ନିର୍ବାଚନ ପୂର୍ବରୁ କ୍ୟାବିନେଟ ମନ୍ତ୍ରୀ ସଂଜୟ ନିଷାଦଙ୍କ ଉପରେ ଆକ୍ରମଣ, ହସପିଟାଲରେ ଭର୍ତ୍ତି

ଉତ୍ତରପ୍ରଦେଶର ସନ୍ତ କବୀରନଗରରେ ନିଷାଦ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କ୍ୟାବିନେଟ ମନ୍ତ୍ରୀ ସଂଜୟ ନିଷାଦ ଏବଂ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ସଂଜୟ ନିଷାଦ ଗୁରୁତର ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଧାରଣରେ ଏମାନେ ଧାରଣାରେ ବସିଛନ୍ତି ।

ଉତ୍ତରପ୍ରଦେଶର ସନ୍ତ କବୀର ନଗରରେ ନିଷାଦ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କ୍ୟାବିନେଟ ମନ୍ତ୍ରୀ ସଂଜୟ ନିଷାଦ ଏବଂ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ସଂଜୟ ନିଷାଦ ଗୁରୁତର ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ନାକରେ ପଟି ପଡିଛି । ସଂଜୟ ନିଷାଦ ଯୋଗୀ ସରକାରଙ୍କ ମନ୍ତ୍ରୀ ।

ଏହି ଆକ୍ରମଣ ପରେ ସାଂସଦ ପ୍ରବୀଣ ନିଷାଦ ଏବଂ ପାର୍ଟିର ୩ ବିଧାୟକ ସମେତ ତାଙ୍କ ସମର୍ଥକ ମଧ୍ୟ ଜିଲ୍ଲା ହସପିଟାଲରେ ପହଞ୍ଚିଛନ୍ତି । ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଧାରଣରେ ଏମାନେ ଧାରଣାରେ ବସିଛନ୍ତି । ଏହା ବିଷୟରେ ସୂଚନା ପାଇଁ ଏସପି ସତ୍ୟଜିତ ଗୁପ୍ତା କାର୍ଯ୍ୟାନୁଷ୍ଠାନ ନେବାକୁ ଆଶ୍ୱସନା ଦେଇଛନ୍ତି । ସେପଟେ କ୍ୟାବିନେଟ ମନ୍ତ୍ରୀ ସଂଜୟ ନିଷାଦଙ୍କ ଉପରେ ଆକ୍ରମଣ ପାଇଁ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି ।

ସନ୍ତ କବୀରନଗରରୁ ସଂଜୟଙ୍କ ପୁଅ ପ୍ରବୀଣ ସାଂସଦ ରହିଛନ୍ତି । ବିଜେପି ଏଥର ପ୍ରବୀଣଙ୍କୁ ଟିକେଟ ଦେଇଛି । ଏପଟେ ସଂଜୟ ନିଷାଦ ନିଜ ସଂସଦୀୟ ଅଞ୍ଚଳରେ ଏକ ବିବାହ ସମାରୋହରେ ସାମିଲ ହେବାକୁ ଯାଇଥିଲେ । ଏହି ସମୟରେ ସମର୍ଥକ ତାଙ୍କ ଉପରେ ଆକ୍ରମଣ କରିଥିଲେ । ତେବେ ଆକ୍ରମଣରେ ତାଙ୍କ ନାକ ଫାଟିଯାଇଥିଲା । ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ମାମଲାରେ ଆକ୍ରମଣକାରୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କେନ୍ଦ୍ରମନ୍ତ୍ରୀ ତଥା ଟିକମଗଡ଼ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ବିରେନ୍ଦ୍ର ଖଟିକ୍‌ଙ୍କ ସମର୍ଥନରେ ଏକ ରୋଡ୍‌ ଶୋ’ କରିବାକୁ ଆସିଥିଲେ । ସହରର ଡାକଖାନେ ଚୌରାହଠାରେ ସିଏମ୍‌ଙ୍କ ସ୍ୱାଗତ ପାଇଁ ଏକ ମଞ୍ଚ ପ୍ରସ୍ତୁତ କରାଯାଇଥିଲା । ଏହି ମଞ୍ଚ ଉପରେ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକମାନେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଓ ପ୍ରାର୍ଥୀ ବିରେନ୍ଦ୍ର ଖଟିକ୍‌ ଯେମିତି ହିଁ ମଞ୍ଚ ଉପରକୁ ଆସିଥିଲେ, ଭିଡ଼ ବଢ଼ିବାକୁ ଲାଗିଥିଲା ଏବଂ ଏତିକି ବେଳେ ହଠାତ୍‌ ମଞ୍ଚ ଭାଙ୍ଗି ଯାଇଥିଲା । ମଞ୍ଚ ଭାଙ୍ଗିବା ପରେ ସିଏମ୍‌ଙ୍କ ବାଲାନ୍ସ ବିଗିଡ଼ି ଯାଇଥିଲା, ଯଦିଓ ସୁରକ୍ଷାକର୍ମୀମାନେ ତାଙ୍କୁ ସମ୍ଭାଳି ନେଇଥିଲେ । ହଠାତ୍‌ ମଞ୍ଚ ଭାଙ୍ଗି ଯାଇଥିଲା ଏବଂ ସୁରକ୍ଷାକର୍ମୀଙ୍କ ଯୋଗୁ ସିଏମ୍‌ ଅଳ୍ପକେ ବର୍ତ୍ତିଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.