୫୦୦୦ ଲେମ୍ବୁରେ ମାଆଙ୍କ ଦିବ୍ୟ ପ୍ରତିକୃତି ଗଢିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ବାଲୁକାକଳାରେ ୫୦୦୦ ଲେମ୍ବୁ ବ୍ୟବହାର କରି ମାଆଙ୍କ ଦିବ୍ୟ ପ୍ରତିକୃତି ଗଢିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । କର୍ଣ୍ଣାଟକର ବିଜାପୁର ଜିଲ୍ଲା ବାଶ୍ୱେଶ୍ୱର ଆଦିଶକ୍ତି ତରୁଣ ମଣ୍ଡଳ ସହପୀଠ ଅଞ୍ଚଳରେ ଏହି କଳାକୃତି ତିଆରି କରିଛନ୍ତି ।

(କେନ୍ୟୁଜ): ନବରାତ୍ରୀ ଚାଲିଥିବା ବେଳେ ଦେବୀ ଦୁର୍ଗା ମା’ଙ୍କ ଆରାଧନା ପାଇଁ ପୁରା ଦେଶ ଚଳଚଞ୍ଚଳ । ୫୦୦୦ ଲେମ୍ବୁ ବ୍ୟବହାର କରି ମାଆଙ୍କ ଦିବ୍ୟ ପ୍ରତିକୃତି କଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲୁକାକଳାରେ ୫୦୦୦ ଲେମ୍ବୁ ବ୍ୟବହାର କରି ମାଆଙ୍କ ଦିବ୍ୟ ପ୍ରତିକୃତି ଗଢିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । କର୍ଣ୍ଣାଟକର ବିଜାପୁର ଜିଲ୍ଲା ବାଶ୍ୱେଶ୍ୱର ଆଦିଶକ୍ତି ତରୁଣ ମଣ୍ଡଳ ସହପୀଠ ଅଞ୍ଚଳରେ ଏହି କଳାକୃତି ତିଆରି କରିଛନ୍ତି । ପ୍ରଥମ ଥର ପାଇଁ ବାଲୁକାକଳାରେ ଲେମ୍ବୁ ବ୍ୟବହାର କରିଥିବା କହିଛନ୍ତି ସୁଦର୍ଶନ ପଟ୍ଟନାୟକ । ବାଲୁକାକଳାରେ ଇଣ୍ଡିଆ ଟିମ୍ କ୍ୟାପଟେନ ରୋହିତ ଶର୍ମାଙ୍କୁ ମାଆଙ୍କ ଚରଣାଶ୍ରିତ ହୋଇ ଆଶୀର୍ବାଦ ନେବାର ଚିତ୍ର ଦେଖାଯାଇଛି। ଏହି ଆକର୍ଷଣୀୟ କଳାକୃତି ଦେଖିବାକୁ ପ୍ରବଳ ଜନ ସମାଗମ ହେଉଛି ।

ସୁଦର୍ଶନ କହିଛନ୍ତି ପ୍ରଥମ ଥର ପାଇଁ ବାଲୁକାକଳାରେ ସେ ଲେମ୍ବୁ ବ୍ୟବହାର କରିଛନ୍ତି । ତେବେ ଅତି ଆକର୍ଷଣୀୟ ଏହି ବାଲୁକାକଳାଟିକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.