Below header

ସରପଞ୍ଚ ଓ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ଯନ୍ତ୍ରୀ ହାତହାତି, ଉଭୟଙ୍କ ବିରୋଧରେ ମାମଲା ରୁଜୁ

ଵଲାଙ୍ଗିର ହରି ଶଙ୍କର ପୀଠରେ ବିକାଶ ମୂଳକ କାମ ଚାଲିଥିବା ବେଳେ କାମର ମାନକୁ ନେଇ ହାତହାତି ପରିସ୍ଥିତି । ପ୍ରଥମରେ କଥା କଟାକଟି ଓ ପରେ  ହାତାହାତି ହେଲେ ଚଙ୍ଗରିଆ ସରପଞ୍ଚ ଓ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ଯନ୍ତ୍ରୀ  ।

ଵଲାଙ୍ଗିର : ଵଲାଙ୍ଗିର ହରି ଶଙ୍କର ପୀଠରେ ବିକାଶ ମୂଳକ କାମ ଚାଲିଥିବା ବେଳେ କାମର ମାନକୁ ନେଇ ହାତହାତି ପରିସ୍ଥିତି । ପ୍ରଥମରେ କଥା କଟାକଟି ଓ ପରେ  ହାତାହାତି ହେଲେ ଚଙ୍ଗରିଆ ସରପଞ୍ଚ ଓ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ଯନ୍ତ୍ରୀ  । ଏହି ଭିଡ଼ିଓ ଭାଇରାଲ  ହୋଇଛି । ଚଙ୍ଗରିଆ ସରପଂଚ ସୁଶୀଲ ଗୁରୁ ଓ ଯନ୍ତ୍ରୀ ସିଦ୍ଧାର୍ଥ ଦାସଙ୍କ ଭିଡ଼ିଓ ଭାଇରାଲ ହୋଇଛି । ପରେ ମାମଲା ଥାନାରେ ପହଂଚିଛି ।  ଏହି ଗଣ୍ଡଗୋଳ ପରେ ଉଭୟ ପକ୍ଷ ଖପ୍ରାଖୋଲ ଥାନାର ଦ୍ୱାରସ୍ତ ହୋଇଛନ୍ତି । ସୁଶୀଲ ଗୁରୁ ଖପ୍ରାଖୋଲ ଥାନାରେ ମାମଲା ଦେଇଥିବା ବେଳେ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗର JE ବେଦବ୍ୟାସ ଭୋଇ ସୁଶୀଲ ଗୁରୁଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଉଭୟ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.