Below header

ସାଇବର ଲୁଟ୍‌: ବିଡିଓ ବୋଲି ପରିଚୟ ଦେଇ ୩ ପ୍ରଧାନଶିକ୍ଷକଙ୍କ ଠାରୁ ଲୁଟି ନେଲେ ୪୩ ହଜାର ଟଙ୍କା

ନିଜକୁ ବିଡିଓ ବୋଲି ପରିଚୟ ଦେଇ ୩ ଜଣ ପ୍ରଧାନ ଶିକ୍ଷକଙ୍କ ଠାରୁ ୪୩ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା। ନୟାଗଡ଼ ଜିଲା ଭାପୁର ବ୍ଲକରେ ଘଟିଛି ଏହି ଘଟଣା।

ନୟାଗଡ଼ (କେନ୍ୟୁଜ): ନିଜକୁ ବିଡିଓ ବୋଲି ପରିଚୟ ଦେଇ ୩ ଜଣ ପ୍ରଧାନ ଶିକ୍ଷକଙ୍କ ଠାରୁ ୪୩ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା। ନୟାଗଡ଼ ଜିଲା ଭାପୁର ବ୍ଲକରେ ଘଟିଛି ଏହି ଘଟଣା।

ସୂଚନା ଅନୁସାରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଲୁଟେରା ମାନେ ଟାର୍ଗେଟ କରିଥିଲା ବେଳେ ୩ଟି ସ୍କୁଲର ପ୍ରଧାନ ଶିକ୍ଷକ ଫସି ଯାଇଥିଲେ। ସାଇବର ଲୁଟେରା ପ୍ରଥମେ ଏହି ପ୍ରଧାନ ଶିକ୍ଷକମାନଙ୍କୁ ଫୋନ କରି ଭାପୁର ବିଡିଓ ବୋଲି ପରିଚୟ ଦେଇଥିଲେ ଓ ଟଙ୍କା ପଠାଇବାକୁ କହିଥିଲେ। ଟଙ୍କା ପଠାଇବା ପାଇଁ YONO ବ୍ୟବହାର କରିବାକୁ କହିଥିଲେ। ପରେ ୟୋନୋ ଆପ୍‌ ଖୋଲି ଓଟିପି ନମ୍ବର ମାଗିଥିଲେ । ଓଟିପି ନମ୍ବର ଦେବା କ୍ଷଣି ଶିକ୍ଷକମାନଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ ହୋଇଯାଇଥିଲା । ୨ ଜଣ ପ୍ରଧାନ ଶିକ୍ଷକଙ୍କ ଠାରୁ ୨୦ ହଜାର ଟଙ୍କା ଲେଖାଏ (୪୦ ହଜାର) ଓ ଅନ୍ୟ ଜଣଙ୍କ ଠାରୁ ୩ ହଜାର ଟଙ୍କା ଲୁଟି ନେଇଛନ୍ତି।

ଶିକ୍ଷକ ମାନେ ସାଇବର ଥାନାରେ ଅଭିଯୋଗ କରିବା ସହ ଫତେଗଡ଼ ଥାନାରେ ଲିଖିତ ଏତଲା ଦେଇଥିବା ଜଣାପଡିଛି । ପ୍ରଧାନ ଶିକ୍ଷକଙ୍କର ବୈଠକ ଡକାଯାଇ ଠକାମୀର ଶିକାର ନହେବା ପାଇଁ ସଚେତନ କରାଇବେ ବୋଲି କହିଛନ୍ତି ଭାପୁର ବ୍ଲକ ଶିକ୍ଷାଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.