ସାବୁନ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୪ ମୃତ, ଅନେକ ଆହତ

ଉତ୍ତରପ୍ରଦେଶ ମେରଟରେ ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ଘଟି ୪ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ସୂଚନା ପାଇଁ ପରେ ସ୍ଥାନୀୟ ପ୍ରଶାସନ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।

ଉତ୍ତରପ୍ରଦେଶ ମେରଟରେ ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ସଂପୂର୍ଣ୍ଣ ବିଲିଡିଂ ଭୁଶୁଡି ପଡିଛି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ବିଷୟରେ ସୂଚନା ପାଇଁ ପରେ ସ୍ଥାନୀୟ ପ୍ରଶାସନ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।

ଖବର ମୁତାବକ, ଲୋହିଆ ନଗରର ଏମ୍ ବ୍ଲକରେ ଥିବା ଏକ ସାବୁନ ଫ୍ୟାକ୍ଟ୍ରିରେ ଆଜି ସକାଳୁ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଭୟଙ୍କର ବିସ୍ଫୋରଣରେ ବିଲିଡିଂ ଭୁଶୁଡି ପଡିଥିଲା । ବିସ୍ଫୋରଣ ସମୟ ରେ ଫ୍ୟାକ୍ଟ୍ରିରେ ୮ ଜଣ ଶ୍ରମିକ ରହିଥିଲେ । ଏହାଛଡା ୨ ଜଣ ଜେସିବି ଚାଳକ ରହିଥିଲେ । ସମସ୍ତଙ୍କୁ ହସପିଟାଲରେ ଆଡମିଟ୍‌ କରାଯାଇଥିଲା । ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଉଦ୍ଧାରକାର୍ଯ୍ୟ ପାଇଁ ଘଟଣାସ୍ଥଳରେ ଏନ୍ଡିଆରଏଫ୍ ଟିମ୍ ଉପସ୍ଥିତ ରହିଛି ।

ଅଗ୍ନିଶମ ବିଭାଗ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛି । ତେବେ ଆଶ୍ଚର୍ଯ୍ୟର କଥା ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଉକ୍ତ ବିଲ୍ଡିଂ ଦ୍ୱିତୀୟ ଥର ପାଇଁ ବିସ୍ଫୋରଣ ଘଟିଛି। ଏଥିରୁ ଅଳ୍ପକେ ବର୍ତ୍ତିଛନ୍ତି ପୋଲିସ, ପ୍ରଶାସନ ଓ ଅଗ୍ନିଶମ ବିଭାଗର କର୍ମଚାରୀ ।
ପୋଲିସ କହିବା ମୁତାବକ, ବିଲ୍ଡିଂରେ ସାବୁନ ତିଆରି ପାଇଁ କିଛି ସାମଗ୍ରୀ ଓ ମେସିନ୍ ଥିଲା, ଯେଉଁଥିରେ ବିସ୍ଫୋରଣ ହୋଇଛି । ଘଟଣାର ତଦନ୍ତ ଜାରି ରହିଛି ସେପଟେ ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଏହି ବିଲ୍ଡିଂରେ ବାଣ ତିଆରି କରାଯାଉଥିଲା, ଏଥିପାଇଁ ବିସ୍ଫୋରଣ ଘଟିଥିବା ଦାବି ହୋଇଛି । ଘଟଣାସ୍ଥଳରୁ କିଛି ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି । ତେବେ ଏହାକୁ ନେଇ ଯାଞ୍ଚ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.