ରୁଷ କାରଖାନାରେ ଭୟଙ୍କର ବିସ୍ଫୋରଣ: ୬ ମୃତ, ଦୁଇ ଗୁରୁତର

ରୁଷର ଏକ କାରଖାନାରେ ବିସ୍ଫୋରଣ ଘଟି ୬ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଏହି କାରଖାନାରେ ବିସ୍ଫୋରକ ପଦାର୍ଥ ତିଆରି କରାଯାଉଥିଲା ।ସ୍ଥାନୀୟ ଲୋକ ବିସ୍ଫୋରଣ ଯୋଗୁଁ ଭୟଭୀତ ହୋଇଯାଇଛନ୍ତି।

ରୁଷର ଏକ କାରଖାନାରେ ବିସ୍ଫୋରଣ ଘଟି ୬ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ରୁଷ ସାମାଚାର ଏଜେନ୍ସୀ ଦ୍ୱାରା ସୂଚନା ମିଳିଛି । ବିସ୍ଫୋରଣ ରୁଷର ସମାରା ସ୍ଥିତ ଫ୍ୟାକ୍ଟ୍ରିରେ ହୋଇଛି । ଏହି କାରଖାନାରେ ବିସ୍ଫୋରକ ପଦାର୍ଥ ତିଆରି କରାଯାଉଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖ ଘର ଥରି ଉଠିଥିଲା । ସ୍ଥାନୀୟ ଲୋକ ବିସ୍ଫୋରଣ ଯୋଗୁଁ ଭୟଭୀତ ହୋଇଯାଇଥିଲେ ।

ଆହତ ମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ବୋଲି ଜଣାପଡିଛି । କିନ୍ତୁ କାରଖାନା ତରଫରୁ ବିସ୍ଫୋରଣକୁ ନେଇ କୌଣସି ବୟାନ ଜାରି କରାଯାଇନି । କର୍ମଚାରୀ କାମ କରୁଥିବା ସମୟରେ ବିସ୍ଫୋରଣ ହୋଇଥିଲା । କିନ୍ତୁ ମୃତକଙ୍କ ପରିଚୟ ବିଷୟରେ ଏପର୍ଯ୍ୟନ୍ତ ଖୁଲାସା ହୋଇନାହିଁ ।

ବିଗତ କିଛିଦିନ ହେଲାଣି ରୁଷର କାରଖାନାରେ ଅନେକ ସମୟରେ ବିସ୍ଫୋରଣ ହେଉଛି । ଗତ ମାସରେ ରୁଷ ସ୍ଥିତି ତାମ୍ବେଓ୍ଵ ବାରୁଦ କାରଖାନାରେ ଭୀଷଣ ବିସ୍ଫୋରଣ ହୋଇ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ।

ସୂଚନାଯୋଗ୍ୟ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ୫୦୦ ଦିନ ହେଲାଣି ଯୁଦ୍ଧ ଚାଲିଛି । ଗତବର୍ଷ ଫେବୃଆରୀରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ପରେ ମସ୍କୋରେ ହାଇ ଆଲର୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.