POCO ଆଣୁଛି ସବୁଠାରୁ ଷ୍ଟାଇଲିସ୍ ସ୍ମାର୍ଟଫୋନ, ରହିଛି ଦମଦାର ଡିଜାଇନ୍
ନୂଆ ଫୋନ୍ IMEI ଡାଟାବେସରେ ଏବଂ ଏଫସିସି ୱେବସାଇଟରେ ଦେଖିବାକୁ ମିଳିଥିଲା । ଏହାର ନାଁ POCO C65 ହୋଇପାରେ ଏବଂ ଅନୁମାନ କରାଯାଉଛି ଯେ ଏହା ଏକ ରିବ୍ରାଣ୍ଡେଡ୍ ରେଡମି 13C ଭାବରେ ଆସିପାରେ ।
POCO ଖୁବ୍ ଶୀଘ୍ର ଏହାର ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ନୂଆ ଫୋନ୍ IMEI ଡାଟାବେସରେ ଏବଂ ଏଫସିସି ୱେବସାଇଟରେ ଦେଖିବାକୁ ମିଳିଥିଲା । ଏହାର ନାଁ POCO C65 ହୋଇପାରେ ଏବଂ ଅନୁମାନ କରାଯାଉଛି ଯେ ଏହା ଏକ ରିବ୍ରାଣ୍ଡେଡ୍ ରେଡମି 13C ଭାବରେ ଆସିପାରେ । ଏହି ଫୋନ୍ ବର୍ତ୍ତମାନ ସିଙ୍ଗାପୁରର IMDA ୱେବସାଇଟରେ ଦେଖିବାକୁ ମିଳିଛି, ଯାହା ସୂଚାଏ କି ଖୁବ୍ ଶୀଘ୍ର POCO C65 ଲଞ୍ଚ ହୋଇପାରେ ।
POCO C65 :
ସିଙ୍ଗାପୁରର IMDA ୱେବସାଇଟରେ POCO C65 ଦେଖିବାକୁ ମିଳିଛି, ଯାହା ଦ୍ୱାରା ଏହା ଶୀଘ୍ର ଲଞ୍ଚ ହେବ ବୋଲି ଆଶା କରାଯାଉଛି । ଫୋନର ମଡେଲ୍ ନମ୍ବର ହେଉଛି 2310FPCA4G, ଯାହା POCO C65 ସହିତ ଯୋଡ଼ି ହୋଇଛି । IMDA ଲିଷ୍ଟିଂ ଅନୁସାରେ ଏହା ଫୋନର ଲଞ୍ଚକୁ ସୂଚାଏ, କିନ୍ତୁ ଏହା NFCକୁ ସପୋର୍ଟ କରେ ।
POCO C65 ବିଷୟରେ ଏପର୍ଯ୍ୟନ୍ତ ଅଧିକ ଜଣା ନାହିଁ, କିନ୍ତୁ ଏହା ରେଡମି 13Cର ଏକ ରିବ୍ରାଣ୍ଡେଡ୍ ଭର୍ସନ ବୋଲି ଆଶା କରାଯାଉଛି । ଏହି ଅନୁମାନ ଉପରେ ଆଧାର କରି, POCO C65 ର ମୋଟା ବେଜେଲ, ୱାଟରଡ୍ରପ୍ ନଚ୍ ଏବଂ ୫୦MPର ପ୍ରାଇମେରୀ କ୍ୟାମେରା ରହିବାର ସମ୍ଭାବନା ରହିଛି । ଏହା ମିଡିଆ ଟେକ୍ ଡାଇମେନସିଟି ୬୧୦୦ ପ୍ଲସ୍ ଚିପସେଟ୍ ଦ୍ୱାରା ଚାଲିବ ।
POCO C65 ଏକ USB ଟାଇପ୍- C ପୋର୍ଟ ସହିତ ତିନୋଟି କଲର କଳା, ସବୁଜ ଏବଂ ନୀଳ ରଙ୍ଗରେ ଆସିବ । ରେଡମି 13C ପାଇଁ ଏକ 5G ମଡେଲ୍ ଆଶା କରାଯାଉଛି, ତେଣୁ POCO C65 ପାଇଁ ମଧ୍ୟ 5G ମଡେଲ୍ ହେବ ବୋଲି କୁହାଯାଉଛି । ଭାରତରେ, POCO C65 ଚଳିତ ବର୍ଷ ଶେଷରେ କିମ୍ବା ୨୦୨୪ ଆରମ୍ଭରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି ।