ଥାଇଲାଣ୍ଡ: ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୨୦ ମୃତ; ବଢ଼ିପାରେ ମୃତକଙ୍କ ସଂଖ୍ୟା

ମଧ୍ୟ ଥାଇଲାଣ୍ଡରେ ଏକ ବାଣ କାରଖାନାରେ ବୁଧବାର ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଜଣେ ଉଦ୍ଧାରକର୍ମୀ ଏ ନେଇ ସୂଚନା ଦେଇ କହିଛନ୍ତି ଯେ ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି ।

ରିପୋର୍ଟ ମୁତାବକ, ସୁଫାନ ବୁରୀ ପ୍ରାନ୍ତରେ ସ୍ଥାନୀୟ ଉଦ୍ଧାରକର୍ମୀମାନେ ବିସ୍ଫୋରଣ ସ୍ଥଳର ଫଟୋ ଅନଲାଇନରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ଘଟଣାସ୍ଥଳ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଥିବା ଦେଖିବାକୁ ମିଳିଛି । ବିସ୍ଫୋରଣରେ କାରଖାନା ଛାରଖାର ହୋଇଯାଇଛି ।

ଉଦ୍ଧାରକର୍ମୀଙ୍କ ମୁତାବକ, ଘଟଣାସ୍ଥଳରେ ଏକ ଧାନକ୍ଷେତ ରହିଛି ଏବଂ ପୂରା ଅଞ୍ଚଳରେ କାରଖାନା ବିଲ୍ଡିଂର ଧ୍ୱଂସାବଶେଷ ଓ ଶରୀରର ଖଣ୍ଡବିଖଣ୍ଡିତ ଅଂଶ ବିଛାଡ଼ି ହୋଇ ପଡ଼ିଛି । ତେବେ ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । କୁହାଯାଉଛି ଯେ ବାଣ ତିଆରି ବେଳେ ଏହି ବିସ୍ଫୋରଣ ଘଟିଛି ।

ବ୍ୟାଙ୍କକ୍‌ଠାରୁ ପ୍ରାୟ ୧୨୦ କିମି ଦୂର ଉତ୍ତରରେ ସୁଫାନ ବୁରୀସ୍ଥିତ ବାଣ କାରଖାନାରେ ଏହି ବିସ୍ଫୋରଣ ଘଟିିଛି । ଘଟଣା ଅପରାହ୍ନ ସାଢ଼େ ୩ଟାର । ବିସ୍ଫୋରଣରେ ପ୍ରାୟ ୭ ଜଣ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାରକର୍ମୀଙ୍କ କହିବା ଅନୁସାରେ, ବର୍ତ୍ତମାନ ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରି ନିଆଯାଇଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.