ଘରୋଇ ହସପିଟାଲରେ ବିସ୍ଫୋରଣ; ୩ରୁ ୪ ଜଣ ଆହତ

ଭୁବନେଶ୍ୱର ପାଣ୍ଡରା ସ୍ଥିତ ଘରୋଇ ହସପିଟାଲ ରେ ବିସ୍ଫୋରଣ। ଗତକାଲି ହସ୍ପିଟାଲ ପରିସରରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ତେବେ ଉଦ୍ଧାର କାର୍ଯ୍ୟ ବେଳେ ୩ରୁ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସେହି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ପାଣ୍ଡରା ସ୍ଥିତ ଘରୋଇ ହସପିଟାଲରେ ବିସ୍ଫୋରଣ। ଗତକାଲି ହସ୍ପିଟାଲ ପରିସରରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ତେବେ ଉଦ୍ଧାର କାର୍ଯ୍ୟ ବେଳେ ୩ରୁ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସେହି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଭିତରେ ଏସି ଫିଲିଂ ବେଳେ ସ୍ପାର୍କିଂ ହୋଇ ବିସ୍ଫୋରଣ ହୋଇଥିବାର କୁହାଯାଉଛି । ଯେଉଁଥିପାଇଁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ମେଡ଼ିକାଲ୍‌ ପକ୍ଷରୁ ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରାଯାଇଥିଲା ।

ଏସିରେ ଗ୍ୟାସ୍‌ ଫିଲିଂ ବେଳେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ କୌଣସି ଅକ୍ସିଜେନ୍‌ ସିଲିଣ୍ଡରରେ ବିସ୍ଫୋରଣ ଘଟିନାହିଁ । ସାମାନ୍ୟ ଆହତ ୩/୪ ଜଣ ହାଇଟେକ୍‌ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛନ୍ତି ବୋଲି ହାଇଟେକ୍‌ ହସ୍ପିଟାଲ ପିଆରଓ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.