ଆଜି ଆସିପାରେ ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ବାକି ରହିଛି ୧୨ ଟି ବିଧାନସଭା ଆସନ

ଆଜି ଆସିପାରେ ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ।  ଆହୁରି ୧୨ ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି ।

ଭୁବନେଶ୍ୱର : ଆଜି ଆସିପାରେ ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ।  ଆହୁରି ୧୨ ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି । ୨୪ ତାରିଖରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରକୁ ଓହ୍ଲାଇବେ ।  ଆଜି କିମ୍ବା ଆସନ୍ତାକାଲି ବିଜେଡି ଅବଶିଷ୍ଟ ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ଅଧିକ ରହିଛି ।

ଭୋଗରାଇ, ନୀଳଗିରି, ବେଗୁନିଆ, ଖୋର୍ଦ୍ଧା, ଖଣ୍ଡପଡ଼ା, ହିନ୍ଦୋଳ, ବାଲିକୁଦା, କାକଟପୁର, ବରି,କୋରେଇ, ବାଙ୍ଗିରିପୋଷି, ରଘୁନାଥପାଲି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି ।  ଏ ୧୨ ଟି ଆସନରେ କିଏ ପ୍ରାର୍ଥୀ ହେବେ ସସପେନ୍ସ ଲାଗି ରହିଥିବା ବେଳେ ଆଜି କିମ୍ବା ଆସନ୍ତାକାଲି ଏହା ଉପରୁ ପରଦା ଉଠିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.