ମନ୍ଦିର ପଛପଟୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଯୋଡା ଥାନା ବିଲେଇପଦା ଠାରେ ଥିବା ହନୁମାନ ମନ୍ଦିର ପଛପଟୁ କ୍ଷତବିକ୍ଷତ ଅବସ୍ଥାରେ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ମୃତଦେହ ବିଳେଇପଦା ଅଞ୍ଚଳର ଦୁର୍ଗା ନାୟକ ବୋଲି ସ୍ପଷ୍ଟ ହୋଇଛି। ଦୁର୍ଗା
ଯୋଡା (କେନ୍ୟୁଜ): ଯୋଡା ଥାନା ବିଲେଇପଦା ଠାରେ ଥିବା ହନୁମାନ ମନ୍ଦିର ପଛପଟୁ କ୍ଷତବିକ୍ଷତ ଅବସ୍ଥାରେ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ମୃତଦେହ ବିଳେଇପଦା ଅଞ୍ଚଳର ଦୁର୍ଗା ନାୟକ ବୋଲି ସ୍ପଷ୍ଟ ହୋଇଛି। ଦୁର୍ଗା ଯୋଡା ଅଞ୍ଚଳରେ ଏକ ଦୋକାନରେ କାମ କରୁଥିବା ବେଳେ ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିଲେ।
ତେବେ ଆଜି ମୃତଦେହ ମିଳିବା ପରେ ତାଙ୍କ ସ୍ତ୍ରୀ ମୃତଦେହକୁ ଚିହ୍ନଟ କରିଥିଲେ। ଦୁର୍ଗାର ମୃତଦେହରେ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଛି। ସାଇଣ୍ଟିଫିକ ଟିମ୍ ପହଞ୍ଚି ସମସ୍ତ ସାମ୍ପୂଲ୍ ସଂଗ୍ରହ କରିବା ସହିତ କିଏ ଓ କାହିଁକି ଦୁର୍ଗାକୁ ହତ୍ୟା କରିଛି ତାର ତଦନ୍ତ କରୁଛି ପୋଲିସ।