Instagram Reelsରେ ୧ ମିଲିୟନ ଭ୍ୟୁଜରେ କେତେ ଟଙ୍କା ମିଳେ? ସିଧା ବ୍ୟାଙ୍କକୁ ଆସେ କି ଟଙ୍କା!

ମନୋରଞ୍ଜନ ସହିତ ଇନଷ୍ଟାଗ୍ରାମ ଏବେ ରୋଜଗାରର ଉତ୍ସ ପାଲଟିଛି । ଲୋକମାନେ ପ୍ରତିଦିନ ରିଲରେ ଅଧିକ ସମୟ ବିତାଉଛନ୍ତି । ଏଭଳି ପରିସ୍ଥିତିରେ, ଆପଣଙ୍କ ମନକୁ ଏକ ପ୍ରଶ୍ନ ନିଶ୍ଚୟ ଆସିଥିବ ଯେ ଇନଷ୍ଟାଗ୍ରାମ ରିଲ ଭାଇରାଲ ହେବା ପରେ କ'ଣ ପ୍ରକୃତରେ ଟଙ୍କା ମିଳିଥାଏ କି? ତେବେ ଆସନ୍ତୁ ଏହି ବିଷୟରେ ବିସ୍ତୃତ ଭାବରେ ଜାଣିବା ।

ଆଜିକାଲି ଇନଷ୍ଟାଗ୍ରାମରେ ରିଲ ତିଆରି କରିବାର ଟ୍ରେଣ୍ଡ ବହୁତ ବୃଦ୍ଧି ପାଇଛି । ଲୋକମାନେ ରିଲ୍ ତିଆରି କରିବା ପାଇଁ ପବ୍ଲିକ ପ୍ଲାଟଫର୍ମ ବ୍ୟବହାର କରିବା ମଧ୍ୟ ଆରମ୍ଭ କରିଛନ୍ତି । ମନୋରଞ୍ଜନ ସହିତ ଇନଷ୍ଟାଗ୍ରାମ ଏବେ ରୋଜଗାରର ଉତ୍ସ ପାଲଟିଛି । ଲୋକମାନେ ପ୍ରତିଦିନ ରିଲରେ ଅଧିକ ସମୟ ବିତାଉଛନ୍ତି । ଏଭଳି ପରିସ୍ଥିତିରେ, ଆପଣଙ୍କ ମନକୁ ଏକ ପ୍ରଶ୍ନ ନିଶ୍ଚୟ ଆସିଥିବ ଯେ ଇନଷ୍ଟାଗ୍ରାମ ରିଲ ଭାଇରାଲ ହେବା ପରେ କ’ଣ ପ୍ରକୃତରେ ଟଙ୍କା ମିଳିଥାଏ କି? ତେବେ ଆସନ୍ତୁ ଏହି ବିଷୟରେ ବିସ୍ତୃତ ଭାବରେ ଜାଣିବା ।

ଇନଷ୍ଟାଗ୍ରାମ ରିଲ ଭାଇରାଲ ହେବା ପରେ କମ୍ପାନୀ ଟଙ୍କା ଦେଇନଥାଏ । ଆପଣଙ୍କର ୧ ମିଲିୟନ୍ ଭ୍ୟୁ ହେଉ କିମ୍ବା ୧୦ ମିଲିୟନ୍ ଏସବୁ ଉପରେ କମ୍ପାନୀ ଧ୍ୟାନ ଦେଇନଥାଏ । ଏଥିପାଇଁ ଆପଣଙ୍କୁ ମୋନେଟାଇଜେସନ୍ କରିବାକୁ ପଡିବ । ରିଲ୍ ମୋନେଟାଇଜ୍ କରିବାକୁ, କିଛି ସର୍ତ୍ତ ଅଛି ଯାହାକୁ ପୂରଣ ମଧ୍ୟ କରିବାକୁ ପଡିଥାଏ । ଯଦି ଆପଣଙ୍କୁ ରିଲ୍ ଭଲ ଭ୍ୟୁଜ ପାଏ ଏବଂ ଆପଣ ଅରିଜିନାଲ କଣ୍ଟେଣ୍ଟ ସେୟାର କରନ୍ତି, ତେବେ ଆପଣ ନିଜ ପେଜକୁ ମୋନେଟାଇଜ୍ କରି ସହଜରେ ଟଙ୍କା ରୋଜଗାର କରିପାରିବ ।

ଯଦି ଆପଣଙ୍କର ରିଲ୍ ଭଲ ଭ୍ୟୁଜ ପାଏ ଏବଂ ଫଲୋର୍ସଙ୍କ ସଂଖ୍ୟା ମଧ୍ୟ ଅଧିକ, ତେବେ ଆପଣ ଛୋଟ କ୍ରିଏଟର୍ସଙ୍କ ଆକାଉଣ୍ଟକୁ ମଧ୍ୟ ପ୍ରମୋଟ କରିପାରିବେ ଏବଂ ପେମେଣ୍ଟ ନେଇପାରିବେ । ଇନଷ୍ଟାଗ୍ରାମରେ ଆପଣ ନିଜର ପ୍ରଡକ୍ଟ ମଧ୍ୟ ବିକ୍ରି କରିପାରିବେ । ଏଥିପାଇଁ ଆପଣଙ୍କୁ ନିୟମିତ ଭିଡିଓ ପ୍ରସ୍ତୁତ କରି ସେୟାର କରିବାକୁ ପଡିବ । ଆପଣ ଅନଲାଇନ୍ ପ୍ରଡକ୍ଟ ବିକ୍ରୟ କାର୍ଯ୍ୟ ମଧ୍ୟ କରିପାରିବେ ଏବଂ ଟଙ୍କା ରୋଜଗାର କରିପାରିବେ ।

ରିଲ୍ସ କରିବା ସମୟରେ ଏହିସବୁ ଜିନିଷ ଧ୍ୟାନରେ ରଖନ୍ତୁ:

-ଆପଣ ଅପଲୋଡ୍ କରୁଥିବା ଭିଡିଓରେ ଥିବା ଗୀତ ମଧ୍ୟ ଅରିଜିନାଲ ହେବା ଉଚିତ୍ ।

-ରିଲ୍ ବ୍ରାଣ୍ଡେଡ୍ କଣ୍ଟେଣ୍ଟ ଉପରେ ଆଧାରିତ ହେବା ଉଚିତ୍ ।

-ରିଲର କଣ୍ଟେଣ୍ଟ କୌଣସି ସ୍ଥାନରୁ କପି ହୋଇନଥିବା ଆବଶ୍ୟକ ।

-ଆପଣଙ୍କ ରିଲରେ କୌଣସି ଖରାପ ଭାଷା ବ୍ୟବହାର କରାଯିବା ଉଚିତ୍ ନୁହେଁ ।

-କେତେ ଲୋକ ଆପଣଙ୍କ ରିଲ୍ ଦେଖୁଛନ୍ତି ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

-ଯଦି ଆପଣ ନକଲି ଖବର କିମ୍ବା ଭିଡିଓ ସେୟାର କରନ୍ତି, ଇନଷ୍ଟାଗ୍ରାମ ଆପଣଙ୍କ ଆକାଉଣ୍ଟକୁ ସସପେଣ୍ଡ ମଧ୍ୟ କରିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.