ଜାଣନ୍ତୁ ଶରୀରରେ କେଉଁ ଭିଟାମିନ୍‌ ଅଭାବରୁ ହୋଇଥାଏ ଡିପ୍ରେସନ୍‌ ଏବଂ ପ୍ୟାନିକ୍‌ ଆଟାକ୍‌

ଏପରି ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କୁ କିଛି ଏମିତି ସମସ୍ୟାର ସମ୍ମୁଖୀନ ହେଉଛିନ୍ତି, ଯେ ସେମାନଙ୍କୁ ତୁରନ୍ତ ଚିନ୍ତା କିମ୍ବା ପ୍ୟାନିକ୍‌ ଆଟାକ୍‌ ହେଉଛି । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏପରି ହେବାର କାରଣ ଆମ ଶାରୀରରେ କିଛିଟା ଭିଟାମିନ୍‌ ଅଭାବ ଯୋଗୁ ହୋଇଥାଏ ।

ଆମ ଆଖପାଖରେ ଏପରି ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କୁ କିଛି ଏମିତି ସମସ୍ୟାର ସମ୍ମୁଖୀନ ହେଉଛିନ୍ତି, ଯେ ସେମାନଙ୍କୁ ତୁରନ୍ତ ଚିନ୍ତା କିମ୍ବା ପ୍ୟାନିକ୍‌ ଆଟାକ୍‌ ହେଉଛି । ତେବେ ଏଭଳି ଲୋକଙ୍କୁ ତାଙ୍କ ଏହି ମାନସିକ ଅବସ୍ଥା କାରଣରୁ ତାଙ୍କୁ ଅନେକ ପ୍ରକାରର ମେଣ୍ଟାଲ ହେଲଥ୍‌ ପରି ସମସ୍ୟାରେ ପଡିଥାନ୍ତି । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏପରି ହେବାର କାରଣ ଆମ ଶାରୀରରେ କିଛିଟା ଭିଟାମିନ୍‌ ଅଭାବ ଯୋଗୁ ହୋଇଥାଏ । ତେବେ ଏହି ନିର୍ଦ୍ଦିଷ୍ଟ ଭିଟାମିନ୍‌ ର ଅଭାବ ହେତୁ ସେମାନଙ୍କୁ ମାନସିକ ସମସ୍ୟା,ଚିନ୍ତା ଏବଂ ପ୍ୟାନିକ୍‌ ଆଟାକ୍‌ ଭଳି ସମସ୍ୟାର ସାମ୍ନା କରିବାକୁ ପଡିବ ।

ଏହିପରି ଭାବେ ଭିଟାମିନ୍‌ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ :
ଆମ ଶରୀରରେ ଭିଟାମିନ୍‌ ର ଅଭାବ ଚିନ୍ତା ଏବଂ ପ୍ୟାନିକ୍‌ ଆଟାକ୍‌ର କାରଣ ହୋଇଥାଏ । ତେବେ ଆପଣ ଏପରି ଶୁଣି ଆପଣଙ୍କୁ ନିଶ୍ଚିତ ଭାବେ ଭାବୁଥିବେ ଏହା କିପରି ହୋଇପାରେ ? ସେଥିପାଇଁ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ କିଛି ଏପରି ଭିଟାମିନ୍‌ ଅଛି ଯାହାକୁ ଖାଇବା ଦ୍ୱାରା ଆପଣଙ୍କ ବ୍ରେନ୍‌ ଅଧିକ ଆକ୍ଟିଭ ରହିଥାଏ । ଏହା ସହ ଏହି ଭିଟାମିନ୍‌ ଆପଣଙ୍କ ମସ୍ତିଷ୍କର କାର୍ଯ୍ୟକୁ ବହୁତ ପ୍ରଭାବିତ କରିଥାଏ । ଏହା ବ୍ୟାତୀତ ଆପଣଙ୍କ ହରମୋନ୍‌ ଉପରେ ମଧ୍ୟ ବହୁତ ପ୍ରଭାବ ପକାଇଥାଏ । ତେବେ ଏହି କାରଣରୁ ଆପଣଙ୍କୁ ଡିପ୍ରେସନ୍‌ ହୋଇପାରେ କିମ୍ବା ନ ହୋଇପାରେ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଏହା ଜଣାଇବୁ ଯେ ସେ କେଉଁ ଭିଟାମିନ୍‌ ଯାହା ଆପଣଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ ।

