ପାଳିତ ହେଲା କାକଟପୁରର ଝାମୁଯାତ୍ରା, ଭକ୍ତମାନଙ୍କୁ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା’ ମଙ୍ଗଳା

ପଞ୍ଚମ ପାଳିର ଏହି ପ୍ରସିଦ୍ଧ ଝାମୁଯାତ୍ରା ନିଆରା ଢଙ୍ଗରେ ପାଳିତ ହୋଇଛି । ତେବେ ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ ମା’ଙ୍କର ଏହି ଝାମୁଯାତ୍ରା ପାଳନ କରାଯାଇଥାଏ । ଏହି ଦିନରେ ସ୍ୱତନ୍ତ୍ରତା ରହିଥାଏ ।

ଧୁମଧାମରେ ପାଳିତ ହୋଇଯାଇଛି କାକଟପୁର ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା । ଏଥିପାଇଁ ମା’ ମଙ୍ଗଳାଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ମଙ୍ଗଳା ମନ୍ଦିରରେ ପହଞ୍ଚି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମା’ ମଙ୍ଗଳାଙ୍କୁ ଦର୍ଶନ କରିଥିଲେ । ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କୁ ମା’ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଇଛନ୍ତି । ଶ୍ରଦ୍ଧାଳୁମାନେ ପରିବାରର ମଙ୍ଗଳ କାମନା କରି ବ୍ରତ ଧାରଣ କରିବା ସହିତ ମାନସିକ ଦୀପ ଜାଳିଥିଲେ ।

ପଞ୍ଚମ ପାଳିର ଏହି ପ୍ରସିଦ୍ଧ ଝାମୁଯାତ୍ରା ନିଆରା ଢଙ୍ଗରେ ପାଳିତ ହୋଇଛି । ତେବେ ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ ମା’ଙ୍କର ଏହି ଝାମୁଯାତ୍ରା ପାଳନ କରାଯାଇଥାଏ । ଏହି ଦିନରେ ସ୍ୱତନ୍ତ୍ରତା ରହିଥାଏ । ମନ୍ଦିର ସମ୍ମୁଖରେ ଝାମୁଗାଡ଼ ଖୋଳାଯାଇ ସେଥିରେ ଅଗ୍ନି ସଂଯୋଗ କରାଯାଏ ଏବଂ ପାଟୁଆମାନେ ସେଠାରେ ଅଗ୍ନି ପରୀକ୍ଷା ଦେଇଥାନ୍ତି । ଏହି ସୁନ୍ଦର ଦୃଶ୍ୟ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟେ ।

ତେବେ ରାତି ଗୋଟାଏରୁ ମନ୍ଦିର ଖୋଲାଯାଇ ଆରମ୍ଭ ହୋଇଥିଲା ମା’ଙ୍କର ଏହି ପବିତ୍ର ଉତ୍ସବ । ସ୍ନାନ ମାଜଣା କରାଯାଇ ସୂର୍ଯ୍ୟପୂଜା, ବଲ୍ଲଭ ନୀତି, ସକାଳ ଧୂପ କରାଯାଇଥିଲା । ଏହା ପରେ ସାହାଣ ମେଲାରେ ଭକ୍ତମାନେ ମା’ଙ୍କୁ ଦର୍ଶନ କରିଥିଲେ । ମା’ଙ୍କ ରାଜରାଜେଶ୍ୱରୀ ବେଶକୁ ଭକ୍ତମାନେ ଆନନ୍ଦରେ ଦର୍ଶନ କରିଥିଲେ । ସ୍ୱର୍ଣ୍ଣ ଅଳଙ୍କାରରେ ମା’ ସଜେଇ ହୋଇ ବେଶ ସୁନ୍ଦର ଦିଶୁଥିଲେ । ମହିଳା ଭକ୍ତମାନେ ମନ୍ଦିରରେ ପହଞ୍ଚି ପନ୍ଥେଇ ପୂଜା କରି ସନ୍ତାନମାନଙ୍କ ପାଇଁ ମଙ୍ଗଳ କାମନା କରିଥିଲେ ।

ମା’ଙ୍କ ଏହି ଝାମୁ ଯାତ୍ରାରେ ପାଟୁଆମାନେ ମା’ଙ୍କ ଆଜ୍ଞାମାଳ ପାଇ ଝାମୁଗାଡ଼ରେ ପ୍ରବେଶ କରନ୍ତି । ଏଭଳି ଭାବେ ଝାମୁଯାତ୍ରାର ପଞ୍ଚମ ମଙ୍ଗଳବାର ସମାପନ ହୋଇଥାଏ । ତେବେ କାକଟପୁରର ଏହି ପ୍ରସିଦ୍ଧ ଯାତ୍ରା ଦେଖିବା ପାଇଁ ଦୂର ଦୂରାନ୍ତରରୁ ଭକ୍ତଙ୍କ ସୁଅ ଛୁଟେ । ଭକ୍ତମାନେ ଆନନ୍ଦ ଉଲ୍ଲାସରେ ଏହି ପର୍ବକୁ ଉପଭୋଗ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.