ହଦଗଡ଼ ହସ୍ତୀ ଅଭୟାରଣ୍ୟ ଓ କଳିଙ୍ଗା ଘାଟିରେ ଲାଗିଛି ନିଆଁ

ହଦଗଡ଼ ହସ୍ତୀ ଅଭୟାରଣ୍ୟର ୯ ଟି ପଏଣ୍ଟରେ ଲାଗିଛି ନିଆଁ । ନିଆଁ ଲିଭାଇବା ପାଇଁ ନିଯୁକ୍ତି ହୋଇଛନ୍ତି ବନ ବିଭାଗ ଓ ଅଗ୍ନିଶମ ବିଭାଗର ସ୍ପେଶାଲ ଟିମ ।

ଆନନ୍ଦପୁର/ଜି.ଉଦୟଗିରି : ହଦଗଡ଼ ହସ୍ତୀ ଅଭୟାରଣ୍ୟର ୯ ଟି ପଏଣ୍ଟରେ ଲାଗିଛି ନିଆଁ । ନିଆଁ ଲିଭାଇବା ପାଇଁ ନିଯୁକ୍ତି ହୋଇଛନ୍ତି ବନ ବିଭାଗ ଓ ଅଗ୍ନିଶମ ବିଭାଗର ସ୍ପେଶାଲ ଟିମ । ଅତ୍ୟଧିକ ଗରମ ସହିତ ନିଆଁର ପ୍ରଭାବ ଯୋଗୁ ଜଙ୍ଗଲ ଜନ୍ତୁ ଏବେ ବିପଦରେ । ତେବେ ନିଆଁକୁ ଖୁବ ଶୀଘ୍ର ଆୟତ୍ତ କରାଯିବ ବୋଲି ବନ କର୍ମଚାରୀ କହିଛନ୍ତି ।

ବର୍ତ୍ତମାନ ସମୟରେ ଶୁଖିଲା ପତ୍ରରେ ନିଆଁ ଲାଗିବା ଯୋଗୁ ସବୁ ଆଡେ ବ୍ୟାପୀ ଯାଉଛି । ବେଳେ ଏହାକୁ ଆୟତ୍ତ କରିବାକୁ କଷ୍ଟ ହେଉଛି। ତେଣୁ ଅଭୟାରଣ୍ୟ ଭିତରେ ବାସ କରୁଥିବା ଲୋକେ ନିଆଁ ନଲଗାଇବାକୁ ଅନୁରୋଧ କରାଯାଇଛି । ହଦଗଡ଼ ରେଞ୍ଜ ଅଧୀନରେ ୯ଟି ବିଟ ହାଉସ ଥିବା ବେଳେ ପ୍ରତ୍ୟେକ ସ୍ଥାନରେ କର୍ମଚାରୀମାନେ ଜଗି ରହିଛନ୍ତି ନିଆଁକୁ ପ୍ରତିରୋଧ କରିବାକୁ।

fire

ସେହିପରି କଳିଙ୍ଗା ଘାଟିରେ କେହି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିବା ଖବର ପାଇ ଜି.ଉଦୟଗିରି ରେଞ୍ଜର ଦାୟିତ୍ବରେ ଥିବା ଉପବନ ସଂରକ୍ଷକ କାଜଲ ନାୟକ, ବନପାଳ ରଶ୍ମୀତା ବକ୍ସି ସ୍କ୍ବାର୍ଡ ଟିମ ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ଳୋଏର ସାହାଯ୍ୟରେ ନିଆଁକୁ ଲିଭାଇ ନିଜ ଆୟତ୍ତକୁ ଆଣିଥିବା ଜଣାଯାଇଛି ।

You might also like