ହିମାଚଳ ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀଙ୍କ ପତ୍ନୀଙ୍କ ବିୟୋଗ, ହୃଦ୍‌ଘାତରେ ତ୍ୟାଗ କଲେ ଶେଷ ନିଃଶ୍ୱାସ

ହିମାଚଳ ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀଙ୍କ ପତ୍ନୀ ପ୍ରଫେସର ସିମି ଅଗ୍ନିହୋତ୍ରୀଙ୍କ ଦେହାନ୍ତ ହୋଇଛି । ଶୁକ୍ରବାର ରାତି ପ୍ରାୟ ୧୨ଟାରେ ଡେପୁଟି ସିଏମ୍‌ ନିଜ ଫେସବୁକ ପେଜ୍‌ରେ ଏହି ସୂଚନା ଦେଇଛନ୍ତି ।

ହିମାଚଳ ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀଙ୍କ ପତ୍ନୀ ପ୍ରଫେସର ସିମି ଅଗ୍ନିହୋତ୍ରୀଙ୍କ ଦେହାନ୍ତ ହୋଇଛି । ଶୁକ୍ରବାର ରାତି ପ୍ରାୟ ୧୨ଟାରେ ଡେପୁଟି ସିଏମ୍‌ ନିଜ ଫେସବୁକ ପେଜ୍‌ରେ ଏହି ସୂଚନା ଦେଇଛନ୍ତି । ଖବର ମୁତାବକ, ସିମି ଅଗ୍ନିହୋତ୍ରୀଙ୍କୁ ହୃଦ୍‌ଘାତ ଆସିଥିଲା । ତାଙ୍କୁ ଚଣ୍ଡିଗଡ଼ର ପିଜିଆଇ ନିଆଯାଉଥିବା ରାସ୍ତାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ବିଳମ୍ବିତ ରାତିରେ ନିଜ ଫେସବୁକରେ ଏହି ଦୁଃଖଦ ଖବର ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ ‘ଅତ୍ୟନ୍ତ ଦୁଃଖ ହୃଦୟରେ ଜଣାଉଛି ଯେ ପ୍ରଫେସର ସିମି ଅଗ୍ନିହୋତ୍ରୀ ଜୀ ଏହି ମର୍ତ୍ତ୍ୟ ଜଗତ ଛାଡି ପ୍ରଭୁଙ୍କ ଚରଣରେ ଲୀନ ହୋଇଛନ୍ତି । ତାଙ୍କର ଅନ୍ତିମ ଦର୍ଶନ ପାଇଁ ପାର୍ଥିବ ଶରୀରକୁ ଆମ ପୈତୃକ ଗାଁ ଗୋନ୍ଦପୁର ଜୟଚନ୍ଦସ୍ଥିତ ବ୍ୟକ୍ତିଗତ ବାସଭବନ ଆସ୍ଥା କୁଞ୍ଜରେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରଖାଯିବ । ଫେବୃୟାରୀ ୧୦ ଶନିବାର ଅପରାହ୍ନ ୨ଟାରେ ମୋକ୍ଷ ଧାମ ହରୋଲିରେ ଅନ୍ତିମ ସଂସ୍କାର କରାଯିବ’ ।

ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ନିଜ ବାସଭବନରେ ସିମି ଅଗ୍ନିହୋତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍‌ ବିଗିଡ଼ି ଯାଇଥିଲା । ତୁରନ୍ତ ତାଙ୍କୁ ରାତିରେ ଚଣ୍ଡିଗଡ଼ ନିଆଯାଉଥିଲା, ହେଲେ ରାସ୍ତାରେ ହିଁ ସେ ଆଖି ବୁଜି ଦେଇଥିଲେ । କହି ରଖୁଛୁ, ସିମି ଅଗ୍ନିହୋତ୍ରୀ ହିମାଚଳ ପ୍ରଦେଶ ୟୁନିଭର୍ସିଟିର ଲୋକ ପ୍ରଶାସନ ବିଭାଗରେ ପ୍ରଫେସର ରୂପେ କାର୍ଯ୍ୟରତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.