DRDO ଆଣୁଛି ହାଲୁକା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍, ଆହୁରି ସୁରକ୍ଷିତ ହେବେ ଦେଶର ସୈନିକ

ବର୍ତ୍ତମାନ DRDO ଦେଶର ହାଲୁକା ବୁଲେଟପ୍ରୁଫ୍ ଜ୍ୟାକେଟ ତିଆରି କରିଛି । ତେବେ କାନପୁରରେ ଅବସ୍ଥିତ DRDOର ପ୍ରତିରକ୍ଷା ସାମଗ୍ରୀ ଏବଂ ଷ୍ଟୋରସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ ଦ୍ୱାରା ଏହି ଜ୍ୟାକେଟ ପ୍ରସ୍ତୁତ କରାଯାଇଛି ।

ବର୍ତ୍ତମାନ ଭାରତୀୟ ସେନାର ଶକ୍ତି କ୍ରମାଗତ ଭାବେ ବଢି ଚାଲିଛି । DRDO ନୂଆ ନୂଆ ଅସ୍ତ୍ରଶସ୍ତ୍ର ଏବଂ ସୁରକ୍ଷା ଉପକରଣର ବିକାଶ କରୁଛି । ବର୍ତ୍ତମାନ DRDO ଦେଶର ହାଲୁକା ବୁଲେଟପ୍ରୁଫ୍ ଜ୍ୟାକେଟ ତିଆରି କରିଛି । ତେବେ କାନପୁରରେ ଅବସ୍ଥିତ DRDOର ପ୍ରତିରକ୍ଷା ସାମଗ୍ରୀ ଏବଂ ଷ୍ଟୋରସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ ଦ୍ୱାରା ଏହି ଜ୍ୟାକେଟ ପ୍ରସ୍ତୁତ କରାଯାଇଛି ।

ତେବେ ଏହା ସଂପୂର୍ଣ୍ଣ ଭାବେ ସ୍ୱଦେଶୀ ଜ୍ୟାକେଟ ପଲିମର ବ୍ୟାକିଂ ଏବଂ ମୋନୋଲିଥିକ୍ ସେରାମିକ୍ ପ୍ଲେଟରୁ ତିଆରି କରାଯାଇଛି । ଏହି ଜ୍ୟାକେଟର ବିଶେଷ କଥା ହେଉଛି ୬ଟି ସ୍ନାଇପର ବୁଲେଟ୍ ମଧ୍ୟ ଏହା ଭିତରକୁ ଯାଇପାରିବ ନାହିଁ । ମୋନୋଲିଥିକ୍ ସିରାମିକ୍‌ରେ ଏହା ହେଉଛି ଏହାର ପ୍ରଥମ ଜ୍ୟାକେଟ୍ ଯାହା 6 7.62×54 API ବୁଲେଟକୁ ଅଟକାଇପାରେ । ତେବେ ଜ୍ୟାକେଟର ଇନ-କଞ୍ଜୁକସନ ICW ଏବଂ ଷ୍ଟାଣ୍ଡାଲୋନ୍ ଡିଜାଇନ୍ ସୈନିକମାନଙ୍କୁ ଯେକୌଣସି ପ୍ରକାରର ଗୁଳିରୁ ସୁରକ୍ଷା ଯୋଗାଇବ ।

ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ଏହି ଜ୍ୟାକେଟଟି ଏକ ନୂଆ ଡିଜାଇନ୍ ପଦ୍ଧତି ଉପରେ ଆଧାରିତ, ଯେଉଁଥିରେ ନୂଆ ପ୍ରକ୍ରିୟା ସହିତ ଆଧୁନିକ ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଇଛି । କୁହାଯାଇଥିଲା ଯେ ନିକଟରେ ଏହି ଜ୍ୟାକେଟକୁ BIS ୧୭୦୫୧-୨୦୧୮ ଅଧୀନରେ ଚଣ୍ଡିଗଡ଼ରେ ଅବସ୍ଥିତ ‘ଟର୍ମିନାଲ୍ ବାଲିଷ୍ଟିକ୍ ରିସର୍ଚ୍ଚ ଲାବୋରେଟୋରୀ’ ରେ ପରୀକ୍ଷା କରାଯାଇଛି ।

ସୂଚନା ପ୍ରଦାନ କରି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହି ବୁଲେଟପ୍ରୁଫ୍ ଜ୍ୟାକେଟ ଏକ ଏର୍ଗୋନୋମିକ୍‌ ଡିଜାଇନ୍ କରାଯାଇଛି । ତେବେ ଏହି ଫ୍ରଣ୍ଟ ହାର୍ଟ, ଆର୍ମ ପ୍ୟାନେଲ୍, ପଲିମର ବ୍ୟାକିଂ ଏବଂ ମୋନୋଲିଥିକ୍ ସେରାମିକ୍ ପ୍ଲେଟରେ ନିର୍ମିତ । ତେବେ ଏହା ହାଲୁକା ହୋଇଥିବାରୁ ସୈନିକମାନଙ୍କୁ ପିନ୍ଧିବାକୁ ଆରାମଦାୟକ ହେବ ଏବଂ ଅପରେସନ୍ ସମୟରେ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷା ଯୋଗାଇବ ।

ସୂଚନା ମୁତାବକ, ଏହି ଜ୍ୟାକେଟ୍‌ ଏକ ନୂତନ ଡିଜାଇନ୍‌ ପଦ୍ଧତି ଉପରେ ଆଧାରିତ । ତେବେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶର ସଚିବ ଏବଂ DRDOର ଅଧ୍ୟକ୍ଷ ଏହି ହାଲୁକା ବୁଲେଟ୍‌ଫ୍ରୁଫ୍‌ ଜ୍ୟାକେଟ୍‌ର ସଫଳ ବିକାଶ ପାଇଁ DMSRDEକୁ ଅଭିନ୍ଦନ ଜଣାଇଛନ୍ତି । ଏପରି ଭାବେ ଭାରତୀୟ ସେନାଙ୍କ ପାଇଁ ସୁରକ୍ଷାରେ ଦିନ କୁ ଦିନ ବିକାଶ ହୋଇଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.