ବିଭ୍ରାନ୍ତିକର ବିଜ୍ଞାପନ ମାମଲା : ସୁପ୍ରିମକୋର୍ଟ ବର୍ଷିବା ପରେ ବାବା ରାମଦେବ ମାଗିଲେ କ୍ଷମା, ଛପାଇଲେ ବଡ କ୍ଷମାପ୍ରାର୍ଥନା

ଏହି କ୍ଷମା ପ୍ରାର୍ଥନା ବିଜ୍ଞାପନରେ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି, ଭାରତର ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ଆମେ ଆମ ବ୍ୟକ୍ତିଗତ ସ୍ତରରେ ତଥା ପତଞ୍ଜଳି ତରଫରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ । ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରି ଆମେ ଯେଉଁ ତ୍ରୁଟି କରିଛୁ, ଭବିଷ୍ୟତରେ କେବେ ବି ଏପରି ତ୍ରୁଟି ଆଉ ହେବନି ବୋଲି ଆମେ ପ୍ରତିଶ୍ରୁତି ଦେଉଛୁ ।

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟ ବର୍ଷିବା ପରେ ପତଞ୍ଜଳି ତରଫରୁ ଆଜି ସମାଦପତ୍ରରେ ନୂଆ କ୍ଷମା ପ୍ରାର୍ଥନା କରିଛନ୍ତି । ପତଞ୍ଜଳି ତରଫରୁ ପ୍ରକାଶିତ କ୍ଷମା ପ୍ରାର୍ଥନା ବିଜ୍ଞାପନର ଆକାରକୁ ନେଇ ସୁପ୍ରିମକୋର୍ଟ ଗତକାଲି ଯୋଗ ଗୁରୁ ବାବା ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଉପରେ ବର୍ଷିଥିଲେ । ବିଜ୍ଞାପନର ଆକାର ଯେତିକି ବଡ଼ ଥିଲା କ୍ଷମା ପ୍ରାର୍ଥନାର ଆକାର ବି ସେତିକି ବଡ଼ କି ବୋଲି ଖଣ୍ଡପୀଠ ପଚାରିଥିଲେ। ଆଉ ଏହାକୁ ନେଇ ପତଞ୍ଜଳି ନିର୍ଦ୍ଦେଶନ ଆଚାର୍ଯ୍ୟ ବାଳକୃଷ୍ଣ ଏବଂ ଯୋଗଗୁରୁ ବାବା ରାମଦେବ ଖବରକାଗଜରେ ନୂଆ ସାର୍ବଜନିନ କ୍ଷମା ପ୍ରାର୍ଥନା ଜାରି କରିଛନ୍ତି ।

ଏହି କ୍ଷମା ପ୍ରାର୍ଥନା ବିଜ୍ଞାପନରେ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି, ଭାରତର ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ଆମେ ଆମ ବ୍ୟକ୍ତିଗତ ସ୍ତରରେ ତଥା ପତଞ୍ଜଳି ତରଫରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ । ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରି ଆମେ ଯେଉଁ ତ୍ରୁଟି କରିଛୁ, ଭବିଷ୍ୟତରେ କେବେ ବି ଏପରି ତ୍ରୁଟି ଆଉ ହେବନି ବୋଲି ଆମେ ପ୍ରତିଶ୍ରୁତି ଦେଉଛୁ ।

ସୂଚନାଯୋଗ୍ୟ, ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ସହିତ ଜଡିତ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ଷ୍ଟିସ ହେମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ ।  ଶୁଣାଣି ସମୟରେ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ପକ୍ଷରୁ କୁହାଯାଇଥିଲା କି, ପତଞ୍ଜଳି ଖବରକାଗଜରେ ପ୍ରକାଶିତ କରି ଭୁଲ୍‌ ମାଗିସାରିଛି । ଖବରକାଗଜରେ ସୋମବାର ଦିନ ବିଜ୍ଞାପନ ଦିଆଯାଇଥିଲା । ତେବେ ଡେଡ୍ ଲାଇନ୍ ସରିବାର ଦିନକ ପୂର୍ବରୁ ପତଞ୍ଜଳି ତରଫରୁ କ୍ଷମା ପ୍ରାର୍ଥନା ପ୍ରକାଶିତ କରାଯିବାକୁ ନେଇ ସୁପ୍ରିମକୋର୍ଟ ବର୍ଷିଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟ ପଚାରିଥିଲେ କି,କୋର୍ଟରେ ଶୁଣାଣି ପୂର୍ବରୁ ଏକ ସପ୍ତାହ ପରେ କାହିଁକି କ୍ଷମା ପ୍ରାର୍ଥନା କରାଯାଇଥିଲା ? ତାହାଛଡ଼ା ବିଜ୍ଞାପନର ଆକାର ଯେତିକି ବଡ଼ ଥିଲା କ୍ଷମା ପ୍ରାର୍ଥନାର ଆକାର ବି ସେତିକି ବଡ଼ କି ? ଏହି ମାମଲାରେ ସୁପ୍ରିମକୋର୍ଟ ପତଞ୍ଜଳିକୁ ଖବରକାଗଜରେ ପ୍ରକାଶିତ କ୍ଷମାକୁ ଅଯୋଗ୍ୟ କରିଛନ୍ତି । ଆଉ ଥରେ ବିଜ୍ଞାପନ ଜାରି କରି କ୍ଷମା ମାଗିବାକୁ ଆଦେଶ ଦେଇଥିଲେ କୋର୍ଟ ।

You might also like