ଭୁବନେଶ୍ବରରୁ ଅପହୃତ ‘ଓଲା’ ଡ୍ରାଇଭର ଯାଜପୁରରୁ ଉଦ୍ଧାର, ୩ ଅପହରଣକାରୀଙ୍କୁ ଗିରଫ କଲା ପୋଲିସ

ରାଜଧାନୀରୁ କିଡନାପ୍ । ଯାଜପୁରରୁ ଉଦ୍ଧାର । ଭୁବନେଶ୍ବର ପାତ୍ରପଡ଼ା କିଞ୍ଜଲ ଗାର୍ଡେନରୁ ଅପହୃତ ଶଙ୍କର୍ଷଣ ସାହୁଙ୍କୁ ଉଦ୍ଧାର କରିଛି ପୋଲିସ । ଡ୍ରାଇଭର ସମେତ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଏବେ ବି ଦୁଇ ଜଣ ଅଭିଯୁକ୍ତ ଫେରାର ଅଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରୁ କିଡନାପ୍ । ଯାଜପୁରରୁ ଉଦ୍ଧାର । ଭୁବନେଶ୍ବର ପାତ୍ରପଡ଼ା କିଞ୍ଜଲ ଗାର୍ଡେନରୁ ଅପହୃତ ଶଙ୍କର୍ଷଣ ସାହୁଙ୍କୁ ଉଦ୍ଧାର କରିଛି ପୋଲିସ । ଯାଜପୁର ଜିଲ୍ଲା ଧର୍ମଶାଳ ଥାନା ଅରୁଆ ନିକଟ ଏକ ପରିତ୍ୟକ୍ତ ଘରୁ ଉଦ୍ଧାର ହୋଇଛନ୍ତି । ଅପହରଣ ପଛରେ ଅପହୃତ ଶଙ୍କର୍ଷଣ ସାହୁଙ୍କ ଡ୍ରାଇଭର ହେଉଛି ମୁଖ୍ୟ ଅଭିଯୁକ୍ତ । ଟଙ୍କା ପାଇଁ ଅପହରଣ ହୋଇଥିଲା । ଡ୍ରାଇଭର ସମେତ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଏବେ ବି ଦୁଇ ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ତେବେ ଡ୍ରାଇଭର ଲକି ଅଭିଯୋଗକାରୀ ସାଜି ଥାନାକୁ ଆସିଥିଲା ଅଭିଯୋଗ ଦେବା ପାଇଁ। କିନ୍ତୁ ପୋଲିସ ତାର ସବୁ ପ୍ଲାନକୁ ଭଣ୍ଡୁର କରିଦେଇଛି । ଅନ୍ୟପଟେ ଅପହୃତ ମାଲିକ ଶଙ୍କର୍ଷଣ ସାହୁ ଓରଫ୍‌ ପିଣ୍ଟୁଙ୍କୁ ଊଦ୍ଧାର କରାଯାଇଥିବା ବେଳେ ସେ ଗୁରୁତର ଅଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ OLA ଡ୍ରାଇଭର ଶଙ୍କର୍ଷଣ ସାହୁଙ୍କୁ ଗତକାଲି ରାତିରେ ଭୁବନେଶ୍ବର ପାତ୍ରପଡ଼ାରୁ ଅପହରଣ କରାଯାଇଥିଲା । ଅପହରଣକାରୀ ତାଙ୍କ ପତ୍ନୀଙ୍କ ନିକଟକୁ ଭିଡିଓ କଲ୍ କରିଥିଲେ। ତାଙ୍କୁ ମାଡ଼ ମାରିଥିବା ଦେଖାଇଥିଲେ। ଶଙ୍କର୍ଷଣଙ୍କୁ ଛାଡିବା ପାଇଁ ଦଶ ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ନଦେଲେ ପିଣ୍ଟୁଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏହା ପରେ ଭୟରେ ତାଙ୍କ ପତ୍ନୀ ପ୍ରଥମେ ୨ଲକ୍ଷ ଟଙ୍କା ପଠାଇଥିଲେ। ତେବେ ଟଙ୍କା ପଠାଇବା ପରେ ସେ ତୁରନ୍ତ ଖଣ୍ଡଗିରି ଥାନାକୁ ଯାଇ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ଖବର ପାଇବା ମାତ୍ରେ ଖଣ୍ଡଗିରି ଥାନା ପୋଲିସ ଓ ସ୍ପେଶାଲ୍‌ ସ୍କ୍ବାର୍ଡ ପୋଲିସର ଦୁଇଟି ଟିମ୍‌ ଅପହର୍ତାଙ୍କୁ ଧରିବା ପାଇଁ ଲାଗି ପଡ଼ିଥିଲେ। ରାତାରାତି ୨ଟି ପୋଲିସ ଟିମ୍‌ ସେମାନଙ୍କ ଲୋକେସନ୍‌ ଟ୍ରାକିଂରେ ସଫଳ ହେବାପରେ ଯାଜପୁର ଅରୁଆରେ ପହଞ୍ଚି ଚଢ଼ଉ କରିଥିଲେ। ପୁଲିସକୁ ଦେଖି ଅଭିଯୁକ୍ତମାନେ ଛତ୍ରଭଙ୍ଗ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.