ଶାନ୍ତି ଶୃଙ୍ଖଳାରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ଟୁଇନ ସିଟିରେ ପୁଲିସର ବ୍ୟାପକ ପହରା

ଏବେ ସୁରୁଖୁରୁ ଓ ଶାନ୍ତି ଶୃଙ୍ଖଳାରେ ନୂଆବର୍ଷ ଓ ଜିରୋ ନାଇଟ ସେଲିବ୍ରେସନ ପାଇଁ କମିସନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି କରିଛି। ୩୧ତାରିଖ ରାତି ୧୨ ଟା ପରେ କ୍ଲବ, ପବ୍ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି।

ଧୁମଧାମରେ ପାଳନ ହେବ ନୂଆବର୍ଷ। ଜିରୋ ନାଇଟ ସେଲିବ୍ରେସନ ପାଇଁ ମାସକ ପୂର୍ବରୁ ଆରମ୍ଭ ହେଲାଣି ପ୍ରସ୍ତୁତି। ୨୦୨୪କୁ ସ୍ୱାଗତ ପାଇଁ ହୋଟେଲ, ପବ, ଡ୍ୟାନ୍ସ ବାର ପ୍ରସ୍ତୁତ ହୋଇରହିଛନ୍ତି। ଏବେ ସୁରୁଖୁରୁ ଓ ଶାନ୍ତି ଶୃଙ୍ଖଳାରେ ନୂଆବର୍ଷ ଓ ଜିରୋ ନାଇଟ ସେଲିବ୍ରେସନ ପାଇଁ କମିସନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି କରିଛି। ୩୧ତାରିଖ ରାତି ୧୨ ଟା ପରେ କ୍ଲବ, ପବ୍ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି।

ଜିରୋ ନାଇଟ ସେଲିବ୍ରେସନ ନେଇ କୌଣସି ଇଭେଣ୍ଟ ବା ପ୍ରାଇଭେଟ ସଂସ୍ଥାକୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଅନୁମତି ପ୍ରଦାନ କରାଯିବ ନାହିଁ। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ। ଡିସେମ୍ବର ୩୧ ତାରିଖ ଓ ଜାନୁଆର ୧ ତାରିଖରେ ଟୁଇନ ସିଟିରେ ପୁଲିସ ବ୍ୟାପକ ଭାବେ ପହରା ଦେବ ବୋଲି କହିଛନ୍ତି ଡିସିପି। ସେପଟେ ବିଭିନ୍ନ ବାର ଓ ପବ ଉପରେ ଅବକାରୀ ବିଭାଗ ବି ନଜର ରଖିଛି। ଆଜି ବିଭିନ୍ନ ହୋଟେଲ, ବାର କର୍ତ୍ତୃପକ୍ଷଙ୍କ ସହ ଡିସିପି ଓ ଅବକାରୀ ବିଭାଗ ବୈଠକ କରି ଆଲୋଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.