Below header

ପୋଲିସ କବଜାରେ ଜମି ପଜେସନ ଗ୍ୟାଙ୍ଗ, ୪ଜଣ ବାଉନସର ସମେତ ୫ ଗିରଫ

ପୋଲିସ କବଜାରେ ଜମି ପଜେସନ ଗ୍ୟାଙ୍ଗ । ୪ଜଣ ବାଉନସର ସମେତ ୫ ଜଣଙ୍କୁ ଗିରଫ କଲା ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ।

ପୋଲିସ କବଜାରେ ଜମି ପଜେସନ ଗ୍ୟାଙ୍ଗ । ୪ଜଣ ବାଉନସର ସମେତ ୫ ଜଣଙ୍କୁ ଗିରଫ କଲା ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା । ଅଭିଯୋଗ ଅନୁଯାୟୀ, ମାନସ ବେହେରାଙ୍କୁ ଜମିରୁ ବାହାର କରି ଜମି ଅନ୍ୟ ଲୋକଙ୍କୁ ଦିଆଯାଇଥିଲା । ଗିରଫ ଅଭିଯୁକ୍ତମାନେ ନିଜକୁ ଲୋକାଲ ଲୋକ, ଦାଦା କହି ଧମକ ଦେଉଥିଲେ ।

ଦୁଇଟି କନଷ୍ଟ୍ରକସନ ସଂସ୍ଥା ମଧ୍ୟରେ ବିବାଦକୁ କେନ୍ଦ୍ରକରି ଏହି ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଜିତ ମହାନ୍ତି ବାଉନସରଙ୍କୁ ଲଗାଇ ଆକ୍ରମଣ କରିଥିଲା । ଅଭିଯୁକ୍ତଙ୍କ ପାଖରୁ ୧୬ ହଜାର ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ଫେରାରଙ୍କୁ ଧରିବା ପାଇଁ ଚଢ଼ାଉ ଚାଲିଛି । ଅଭିଯୁକ୍ତ ପଦିଆ ସାହୁ ନାଁରେ ପୂର୍ଵରୁ ମାମଲା ରହିଛି । ଭୁବନେଶ୍ୱର ଡିସିପି ଏହି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.