୨ଟା ୩୦ ସୁଦ୍ଧା ୪୧.୮ ଡିଗ୍ରୀରେ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ଅତିଷ୍ଠ । ଆଜି ୨ଟା ୩୦ସୁଦ୍ଧା ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର । ଭୁବନେଶ୍ବରରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ୱର :  ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ଅତିଷ୍ଠ । ଆଜି ୨ଟା ୩୦ସୁଦ୍ଧା ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର । ଭୁବନେଶ୍ବରରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୪୦.୪ ଡିଗ୍ରୀ ତାପମାତ୍ରା ଥିବା ବେଳେ ବାଲେଶ୍ୱରରେ ୪୦.୩ ଡିଗ୍ରୀ ପାରଦ ରହିଛି ।

ସେହିପରି ଝାରସୁଗୁଡାରେ ୩୯.୫ ଡିଗ୍ରୀ ରହିଛି । ପାରାଦୀପରେ ୩୮.୮ ଡିଗ୍ରୀ ତାପମାତ୍ରା ଥିବା ବେଳେ ରାଉରକେଲାରେ ୩୭. ୯ଡିଗ୍ରୀ ପାରଦ ରେକର୍ଡ ହୋଇଛି । ୫ ଦିନ ଯାଏ ତାତିରୁ ନିସ୍ତାର ନାହିଁ  ।  ବିଭିନ୍ନ ସ୍ଥାନରେ ୪୦ ଉପରେ ପାରଦ ସମ୍ଭାବନା । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ ।

ଏହାପରେ ୩ ଦିନ ଧରି ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୪ଡିଗ୍ରୀ ସେଲସିୟସ ବୃଦ୍ଧି ରହିବାର ସମ୍ଭାବନା ରହିଛି  ।  ୨୪ ଘଣ୍ଟା ପାଇଁ ଭୀଷଣ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

୧୧ ଜିଲ୍ଲାକୁ ହିଟ୍ ୱେଭ କଣ୍ଡିସନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ।  ଆସନ୍ତାକାଲି ହିଟୱେଭ ପାଇଁ ବାଲେଶ୍ବର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ନୂଆପଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଗରମ ଓ ଗୁଳୁଗୁଳି ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.