ଆଜି ବସିବ ଛତିଶା ନିଯୋଗ ବୈଠକ, ଚନ୍ଦନ ଯାତ୍ରା ପାଇଁ ରୂପରେଖ ହେବ ଚୂଡାନ୍ତ

ଆଜି ବସିବ ଛତିଶା ନିଯୋଗ ବୈଠକ । ଅପରାହ୍ଣ ୫ଟାରେ ନୀଳାଦ୍ରି ଭକ୍ତ ନିବାସରେ ବୈଠକ ବସିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ କରାଯିବ । ଆସନ୍ତା ମେ ୧୦ ତାରିଖରେ ହେବାକୁ ଥିବା ଅକ୍ଷୟ ତୃତୀୟା, ରଥ ନିର୍ମାଣ ଅନୁକୂଳ ଓ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ନେଇ ରୂପରେଖ ଚୂଡାନ୍ତ ହେବ ।

ପୁରୀ (କେନ୍ୟୁଜ): ଆଜି ବସିବ ଛତିଶା ନିଯୋଗ ବୈଠକ । ଅପରାହ୍ଣ ୫ଟାରେ ନୀଳାଦ୍ରି ଭକ୍ତ ନିବାସରେ ବୈଠକ ବସିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ କରାଯିବ । ଆସନ୍ତା ମେ ୧୦ ତାରିଖରେ ହେବାକୁ ଥିବା ଅକ୍ଷୟ ତୃତୀୟା, ରଥ ନିର୍ମାଣ ଅନୁକୂଳ ଓ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ନେଇ ରୂପରେଖ ଚୂଡାନ୍ତ ହେବ । ଅକ୍ଷୟ ତୃତୀୟା ଠାରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଧୁସୂଦନ ,ଭୂଦେବୀ ,ଶ୍ରୀ ଦେବୀ ଶ୍ରୀକ୍ଷେତ୍ରର ପଞ୍ଚ ପାଣ୍ଡବଙ୍କ ସହ ମିଶି ନରେନ୍ଦ୍ର ସରୋବରରେ ଜଳ କ୍ରୀଡା କରିବେ। ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତି କିଭଳି ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ଶେଷ ହେବ ଏନେଇ ବୈଠକରେ ଆଲୋଚନା କରାଯିବ ।

ଗତକାଲି ଚୈତ୍ର ପୂର୍ଣ୍ଣିମା ଅବସରରେ ବର୍ଷ ତମାମ ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ରଖାଯାଇଥିବା ଚାପ ଡ଼ଙ୍ଗା ନନ୍ଦା , ଭଦ୍ରା ଓ ବୈଜୟନ୍ତ ଡ଼ଙ୍ଗାକୁ ଭୋଇ ସେବକ ମାନେ ଉଦ୍ଧାର କରିଛନ୍ତି ନ୍ତି । ଏହି ଚାପ ଡ଼ଙ୍ଗା ଗୁଡିକୁ ଆବଶ୍ୟକୀୟ ମରାମତି ପରେ ଏହାକୁ ରଙ୍ଗ କରାଯାଇ କାର୍ଯ୍ୟରେ ଲଗାଯିବ। ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା । ମଦନମୋହନ ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚୁ ପାଣ୍ଡଵଙ୍କ ସହ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ମାନବଙ୍କ ପରି ମହାପ୍ରଭୁ ଶ୍ରୀ ଅଙ୍ଗରେ ଚନ୍ଦନ ଲଗାଇ ନରେନ୍ଦ୍ର ପୁଷ୍କରିଣୀରେ କରିବେ ଜଳକ୍ରୀଡା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.