Browsing Tag

himachal pradesh

ହିମାଚଳ: ଆଇଟିବିପି ଯବାନଙ୍କ କ୍ୟାମ୍ପ ନିକଟରେ ହିମସ୍ଖଳନ, କ୍ୟାମ୍ପ ଠାରୁ ମାତ୍ର ୨୦୦ ମିଟର ଦୂରରେ ଅଟକିଲା ହିମଖଣ୍ଡ

ହିମାଚଳ ପ୍ରଦେଶ ଲାହୋଲ ସ୍ପିତି ଘାଟିରେ ବଡ଼ ହିମସ୍ଖଳନ । ଏହି ହିମସ୍ଖଳନ ଆଇଟିବିପି କ୍ୟାମ୍ପ ଠାରୁ ମାତ୍ର ୨୦୦ ମିଟର ଦୂରରେ ରହିଯାଇଛି । ଫଳରେ କ୍ୟାମ୍ପ ନଷ୍ଟ ହେବା ସହିତ ଯବାନଙ୍କ ଜୀବନ ବଞ୍ଚିଯାଇଛି । ସ୍ପିତି ଘାଟିରେ ଥିବା ଗ୍ୟୁ ଗାଁ ନିକଟରେ ହିମସ୍ଖଳନ ହୋଇଛି । ଏଠାରେ ଆଇଟିବିପି…

ସକାଳୁ ଥରିଲା ହିମାଚଳ ପ୍ରଦେଶର ମଣ୍ଡି, ଭୟରେ ଘରୁ ଦୌଡିଲେ ଲୋକ

ହିମାଚଳ ପ୍ରଦେଶ ମଣ୍ଡିରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ହିମାଚଳ ପ୍ରଦେଶର ମଣ୍ଡିରେ ରବିବାର ସକାଳୁ ଭୂମିକମ୍ପ ଝଟକା ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି । ୩.୭ ତୀବ୍ରତା ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଝଟକା ପାଇବା ପରେ ଲୋକ ତୁରନ୍ତ ଘରୁ ବାହାରି ଚାଲିଆସିଥିଲେ । ନ୍ୟାସନାଲ…

ହିମାଚଳ: ପାରାଗ୍ଲାଇଡିଂ ବେଳେ ଦୁର୍ଘଟଣା, ପାହାଡ଼ରୁ ତଳକୁ ଖସି ୧୯ ବର୍ଷୀୟା ଯୁବତୀ ମୃତ, ପାଇଲଟ୍ ଆହତ

ହିମାଚଳ ପ୍ରଦେଶର ଧର୍ମଶାଳାରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ପାରାଗ୍ଲାଇଡିଂ ବେଳେ ୧୯ ବର୍ଷୀୟା ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୨୯ ବର୍ଷୀୟ ପାଇଲଟ୍ ଆହତ ହୋଇଛନ୍ତି । ଶନିବାର ସନ୍ଧ୍ୟାରେ ଉଡ଼ାଣ ଭରିବା ବେଳେ କୌଣସି ତ୍ରୁଟି ବଶତଃ ପାରାଗ୍ଲାଇଡର ତଳକୁ ଖସି…

ହିମାଚଳରେ ପ୍ରବଳ ତୁଷାରପାତ, ୩ ଜାତୀୟ ରାଜପଥ ଓ ୧୫୭ ରାସ୍ତା ବନ୍ଦ, ବରଫରେ ଫସିଛି ଯାନବାହାନ

ହିମାଚଳ ପ୍ରଦେଶରେ ଜାରି ରହିଛି ପ୍ରବଳ ତୁଷାରପାତ । ଏବେ ବି ଏଠାରେ ୩ ଜାତୀୟ ରାଜପଥ ଏବଂ ୧୫୭ରୁ ଅଧିକ ରାସ୍ତା ବନ୍ଦ ରହିଛି । ଶହ ଶହ ଯାନବାହନ, ପର୍ଯ୍ୟଟକ ଏବଂ ଯାତ୍ରୀ ବର୍ତ୍ତମାନ ଫସି ରହିଛନ୍ତି । ପ୍ରବଳ ତୁଷାରପାତ ଯୋଗୁ ୩୦୦ରୁ ଅଧିକ ଗାଡ଼ି ଅଟକି ରହିଛି । ହିମାଚଳ ପରିବହନ ନିଗମର…

ହିମାଚଳ ପ୍ରଦେଶ : ୨୦୦ ମିଟର ଗଭୀର ଖାଇକୁ ଖସିଲା ବସ୍, ଅନେକ ମୃତ ଆଶଙ୍କା

ହିମାଚଳ ପ୍ରଦେଶ କୁଲ୍ଲୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ପ୍ରାଇଭେଟ ବସ୍ ଗଭୀର ଖାଇକୁ ଖସିଛି । ଦୁର୍ଘଟଣାରେ ଅନେକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ବସରେ ୨୦ରୁ ୨୫ ଜଣ ଯାତ୍ରୀ ରହିଥିବା ସୂଚନା ରହିଛି । ବସଟି କୁଲ୍ଲୁ ଆନିରୁ ଛତରିକୁ ଯାଉଥିଲା । ଖବର ମୁତାବକ, କୁଲ୍ଲୁର…

