ଶେହନାଜ ଗିଲ ବ୍ଲାକ ଲେଦର ଜ୍ୟାକେଟ ପିନ୍ଧି ସେୟାର କଲେ ଗ୍ଲାମରସ୍ ଫଟୋ, ସାଉଣ୍ଟିଲେ ଫ୍ୟାନ୍ସଙ୍କ ପ୍ରଶଂସା

ଅଭିନେତ୍ରୀ ଶେହନାଜ ଗିଲ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି କେବଳ ତାଙ୍କ ଚୁଲ୍‌ବୁଲି ଷ୍ଟାଇଲ ଯୋଗୁ ନୁହେଁ ବରଂ ନୂଆ ଲୁକ ଯୋଗୁଁ ମଧ୍ୟ । ଏଥର ମଧ୍ୟ ଶେହନାଜ ଗିଲ ତାଙ୍କ ବୋଲ୍ଡ ଲୁକ୍ ସହିତ ପୁଣି ଥରେ ଲୋକଙ୍କ ପ୍ରଶଂସା ସାଉଣ୍ଟୁଛନ୍ତି ।

ଶେହନାଜ ଗିଲ ଇଣ୍ଡଷ୍ଟ୍ରୀରେ ଏତେ ଭଲ ସ୍ଥାନ ହାସଲ କରିଛନ୍ତି ଯେ ଆଜି ତାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଅଭିନେତ୍ରୀ ଶେହନାଜ ଗିଲ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି କେବଳ ତାଙ୍କ ଚୁଲ୍‌ବୁଲି ଷ୍ଟାଇଲ ଯୋଗୁ ନୁହେଁ ବରଂ ନୂଆ ଲୁକ ଯୋଗୁଁ ମଧ୍ୟ । ଏଥର ମଧ୍ୟ ଶେହନାଜ ଗିଲ ତାଙ୍କ ବୋଲ୍ଡ ଲୁକ୍ ସହିତ ପୁଣି ଥରେ ଲୋକଙ୍କ ପ୍ରଶଂସା ସାଉଣ୍ଟୁଛନ୍ତି । ଏହି ଲୁକରେ ପଞ୍ଜାବୀ କୁଡି ଶେହନାଜ ଅତ୍ୟନ୍ତ ଗ୍ଲାମରସ୍ ଦେଖାଯାଉଛି ।

ତେବେ ପଞ୍ଜାବୀ କୁଡି ଶେହନାଜ ବର୍ତ୍ତମାନ ବଲିଉଡ ସହିତ ଜଡିତ ଅଛନ୍ତି । ବିଗ୍ ବସ୍ ଘରେ ଫେମସ୍‌ ହେବା ପରେ ଶେହନାଜ୍ ଗିଲ୍ ପୂରା ବଦଳି ଯାଇଛନ୍ତି । ଏପରି ମଧ୍ୟ ତାଙ୍କ ପତଳା ଟ୍ରିମ୍ ଲୁକ୍ ସହିତ ଶେହନାଜ୍ ଗିଲ୍ ଗ୍ଲାମରସ୍ ପୋଷାକରେ ପ୍ରାୟତଃ ଦେଖିବାକୁ ମିଳିଥାନ୍ତି । ଏବେ ଶେହନାଜ ତାଙ୍କର କିଛି ନୂଆ ଗ୍ଲାମରସ୍ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ଲେଦର ଜ୍ୟାକେଟ୍ ପିନ୍ଧିଥିବା ହଟ୍‌ ଲୁକ୍‌ରେ ନଜର ଆସିଛନ୍ତି । ଏହି ଲୁକ୍ ସହିତ ଶେହନାଜ ତାଙ୍କ ବେକ ଏବଂ ହାତରେ ଅକ୍ସିଡାଇଜଡ୍ ଅଳଙ୍କାର ମଧ୍ୟ ପିନ୍ଧିଛନ୍ତି । ଏହିପରି ଶେହନାଜ ବହୁତ ସୁନ୍ଦର ଲାଗୁଛନ୍ତି । ତେବେ ଶେହନାଜ ଏହି ଲୁକରେ ବିଭିନ୍ନ ପୋଜ୍ ଦେଉଥିବା ଅନେକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ସୁପର ସେକ୍ସି ଦେଖାଯାଉଛନ୍ତି । ଶେହନାଜଙ୍କ ଏହି ଫଟୋ ସେୟାର ହେବା ମାତ୍ରେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି । ଏପରି ଭାବେ ଶେହନାଜ ଏହି ସବୁ ଫଟୋ ନିଜ ଇନ୍‌ଷ୍ଟଗ୍ରାମ୍‌ରେ ସେୟାର କରିଛନ୍ତି ।

ପଞ୍ଜାବର କ୍ୟାଟ୍ରିନା କୈଫ ନାମରେ ଜଣାଶୁଣା ଶେହନାଜ ଗିଲ ପଞ୍ଜାବୀ ଫିଲ୍ମ ଏବଂ ଆଲବମରେ କାମ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ । ତେବେ ସଲମାନ ଖାନଙ୍କ ରିଆଲିଟି ସୋ ‘ବିଗ୍ ବସ୍ ୧୩’ରୁ ଶେହନାଜ ସୁନାମ ଅର୍ଜନ କରିଥିଲେ । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଶେହନାଜ ଗିଲ ସଲମାନ ଖାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ସହିତ ବଲିଉଡରେ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମ ପରେ ଅଭିନେତ୍ରୀଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଥ୍ୟାଙ୍କ ୟୁ ଫର କମିଂ’ ରେ ଦେଖିବାକୁ ମିଳିଥିଲା ।

 

View this post on Instagram

 

A post shared by Shehnaaz Gill (@shehnaazgill)

You might also like