ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା ବିଶ୍ୱକପ୍‌ ମ୍ୟାଚ : ଗଣପତି ବାପ୍ପା ମୋରିୟା….କହି ଝୁମିଲେ ଅଷ୍ଟ୍ରେଲିଆ ଫ୍ୟାନ୍ସ

ଭାରତ ଏବଂ ସାଉଥ ଆଫ୍ରିକା ଠାରୁ ହାରିବା ପରେ ଅଷ୍ଟ୍ରେଲିଆକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଅଷ୍ଟ୍ରେଲିଆ ଶ୍ରୀଲଙ୍କାକୁ ୫ ଓ୍ଵିକେଟରେ ହରାଇଛି । ଏହି ଫ୍ୟାନ୍ସ ଦେଖି ଅଷ୍ଟ୍ରେଲିଆ ଫ୍ୟାନ୍ସ ବହୁତ ମଜା କରିଥିଲେ । ଭାଇରଲ ଭିଡିଓରେ ସେମାନେ ଗଣପତି ବାପ୍ପା ମୋରିୟା ଚିତ୍କାର କରି ନାଚୁଥିବାର ଦେଖିବାକୁ ମିଳିଛନ୍ତି ।

ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ରେ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ଜିତିଛି । ଅଷ୍ଟ୍ରେଲିଆ ଶ୍ରୀଲଙ୍କାକୁ ୫ ଓ୍ଵିକେଟରେ ହରାଇଛି । ଭାରତ ଏବଂ ସାଉଥ ଆଫ୍ରିକା ଠାରୁ ହାରିବା ପରେ ଅଷ୍ଟ୍ରେଲିଆକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଏହି ଫ୍ୟାନ୍ସ ଦେଖି ଅଷ୍ଟ୍ରେଲିଆ ଫ୍ୟାନ୍ସ ବହୁତ ମଜା କରିଥିଲେ । ଅଷ୍ଟ୍ରେଲିଆ ଫ୍ୟାନ୍ସଙ୍କ ଭିଡିଓ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ସେମାନେ ଗଣପତି ବାପ୍ପା ମୋରିୟା ଚିତ୍କାର କରି ନାଚୁଥିବାର ଦେଖିବାକୁ ମିଳିଛନ୍ତି ।

ଆଇସିସି ବିଶ୍ୱକପ ୨୦୨୩ରେ ଅକ୍ଟୋବର ୧୬ ତାରିଖରେ ଶ୍ରୀଲଙ୍କା ବନାମ ଅଷ୍ଟ୍ରେଲିଆ ମ୍ୟାଚ୍‌ ଲକ୍ଷ୍ନୌର ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା । ଶ୍ରୀଲଙ୍କା ଦେଇଥିବା ୨୧୦ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୩୫.୧ ଓଭରରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ଜସ୍ ଇଂଗଲିସ୍ ୫୮ ରନ କରିଥିବାବେଳେ ମିଚେଲ୍ ମାର୍ସ ୫୨ ରନ କରିଥିଲେ । ମାର୍ନସ ଲାବୁସେନ ୪୦ ରନ କରିଥିଲେ ଓ ଗ୍ଲେନ ମାକ୍ସଓ୍ବେଲ ( ଅପରାଜିତ ୩୧ରନ ) ଛକା ମାରି ଦଳ ପାଇଁ ବିଜୟ ଆଣିଦେଇଥିଲେ ।

ଅଷ୍ଟ୍ରେଲିଆ ମ୍ୟାଚ ଜିତିବା ପରେ ଫ୍ୟାନ୍ସ ଗଣପତି ବାପ୍ପା ମୋରିୟା କହି ଚିତ୍କାର କରିଥିଲେ । ଆଉ ଅଷ୍ଟ୍ରେଲିଆ ଫ୍ୟାନ୍ସ ମଧ୍ୟ ଏଥିରେ ଝୁମିଥିଲେ । ଯାହାର ଭିଡିଓ ଦେଖିବାକୁ ମିଳିଛି ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ପଥୁମ ନିଶଙ୍କା ଓ କୁଶଲ ପରେରା ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଏକ ଶତକୀୟ ପାର୍ଟନରସିପ କରିଥିଲେ । ଲାଗୁଥିଲା ଶ୍ରୀଲଙ୍କା ଏକ ବଡ଼ ସ୍କୋର ଛିଡ଼ା କରିବ । କିନ୍ତୁ ପରେରା ୭୮ ରନ ଓ ନିଶଙ୍କା ୬୧ ରନ କରି ଆଉଟ ହେବା ପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କେବଳ ଅଶଲଙ୍କାଙ୍କୁ ଛାଡ଼ିଦେଲେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦୁଇ ଅଙ୍କ ଛୁଇଁପାରିନଥିଲେ । ଫଳରେ ଏକଦା ୩୦୦ ରନ କରିବାପରି ଲାଗୁଥିବା ଶ୍ରୀଲଙ୍କା ଦଳ ମାତ୍ର ୨୦୯ ରନରେ ଅଲଆଉଟ ହୋଇଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୪ଟି ଓ୍ବିକେଟ ନେଇଥିବାବେଳେ ପାଟ କମିନ୍ସ ଓ ମିଚେଲ ଷ୍ଟାର୍କ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.