ନୂଆଦିଲ୍ଲୀର ଇସ୍ରାଏଲ ଦୂତାବାସ ପଛପଟେ ବିସ୍ଫୋରଣ

ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ। ନୂଆଦିଲ୍ଲୀର ଚାଣକ୍ୟପୁରୀ ଠାରେ ଇସ୍ରାଏଲ ଦୂତାବାସ ପଛପଟେ ଥିବା ଜାଗାରେ ହୋଇଛି ବିସ୍ଫୋରଣ। ସଂଧ୍ୟା ପ୍ରାୟ ୬ଟା ବେଳେ ଦିଲ୍ଲୀ ଅଗ୍ନିଶମ ବିଭାଗକୁ ବିସ୍ଫୋରଣ ସଂପର୍କରେ ଫୋନ ଆସିଥିଲା।

ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ। ନୂଆଦିଲ୍ଲୀର ଚାଣକ୍ୟପୁରୀ ଠାରେ ଇସ୍ରାଏଲ ଦୂତାବାସ ପଛପଟେ ଥିବା ଜାଗାରେ ହୋଇଛି ବିସ୍ଫୋରଣ। ସଂଧ୍ୟା ପ୍ରାୟ ୬ଟା ବେଳେ ଦିଲ୍ଲୀ ଅଗ୍ନିଶମ ବିଭାଗକୁ ବିସ୍ଫୋରଣ ସଂପର୍କରେ ଫୋନ ଆସିଥିଲା। ଏହା ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ, ବୋମା ନିରୋଧୀ ସ୍କ୍ବାର୍ଡ ଓ ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ।

ତେବେ କୌଣସି ସନ୍ଦେହଜନକ ବସ୍ତୁ ସେଠାରୁ ମିଳିନଥିବା କୁହାଯାଇଛି। କୌଣସି ବସ୍ତୁରେ ତିନିରୁ ୪ଥର ବିସ୍ଫୋରଣ ହୋଇଥିବା ଦୂତାବାସର କର୍ମଚାରୀମାନେ ଶୁଣିବାକୁ ପାଇଥିଲେ। କିନ୍ତୁ ବିସ୍ଫୋରଣ କେଉଁଠି ହୋଇଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ଦୂତାବାସର ସମସ୍ତ କୁଟନୀତିଜ୍ଞ ଓ କର୍ମଚାରୀ ସୁରକ୍ଷିତ ଥିବା କହିଛନ୍ତି ଇସ୍ରାଏଲ ଉପ ରାଷ୍ଟ୍ରଦୂତ ଓହାଦ ନକାସ କେନାର। ଦୂତାବାସର ସୁରକ୍ଷା କର୍ମୀ ଦିଲ୍ଲୀ ପୋଲିସକୁ ସହଯୋଗ କରି ତଦନ୍ତରେ ସହାୟତା କରୁଥିବା ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.