ଆତିଫ୍ ଅସଲମ୍‌ଙ୍କ ଲାଇଭ୍‌ କନସର୍ଟ ମଝିରେ ଲେଡି ଫ୍ୟାନ୍ସ କଲେ କିଛି ଏପରିି, ଭାଇରାଲ ହେଉଛି ଭିଡିଓ

ଆତିଫ୍ ଅସଲମଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିପାଇଁ ସେ ବହୁତ ପ୍ରଶଂସା ସାଉଣ୍ଟୁଛନ୍ତି । ଗତ ସପ୍ତାହରେ ସେ ବାଂଲାଦେଶର ଏକ କନସର୍ଟ କରିଥିଲେ, ଯେଉଁଥିରେ ଜଣେ କ୍ରେଜି ମହିଳା ପ୍ରଶଂସକ ଗୀତ କାଇବା ମଝିରେ ହିଁ ଷ୍ଟେଜ୍‌କୁ ଆସିଯାଇଥିଲେ ଏବଂ ତାଙ୍କୁ ଲାଇଭ୍ ଦେଖିବା ପରେ ଭାବପ୍ରବଣ ହୋଇଥିଲେ ।

ସାରା ବିଶ୍ୱରେ ଆତିଫ୍ ଅସଲମ୍‌ଙ୍କର ଅନେକ ଫ୍ୟାନ୍ସ ଅଛନ୍ତି । ତେବେ ଏହି ସିଙ୍ଗର୍‌ଙ୍କ ସ୍ୱର ଏପରି ହୋଇଥାଏ, ଯେ ଥରେ କେହି ତାଙ୍କ ଗୀତ ଶୁଣିବା ପରେ ସେ ତାଙ୍କର ଫ୍ୟାନ୍‌ ହୋଇଯାଆନ୍ତି । କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ପାକିସ୍ତାନୀ ସିଙ୍ଗର୍‌ ଆତିଫ ଅସଲମଙ୍କ ଗୀତକୁ ବହୁତ ପସନ୍ଦ କରନ୍ତି । ତାଙ୍କ ଗୀତ ଏବଂ ସ୍ୱର ସହିତ ଲୋକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ଆତିଫ୍ ଅସଲମଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିପାଇଁ ସେ ବହୁତ ପ୍ରଶଂସା ସାଉଣ୍ଟୁଛନ୍ତି । ଗତ ସପ୍ତାହରେ ସେ ବାଂଲାଦେଶର ଏକ କନସର୍ଟ କରିଥିଲେ, ଯେଉଁଥିରେ ଜଣେ କ୍ରେଜି ମହିଳା ପ୍ରଶଂସକ ଗୀତ କାଇବା ମଝିରେ ହିଁ ଷ୍ଟେଜ୍‌କୁ ଆସିଯାଇଥିଲେ ଏବଂ ତାଙ୍କୁ ଲାଇଭ୍ ଦେଖିବା ପରେ ଭାବପ୍ରବଣ ହୋଇଥିଲେ ।

ଭାଇରାଲ ଭିଡିଓରେ ଆତିଫ ଅସଲମଙ୍କ ଲେଡି ପ୍ରଶଂସକ ସୁରକ୍ଷା ଭାଙ୍ଗି ଷ୍ଟେଜ୍‌କୁ ଆସିଥିଲେ ଏବଂ କାନ୍ଦୁଥିବାର ନଜର ଆସିଥିଲେ । ଏହା ପରେ ସିଙ୍ଗର ପ୍ରଶଂସକଙ୍କୁ ଚୁପ୍ କରି ଆଲିଙ୍ଗନ କରିଥିଲେ । ସେହି ଲେଡି ପ୍ରଶଂସକ ତାଙ୍କୁ ଛାଡିବାକୁ ପ୍ରସ୍ତୁତ ନଥିଲେ । ଏପରିକି ସିଙ୍ଗରଙ୍କୁ ଭେଟିବା ପାଇଁ ସୁରକ୍ଷା ଭାଙ୍ଗିଥିଲେ । ତେବେ ପରେ ସିକ୍ୟୁରିଟି ଗାର୍ଡ ସେହି ମହିଳାଙ୍କୁ ଜୋରରେ ଧରି ଷ୍ଟେଜ୍‌ରୁ ନିରାପଦରେ ଓହ୍ଲାଇଥିଲେ । ତେବେ ଏହି ଭିଡିଓଟି ଏକ୍ସ ଆକାଉଣ୍ଟ Nznn Ahmedରେ ସେୟାର କରାଯାଇଛି ।

କିନ୍ତୁ ପରେ ଯେତେବେଳେ ଆତିଫ ଅସଲମ ତାଙ୍କ ସହ ହାତ ମିଳାଇଲେ, ସେ ତାଙ୍କ ହାତକୁ ଚୁମ୍ବନ ମଧ୍ୟ କରିଥିଲେ । ତେବେ ସିଙ୍ଗର ଏହା ଉପରେ ଏକ ସୁନ୍ଦର ପ୍ରତିକ୍ରିୟା ଦେଇଥିଲେ ଏବଂ ଶାନ୍ତ ରହିଲେ । ଏହା ପରେ ଯେତେବେଳେ ସେହି ମହିଳାଙ୍କୁ ତଳକୁ ନିଆଗଲା, ସେତେବେଳେ ସେ ହସୁଥିବାର ଦେଖିବାକୁ ମିଳିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନେଟେନିଜେନ୍ସ ସିଙ୍ଗରଙ୍କୁ ତାଙ୍କ ପ୍ରଶଂସକଙ୍କ ପ୍ରତି ଭଲପାଇବା ପାଇଁ ପ୍ରଶଂସା କରୁଛନ୍ତି । ତେବେ ଏହାକୁ ନେଇ ଜଣେ ୟୁଜର କହିଛନ୍ତି, ‘ସେ ଶାଳିନତା ଏବଂ ସମ୍ବେଦନଶୀଳତା ସହିତ ଦେଖା କରିଥିଲେ । ଫ୍ୟାନ୍ସଙ୍କର ଏହିପରି ଅନେକ ପ୍ରକାରର ପ୍ରତିକ୍ରିୟା ମିଳିବାରେ ଲାଗିଛି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଆତିଫ ଅସଲମ ଫିଲ୍ମ ‘ଲଭ୍‌ ଷ୍ଟୋରି ୯୦’ ସହିତ ପ୍ରାୟ ସାତ ବର୍ଷ ପରେ ବଲିଉଡକୁ ଫେରୁଛନ୍ତି । ଆତିଫ ବଲିଉଡରେ ‘ତେରା ହୋନେ ଲାଗା ହୁ’, ‘ତେରେ ସାଙ୍ଗ ୟାରା’, ‘ମେ ରଙ୍ଗ ସର୍ବତେ କା’ ଏବଂ ‘ଦିଲ୍ ଦିୟା ଗଲା’ ଭଳି ଅନେକ ଗୀତ ଗାଇଛନ୍ତି । ତାଙ୍କ ଏହି ସବୁ ଗୀତ ପାଇଁ ଫ୍ୟାନ୍ସ ତାଙ୍କୁ ଅନେକ ଭଲ ପାଇବା ଦେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.