Below header

ପାର୍ବଣରେ ବୁଲିବେନି ଭିକାରୀ, ରାସ୍ତାକଡ଼ କିମ୍ବା ମନ୍ଦିର ସାମ୍ନାରେ ଦେଖିଲେ ଉଠାଇ ନେବ ବିଏମସି ସ୍କ୍ୱାର୍ଡ

ଆଉ ରାସ୍ତା କଡ଼ରେ ବୁଲିବେନି ଭିକାରି । ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ । ମନ୍ଦିର ବାହାରେ କିମ୍ବା ରାସ୍ତାରେ ଭିକାରି ଦେଖିଲେ ଉଠାଇନେବ ବିଏମସି ସ୍କ୍ୱାର୍ଡ । କମିଶନରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଭିକାରିମୁକ୍ତ ହେବା ପାଇଁ ସ୍ୱତନ୍ତ୍ର ବୈଠକ ବସିଛି ।

ଭୁବନେଶ୍ୱର (କେନ୍ୟୁଜ): ଆଉ ରାସ୍ତା କଡ଼ରେ ବୁଲିବେନି ଭିକାରି । ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ । ମନ୍ଦିର ବାହାରେ କିମ୍ବା ରାସ୍ତାରେ ଭିକାରି ଦେଖିଲେ ଉଠାଇନେବ ବିଏମସି ସ୍କ୍ୱାର୍ଡ । କମିଶନରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଭିକାରିମୁକ୍ତ ହେବା ପାଇଁ ସ୍ୱତନ୍ତ୍ର ବୈଠକ ବସିଛି । ଭୁବନେଶ୍ୱରକୁ ବଂଜାରମାନେ ଆଉ ଥରେ ଆସିବା ଆରମ୍ଭ କରିଦେଇଛନ୍ତି ।

କେତେକ ମନ୍ଦିରରେ ଭିକାରୀ ବସିବା ଦେଖାଯାଉଛି । ସରକାରଙ୍କ ସହାୟତାରେ ଭୁବନେଶ୍ବରରେ ୫ ଶହ ଭିକାରୀ ରହିବା ଭଳି ୫ଟି ଥଇଥାନ କେନ୍ଦ୍ର ହୋଇଥିବା ବେଳେ, ଏହାକୁ କଡାକଡି ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି କମିଶନର । ପାର୍ବଣ ଋତୁରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ରାସ୍ତା କଡରେ କୌଣସି ବି ଭିକାରୀ ଯେପରି ନ ରହନ୍ତି, ସେଥିପାଇଁ ବିଏମସିର ୩ଟି ଜୋନରେ ୩ଟି ସ୍କ୍ୱାଡ୍ ଗଠନ କରାଯିବ ।

ମନ୍ଦିର ଓ ପୂଜା ସ୍ଥଳିରେ ଭକ୍ତଙ୍କ ଭିଡ ସମୟରେ ଏହି ସ୍କାଡ ନିୟମିତ ବୁଲି ଦେଖିବାକୁ କୁହାଯାଇଛି । କିଛି ଭିକାରୀଙ୍କ ପରିବାର ସହ ଯୋଗାଯୋଗ କରାଇ, ସେମାନଙ୍କ ଘରେ ଛାଡି ଦିଆଯାଇଛି । ଯଦି କୌଣସି ପରିବାର ଘରେ ଛାଡି ଦିଆଯାଇଥିବା ଭିକାରୀଙ୍କୁ ପୁନଶ୍ଚ ଭିକ୍ଷାବୃତ୍ତି ପାଇଁ ପଠାନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.