Below header

ଡିଏନ୍‌ ଗ୍ରୁପରେ IT ରେଡ୍‌ର ଚତୁର୍ଥ ଦିନ: ନୟାପଲ୍ଲୀ ମୁଖ୍ୟ ଅଫିସରେ କର୍ମଚାରୀଙ୍କୁ ଚାଲିଛି ପଚରା ଉଚରା

ଟିକସ ଫାଙ୍କିବା ଅଭିଯୋଗରେ ଡିଏନ୍‌ ଗ୍ରୁପ୍‌ ଉପରେ ଚତୁର୍ଥ ଦିନରେ ଚଢ଼ାଉ ଚାଲିଛି । ଆଜି ପୁଣି DN ଗ୍ରୁପର ନୟାପଲ୍ଲୀ ଅଫିସରେ ରେଡ୍‌ ଚଳାଇଛି ଆୟକର ବିଭାଗ । କର୍ମଚାରୀଙ୍କୁ ପଚରା ଉଚରା କରାଯାଉଛି ।

ଭୁବନେଶ୍ୱର (କେନ୍ୟୁଜ): ଟିକସ ଫାଙ୍କିବା ଅଭିଯୋଗରେ ଡିଏନ୍‌ ଗ୍ରୁପ୍‌ ଉପରେ ଚତୁର୍ଥ ଦିନରେ ଚଢ଼ାଉ ଚାଲିଛି । ଆଜି ପୁଣି DN ଗ୍ରୁପର ନୟାପଲ୍ଲୀ ଅଫିସରେ ରେଡ୍‌ ଚଳାଇଛି ଆୟକର ବିଭାଗ । କର୍ମଚାରୀଙ୍କୁ ପଚରା ଉଚରା କରାଯାଉଛି । ଗତ ତିନି ଦିନ ଧରି ରେଡ୍‌ରୁ ମିଳିଥିବା କ୍ୟାସ୍‌ ଓ ମନି ରିସିପ୍ଟର ଯାଞ୍ଚ ଚାଲିଛି । ଲିଷ୍ଟ ତିଆରି କରୁଛି ଆୟକର ବିଭାଗ । ଏନେଇ ଖୁବଶୀଘ୍ର ଡିଏନ୍‌ ଗ୍ରୁପ୍‌ରୁ ତଥ୍ୟ ମଗାଯିବ । ଜବତ ହୋଇଥିବା ନଗଦ କୋଟି କୋଟି ଟଙ୍କା ଆସିଲା କେଉଁଠୁ ? କାହାର ଏହି ଟଙ୍କା ? ଏକାଧିକ କର୍ମଚାରୀଙ୍କ ଘରେ କାହିଁକି ରଖାଯାଇଥିଲା ? କେଉଁ ଉଦ୍ଦେଶ୍ୟରେ ବିପୁଳ ପରିମାଣର ଟଙ୍କା ରଖାଯାଇଥିଲା ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଛି ଆୟକର ବିଭାଗ ।

ଡିଏନ ହୋମ୍ସର ବିଭିନ୍ନ ସ୍ଥାନରୁ ମିଳିଛି ୧୨୦ କୋଟିରୁ ଅଧିକ ଟଙ୍କାର ମନି ରିସିପ୍ଟ । ଏହାର ଉତ୍ସ ବି ଖୋଜାଚାଲିଛି । ଯାଞ୍ଚ ବେଳେ ଡିଏନ୍‌ ହୋମ୍ସ ଟିକସ ଫାଙ୍କିଥିବା ଜଣାପଡିଛି । ଟିକସ ଫାଙ୍କିବା ପାଇଁ କ୍ୟାସରେ ହେଉଥିଲା କାରବାର । ଅନ୍‌ଆକାଉଣ୍ଟେଡ୍‌ ଟଙ୍କା ନିଜ ପାଖରେ ନରଖି କର୍ମଚାରୀଙ୍କ ପାଖରେ ରଖୁଥିଲେ । କାଗଜପତ୍ର ଯାଞ୍ଚରୁ ଜଣା ପଡିଛି ପ୍ରାୟ ୮୦ କୋଟି ଟଙ୍କାର ଟିକସ ଫାଙ୍କିଥିଲା ଡିଏନ୍‌ ଗ୍ରୁପ୍‌ । ପ୍ରାଥମିକ ତଦନ୍ତରୁ ପେନାଲ୍‌ଟି ଓ ସୁଧ ମିଶାଇ ୩୦୦ କୋଟି ଟଙ୍କା ହେବ । ତିନି ଦିନିଆ ରେଡ୍‌ରୁ ମିଳିଛି କୋଟି କୋଟି ଟଙ୍କା, ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌, ପେନ୍‌ ଡ୍ରାଇଭ୍‌ ଓ ହାର୍ଡଡିସ୍କ । BSNL କଲୋନୀ ସ୍ଥିତ DN ଗ୍ରୁପର ଚନ୍ଦ୍ର ଶେଖର ପଣ୍ଡା ଓ ଅନ୍ୟମାନଙ୍କଠାରୁ ଟ୍ରଙ୍କ ଓ ଆଟାଚି ଭର୍ତ୍ତି ଟଙ୍କା ମିଳିଥିଲା । ଆଗକୁ ତଦନ୍ତ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିଂ ଆର୍ଟରେ ତଦନ୍ତ କରିପାରେ ଇଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.