Below header

ବିବାହର ମାସେ ପରେ ଅନ୍ୟ ପୁରୁଷ ସହ ସ୍ତ୍ରୀ ଫେରାର, ଥାନାରେ ଏତଲା ଦେଲେ ସ୍ୱାମୀ

ବିବାହର ଏକ ମାସ ପରେ ସ୍ତ୍ରୀ ଅଲଗା ଯୁବକ ସହିତ ଫେରାର ହୋଇଯାଇଥିବା ସ୍ୱାମୀ ଆଣିଲେ ଅଭିଯୋଗ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ।

ବାଲେଶ୍ଵର (କେନ୍ୟୁଜ): ବିବାହର ଏକ ମାସ ପରେ ସ୍ତ୍ରୀ ଫେରାର ଅଭିଯୋଗ । ଥାନାରେ ଏତଲା ଦେଲେ ସ୍ୱାମୀ । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟଣା ଘଟିଛି ।

ଅଭିଯୋଗ ଅନୁଯାୟୀ, ସୂଚନା ଅନୁଯାୟୀ ସିମୁଳିଆ ଥାନା କଞ୍ଚାପଡ଼ା ପଞ୍ଚାୟତ ଅନ୍ତର୍ଗତ ବୀରବ୍ରହ୍ମପୁର ଗ୍ରାମର ରମେଶ ସାହୁଙ୍କ ପୁତ୍ର ଜ୍ଞାନ ରଞ୍ଜନ ସାହୁ ସହିତ ଆଜକୁ ୧ମାସ ହେବ ଭଦ୍ରକ ଜିଲ୍ଲା ଲକ୍ଷ୍ମୀଦାସପୁର ଵିଷ୍ଣୁ ମୋହନ ସାହୁଙ୍କ ଝିଅ ରଶ୍ମିତା ସାହୁଙ୍କ ସହିତ ବୈଦିକ ରୀତିନୀତିରେ ମେ ୩୧ତାରିଖରେ ଏକ ମନ୍ଦିରରେ ବିବାହ ହୋଇଥିଲା। ଗତ ୫ ତାରିଖରେ ଉଭୟ ରଶ୍ମିତା ସ୍ୱାମୀଙ୍କ ସହ ବାପଘର ବୁଲିବାକୁ ଲକ୍ଷ୍ମୀଦାସପୁର ଯାଇଥିଲେ । ସେଠାରେ ରାତି ପ୍ରାୟ ୯ଟା ବେଳେ ରଶ୍ମିତା ଅନ୍ୟ ଯୁବକ ସହ କେଉଁ ଆଡେ ଚାଲିଯାଇଥିଲେ । ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ଝିଅକୁ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ପାଇନଥିଲେ । ଏନେଇ ସ୍ୱାମୀ ଜ୍ଞାନରଞ୍ଜନ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି । ସ୍ତ୍ରୀକୁ ଖୋଜି ଆଣିବା ପାଇଁ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.