ମନାଲି: ଘରୋଇ ରିସୋର୍ଟରେ ନିଆଁ ଲାଗି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ହିମାଚଳ ପ୍ରଦେଶର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମନାଲିରେ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଏକ ଘରୋଇ ରିସୋର୍ଟରେ ନିଆଁ ଲାଗି କୋଟି କୋଟି ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଛି । ଏହି ରିସୋର୍ଟ କାଠରେ ତିଆରି ହୋଇଥିଲା, ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୩୦ କୋଟି ଟଙ୍କା ବୋଲି କୁହାଯାଉଛି ।…

ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା ଖାଇ ହରଡ଼ଘଣାରେ ୫ ପୋଲିସ କର୍ମଚାରୀ, ସ୍ପଷ୍ଟୀକରଣ ରଖିଲେ ସୁଖୁ

ସମୋସା ବା ସିଙ୍ଗଡ଼ାକୁ ନେଇ ହିମାଚଳ ରାଜନୀତିରେ ଦେଖା ଦେଇଛି ବିବାଦ । ସମୋସା ଯୋଗୁ ୫ ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କେବଳ ଏତିକି ନୁହେଁ, ସେମାନଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି । ରାଜ୍ୟର ସିଆଇଡି…

ମଣ୍ଡି: ୭୦୦ ମିଟର ଗଭୀର ଖାଇକୁ ଖସିଲା କାର୍, ବିବାହ ସମାରୋହରୁ ଫେରୁଥିବା ୫ ଯୁବକ ମୃତ

ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଏକ କାର୍ ଗଭୀର ଖାଇକୁ ଖସି ପଡ଼ିଛି । ଦୁର୍ଘଟଣା ଘଟିଛି ଚୌହାରଘାଟିର ଭରଧାଣରେ । ଶନିବାର ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣାରେ କାରରେ ଥିବା ୫ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକମାନେ ସମସ୍ତେ ଗୋଟିଏ ଗାଁର ବାସିନ୍ଦା । ବରୋଟରେ ଏକ ବିବାହ…

ହିମାଚଳରେ ଏବେ ୧ ତାରିଖରେ ଦରମା ପାଇବେନି କର୍ମଚାରୀ, ବଦଳିଲା ପେନ୍‌ସନର ତାରିଖ

ହିମାଚଳ ପ୍ରଦେଶରେ ସରକାରୀ କର୍ମଚାରୀଙ୍କ ଦରମା ଓ ପେନ୍‌ସନକୁ ନେଇ ବଡ଼ ପରିର୍ବତ୍ତନ କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ବିଧାନସଭାରେ କହିଛନ୍ତି ଯେ କର୍ମଚାରୀମାନଙ୍କୁ ସେପ୍ଟେମ୍ବର ୫ରେ ଦରମା ଏବଂ ୧୦ରେ ପେନ୍‌ସନଭୋଗୀଙ୍କୁ ପେନ୍‌ସନ ଦିଆଯିବ । ରାଜ୍ୟର ଆର୍ଥିକ ସ୍ଥିତିରେ…

ହିମାଚଳରେ ବର୍ଷା ତାଣ୍ଡବ: ଉନ୍ନାରେ ଭାଙ୍ଗିଲା ପୋଲ, ଅଟଳ ଟନେଲ ପାଖରେ ଭୂସ୍ଖଳନ, ମନାଲି ହାଇୱେ ବନ୍ଦ

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଶିମଲା ରାମପୁରରେ ବାଦଲ ଫଟା ବର୍ଷା ଯୋଗୁ ତଳିଆ ଗାଁରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଉନ୍ନାରେ ପୋଲ ଭାଙ୍ଗିବା ସହିତ ଲେହ-ଲଦାଖ ହାଇୱେରେ ଭୂସ୍ଖଳନ ଯୋଗୁଁ ରାସ୍ତା ବନ୍ଦ ରହିଛି । ସୂଚନା ମୁତାବକ, ଉନ୍ନା…

ହିମାଚଳରେ ପୁଣି ବାଦଲ ଫଟା ବର୍ଷା : ୧୩ ମୃତ, ଅନେକ ନିଖୋଜ

ହିମାଚଳ ପ୍ରଦେଶର ଶ୍ରୀଖଣ୍ଡ ନିକଟ ବାଗି ପୋଲ ନିକଟରେ ବାଦଲ ଫଟା ବର୍ଷାରେ ୪୫ ଜଣ ଲୋକ ଭାସିଯାଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଉଛି । ଏନଡିଆରଏଫର ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି । ଏନଡିଆରଏଫ ଟିମ୍‌ ହିମାଚଳ…

ହିମାଚଳ: ବାଦଲ ଫଟା ବର୍ଷା ଓ ଭୂସ୍ଖଳନରେ ୧୩ ଜଣଙ୍କ ମୃତ୍ୟୁ, ୪୦ ନିଖୋଜ

ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ହିମାଚଳର କୁଲୁ-ମନାଲୀ ଓ ଲାହୌଲ-ସ୍ପିତିରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ଏଠାରେ ଭୟଙ୍କର ବିପର୍ଯ୍ୟୟ ଆଣିଛି ବାଦଲ ଫଟା ବର୍ଷା । ଅନେକ ଘର, ଦୋକାନ, କ୍ଷେତବାଡ଼ି…