ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ, ନିଆଁଲିଭା କାର୍ଯ୍ୟରେ ଓଡ୍ରାଫ ଓ ବନ କର୍ମଚାରୀ ମୁତୟନ

ଲିଭୁନି ଶିମିଳିପାଳର ନିଆଁ । ୨୭୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି । ଗତକାଲି ଶିମିଳିପାଳରେ ନିଆଁ ଲାଗିନଥିଲା । ଆଜି ପୁଣି ସିମିଳିପାଳର ୮ ଟି ପଏଣ୍ଟରେ ଲାଗିଛି ନିଆଁ ।

କରଞ୍ଜିଆ (କେନ୍ୟୁଜ): ଲିଭୁନି ଶିମିଳିପାଳର ନିଆଁ । ୨୭୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି । ଗତକାଲି ଶିମିଳିପାଳରେ ନିଆଁ ଲାଗିନଥିଲା । ଆଜି ପୁଣି ସିମିଳିପାଳର ୮ ଟି ପଏଣ୍ଟରେ ଲାଗିଛି ନିଆଁ । ଦିନ ବେଳେ ନିଆଁ ଲାଗିବା ପଏଣ୍ଟ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ନିଆଁ ଲିଭାଇବା ପାଇଁ ବନ ବିଭାଗ କର୍ମଚାରୀ ଓଡ୍ରାଫ ଟିମ ସାମିଲ ଅଛନ୍ତି ।

forest Survey of India ରିପୋର୍ଟ ଅନୁଯାୟୀ ୮ ଟି ପଏଣ୍ଟରେ ଲାଗିଛି ନିଆଁ । ଶିମିଳିପାଳରେ ନିଆଁ ଲିଭାଇବା ପାଇଁ drone camera ବ୍ୟବହାର କରାଯାଉଛି । ଶିମିଳିପାଳରେ ନିଆଁ ଲାଗିବା ଯୋଗୁ ବନ୍ୟଜନ୍ତୁ ଏବଂ ମୂଲ୍ୟବାନ ଗଛ ଏବେ ବିପଦରେ। ଶିମିଳିପାଳ ଅଭୟାରଣ୍ୟ ରେ ୨୮୪ ଟି ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।  ନିଆଁ ଲିଭାଇବା ପାଇଁ ପାଖାପାଖି ୩୦୦ ସ୍କ୍ୱାଡ ଗଠନ କରାଯାଇଛି । ଚଳିତବର୍ଷ ଶିମିଳିପାଳ ଅଭୟାରଣ୍ୟରେ ମାର୍ଚ୍ଚ ମାସରେ ପ୍ରଥମେ ନିଆଁ ଲାଗିବା ଆରମ୍ଭ ହେଇଥିଲା। କରଞ୍ଜିଆ ବନ ଖଣ୍ଡରେ ଗୋଟିଏ ପଏଣ୍ଟ ରେ ଲାଗିଛି ନିଆଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.