ହୋଇଛି । ତିନିଦିନିଆ ଚଳଚ୍ଚିତ୍ର ଉତ୍ସବରେ ପ୍ରତ୍ୟେକ ଦିନ ସକାଳ ୧୧ଟାରୁ ରାତି ୯ଟା ମଧ୍ୟରେ ଚଳଚିତ୍ର ଦ୍ରଦର୍ଶିତ ହୋଇଥିଲା ।

ସମୁଦାୟ ୧୫ଟି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି । ଏଗୁଡ଼ିକ ମଧ୍ୟରେ ଥିଲା ‘ମାୟା ମିରିଗ’ ପରି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର । ଏହା ସହ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ‘ଜିଅନ୍ତା ଭୂତ’, ‘ହେଲୋ ଆରସି’ ଏବଂ ‘ମଲା ଜହ୍ନ’ ପରି କାଳଜୟୀ ଓଡ଼ିଆ ଚଳଚ୍ଚିତ୍ର ସାମିଲ ହୋଇଥିଲା ।

ପ୍ରଥମ ସିନେମା ପ୍ରଦର୍ଶନୀରେ ଯୁବପିଢୀ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ଓଡ଼ିଆ ସିନେମା ଦେଖିଛନ୍ତି । ଓଡ଼ିଆ ଚଳଚିତ୍ରର ପ୍ରଚାର ପ୍ରସାର ସହ ପ୍ରେକ୍ଷାଳୟରେ ଦେଖିବାର ସୁଯୋଗ ପାଇନଥିବା ଚଳଚ୍ଚିତ୍ର ଦେଖି ବେଶ ଖୁସି ହୋଇଛନ୍ତି ଓଡ଼ିଆ ଦର୍ଶକ । ପୁରୁଣା ସିନେମାର ସ୍ମୃତି ସାଉଁଟିବା ସହ ଓଡ଼ିଆ ଫିଲ୍ମର ସମୃଦ୍ଧ ଇତିହାସକୁ ମଧ୍ୟ ଜାଣିଲେ ଓଡ଼ିଶା ଦର୍ଶକ ।

Leave A Reply

Your email address will not be published.