ଜାଣନ୍ତୁ କେଉଁ ଭିଟାମିନ୍‌ ଅଭାବରେ ଆପଣଙ୍କ ମସ୍ତିଷ୍କ ପ୍ରଭାବିତ ହୋଇଥାଏ :
ଯେଉଁମାନଙ୍କ ଶରୀରରେ ଭିଟାମିନ୍‌ – D-3 ଅଭାବ ଥାଏ ସେମାନଙ୍କୁ ବହୁତ ଶୀଘ୍ର ଡର ଲାଗିବା ଭଳି ଅନୁଭବ ହୋଇଥାଏ । ଏହା ଏକ ଭିଟାମିନ୍ ଯାହା ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବାସ୍ତବରେ ଭିଟାମିନ୍‌ – D ମସ୍ତିଷ୍କରେ ଏକ ନ୍ୟୁରୋ-ଷ୍ଟେରଏଡ୍ ପରି କାମ କରେ । ଏହା ଚିନ୍ତା ଏବଂ ଡିପ୍ରେସନ୍‌କୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟ କରେ । ଯେତେବେଳେ ଏହି ଭିଟାମିନ୍‌ ଶରୀରରେ ଅଭାବ ଥାଏ, ସେତେବେଳେ ଆପଣଙ୍କୁ ସ୍କିଜୋଫ୍ରେନିଆ, ଡିପ୍ରେସନ୍‌ ଭଳି ରୋଗ ହୋଇପାରେ । ଏହି କାରଣରୁ ନିଦ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇପାରେ ।

ଭିଟାମିନ୍‌ – D ଅଭାବରୁ କିପରି ରକ୍ଷା ପାଇବେ ?

ଯଦି ଆପଣ ଭିଟାମିନ୍‌ – D ଅଭାବରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ନିଜ ପ୍ରତିଦିନ ଲାଇଫ୍‌ ଷ୍ଟାଇଲ୍‌ରେ କିଛି ଜିନିଷ ଅନ୍ତର୍ଭୂକ୍ତ କରିବାକୁ ପଡିବ । ସର୍ବପ୍ରଥମେ ସକାଳୁ ଉଠ ଆପଣ କିଛି ସମୟ ସୂର୍ଯ୍ୟକିରଣରେ ବସନ୍ତୁ । ଏହା ପରେ ଆପଣଙ୍କ ଖାଦ୍ୟରେ ଯଥାସମ୍ଭବ ଭିଟାମିନ୍‌ – D ଅନ୍ତର୍ଭୁକ୍ତ କରନ୍ତୁ । ଯେପରି- ଅଣ୍ଡା, କ୍ଷୀର, ବାଦାମ ଏବଂ ଶୁଖିଲା ଫଳ । ଏହା ବ୍ୟତୀତ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଯେତେବେଳେ ଆପଣଙ୍କ ଶରୀରରେ ଭିଟାମିନ୍‌ – D ଅଭାବ ହୋଇଥାଏ, ସେତେବେଳେ ଆପଣଙ୍କ ସ୍ୱାସ୍ଥ୍ୟରେ ଅନେକ ଖରାପ ପ୍ରଭାବ ପଡିଥାଏ । ଯେପରି ମୁଡ୍‌ ସୁଇଙ୍ଗ୍‌ ଏବଂ ଡିପ୍ରେସନ୍‌ ଭଳି ସମସ୍ୟା ମଧ୍ୟ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.