ହେମା ମାଲିନୀଙ୍କ ଜନ୍ମଦିନ ପାର୍ଟିରେ ରେଖାଙ୍କ ଡ୍ୟାନ୍ସ , ଭାଇରାଲ ହେଉଛି ଭିଡିଓ
ଡ୍ରିମ୍ ଗର୍ଲଙ୍କ ବର୍ଥଡେ ପାର୍ଟିରେ ସଲମାନ ଖାନ୍ଙ୍କ ଠାରୁ ଆରମ୍ଭ କରି ଜୟା ବଚ୍ଚନ ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଥିଲେ । ହେମା ମାଲିନୀ ତାଙ୍କ ଦୁଇ ଝିଅଙ୍କ ସହ ଜନ୍ମଦିନ ପାଳନ କରୁଥିବାର ନଜର ଆସିଛନ୍ତି ।
ବଲିଉଡର ଡ୍ରିମ୍ ଗର୍ଲ ହେମା ମାଲିନୀ ଗତକାଲି ତାଙ୍କ ୭୫ତମ ଜନ୍ମଦିନ ବହୁତ ଧୁମ୍ଧାମ୍ରେ ପାଳନ କରିଛନ୍ତି । ଡ୍ରିମ୍ ଗର୍ଲଙ୍କ ବର୍ଥଡେ ପାର୍ଟିରେ ବଲିଉଡର ଅନେକ ଷ୍ଟାର ପହଞ୍ଚିଥିଲେ ଓ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ହେମା ମାଲିନୀଙ୍କ ବର୍ଥଡେ ପାର୍ଟିରେ ତାଙ୍କ ଦୁଇ ଝିଅ ଇଶା ଓ ଆହାନା ମଧ୍ୟ ବହୁତ ସୁନ୍ଦର ଦେଖାଯାଉଥିଲେ । ଡ୍ରିମ୍ ଗର୍ଲଙ୍କ ବର୍ଥଡେ ପାର୍ଟିରେ ସଲମାନ ଖାନ୍ଙ୍କ ଠାରୁ ଆରମ୍ଭ କରି ଜୟା ବଚ୍ଚନ ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଥିଲେ । ହେମା ମାଲିନୀ ତାଙ୍କ ଦୁଇ ଝିଅଙ୍କ ସହ ଜନ୍ମଦିନ ପାଳନ କରୁଥିବାର ନଜର ଆସିଥିଲେ ।
ହେଲେ ବର୍ଥଡେ ପାର୍ଟିରେ ରେଖା ତାଙ୍କ ଲୁକ୍କୁ ନେଇ ଲାଇମ୍ ଲାଇଟ୍ରେ ରହିଥିଲେ । ସେ କ୍ରିମ୍ କଲରର ଶାଢୀରେ ବହୁତ ହିଁ ସୁନ୍ଦର ଲାଗୁଥିଲେ । ରେଖା ଯେତେବେଳେ ବର୍ଥଡେ ପାର୍ଟିରେ ପହଞ୍ଚିଥିଲେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିଥିଲା । ତାଙ୍କର ଏହି ଲୁକ୍ ସେଠିକାର ସମସ୍ତ ଲୋକଙ୍କ ଧ୍ୟାନ ତାଙ୍କ ଆଡକୁ ଆକର୍ଷଣ କରିଥିଲା । ତେବେ ହେମା ମାଲିନୀ ଓ ରେଖା ଦୁଇ ଜଣ ବହୁତ ହିଁ ଭଲ ସାଙ୍ଗ । ସେଥିପାଇଁ ଡ୍ରିମ୍ ଗର୍ଲଙ୍କ ଜନ୍ମଦିନର ମଉକାରେ ରେଖା ତାଙ୍କ ପାଇଁ ବଲିଉଡର ଏକ ସୁନ୍ଦର ଗୀତ ‘କ୍ୟା ଖୁବ୍ ଲଗତି ହୋ’ ଡେଡିକେଟେଡ୍ କରିଥିଲେ ।
View this post on Instagram
ହେମା ମାଲିନୀଙ୍କ ଜନ୍ମଦିନରେ ରେଖା ଏକ ଭିନ୍ନ ଲୁକ୍ରେ ନଜର ଆସିଥିଲେ । ତାଙ୍କ ଜନ୍ମଦିନର ମଉକାରେ ରେଖା ଓ ହେମା ମାଲିନୀଙ୍କର ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେଉଛି । ତେବେ ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ।
ତେବେ ଡ୍ରିମ୍ ଗର୍ଲଙ୍କ ବର୍ଥଡେ ପାର୍ଟିର ମଉକାରେ ରେଖା ଅଭିନେତ୍ରୀ ବିଦ୍ୟା ବାଲନଙ୍କ ସହ ଭିନ୍ନ ଭିନ୍ନ ପୋଜ୍ ଦେଉଥିବାର ମଧ୍ୟ ନଜର ଆସିଥିଲେ । ଏହା ସହ ସେ ଦୁଇ ଜଣ ସବୁ ସମୟ ପରି ବହୁତ ହିଁ ସୁନ୍ଦର ଲାଗୁଥିଲେ । ଯଦି ରେଖାଙ୍କ ଲୁକ୍ ଦେଖିବା ତାହେଲେ ସେ ସବୁବେଳେ ହେବି ଶାଢୀରେ ନଜର ଆସିଥାନ୍ତି । ସେ ପ୍ରାୟତଃ କାଞ୍ଜିବରମ ଶାଢୀରେ ନଜର ଆସନ୍ତି ।