ମହାରାଷ୍ଟ୍ର : ନାଗପୁରର ସୋଲାର ଏକ୍ସପ୍ଲୋସିଭ କମ୍ପାନୀରେ ବିସ୍ଫୋରଣ : ୯ ମୃତ, ବଢିପାରେ ମୃତକଙ୍କ ସଂଖ୍ୟା

ମହାରାଷ୍ଟ୍ର ନାଗପୁରର ବାଜାରଗାଓଁରେ ଥିବା ସୋଲାର ଏକ୍ସପ୍ଲୋସିଭ କମ୍ପାନୀର ବିସ୍ଫୋରଣ । ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଇଛି ।

ମହାରାଷ୍ଟ୍ର ନାଗପୁରର ବାଜାରଗାଓଁରେ ଥିବା ସୋଲାର ଏକ୍ସପ୍ଲୋସିଭ କମ୍ପାନୀର ବିସ୍ଫୋରଣ । ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଇଛି । ବିସ୍ଫୋରଣ କାଷ୍ଟ ବୁଷ୍ଟର ପ୍ଲାଣ୍ଟ ପ୍ୟାକିଂ ସମୟରେ ହୋଇଥିବା କୁହାଯାଉଛି । ପୋଲିସ କହିବା ମୁତାବକ, ଘଟଣାରେ ୪ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ଭିତରେ ଆଉ କେତେ ଲୋକ ଫସିଛନ୍ତି, ତାହା ଜଣାପଡିନାହିଁ ।

ଏହି ଘଟଣା ନାଗପୁରର ଗ୍ରାମୀଣ ଅଞ୍ଚଳରେ ହୋଇଛି । ନାଗପୁର ଗ୍ରାମୀଣ ଏସପିଙ୍କ ମୁତାବକ, ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ । ତେବେ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଛି ।

କମ୍ପାନୀର ଏକ ବିଲିଡିଂ ଧ୍ୱଂସ ପାଇଛି । ବିସ୍ଫୋରଣର ଶବ୍ଦ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିଛି । ଭିତରେ ଅନେକ ଲୋକ ଫସିଥିବା ଆଶଙ୍କା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.