Below header

ଓଡିଶାର ଆଠଗଡ଼ରେ ଖୋଲିବ କ୍ରିକେଟର ରବି ଶାସ୍ତ୍ରୀଙ୍କ କ୍ରିକେଟ କୋଚିଂ ଅନୁଷ୍ଠାନ

ଓଡିଶାରେ ଖୋଲିବ କ୍ରିକେଟର ରବି ଶାସ୍ତ୍ରୀଙ୍କ କ୍ରିକେଟ କୋଚିଂ ଅନୁଷ୍ଠାନ। ଯାହା ପୂର୍ବ ଭାରତର ସବୁଠାରୁ ବଡ ଘରୋଇ କ୍ରିକେଟ କୋଚିଂ ଅନୁଷ୍ଠାନ ଭାବେ ପରିଚିତ ହେବ । 

ଆଠଗଡ଼ (କେନ୍ୟୁଜ): ଓଡିଶାରେ ଖୋଲିବ କ୍ରିକେଟର ରବି ଶାସ୍ତ୍ରୀଙ୍କ କ୍ରିକେଟ କୋଚିଂ ଅନୁଷ୍ଠାନ। ଯାହା ପୂର୍ବ ଭାରତର ସବୁଠାରୁ ବଡ ଘରୋଇ କ୍ରିକେଟ କୋଚିଂ ଅନୁଷ୍ଠାନ ଭାବେ ପରିଚିତ ହେବ ।  ଆଠଗଡ଼ ବ୍ଲକ ଅନ୍ତର୍ଗତ କପୁରସିଂଠାରେ ଏମ୍.ଜି.ଏମ୍ ସ୍କୁଲ୍ ଅଫ ସ୍ପୋର୍ଟ୍ସ ଓ କ୍ରିକେଟ ଉତ୍କର୍ଷତା କେନ୍ଦ୍ରରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ। ଖାଲି ଖେଳାଳୀ ନୁହେଁ କୋଚ୍ ମାନକୁ ବି ପ୍ରଶିକ୍ଷଣ ଦେବା ପାଇଁ ପୂର୍ବତନ ଆନ୍ତର୍ଜାତିକ କ୍ରିକେଟ୍ ଖେଳାଳି ତଥା ଭାରତୀୟ ଟିମ୍ ର କୋଚ୍ ରବି ଶାସ୍ତ୍ରୀଙ୍କର ଏକ କୋଚିଙ୍ଗ ସେଣ୍ଟର୍ ସହିତ ଖୁବ୍ ଶୀଘ୍ର ଚୁକ୍ତିନାମା ହେବ । ଆଗାମୀ ଅପ୍ରେଲ ୧ ତାରିଖରୁ ଖେଳାଳି ମାନଙ୍କ ସହିତ କୋଚ୍ ମାନଙ୍କୁ କୋଚିଂ ଦେବା ସହିତ ସେକ୍ଟର ସେଣ୍ଟର ଅଫ୍ ଏକ୍ସିଲେଣ୍ଟ ଭାବେ ନିର୍ମିତ ହେବ ବୋଲି ସୂଚନା ଦେଇଛନ୍ତି ଏମ୍.ଜି .ଏମ୍ ନିର୍ଦେଶକ ପଙ୍କଜ ଲୋଚନ ମହାନ୍ତି ।

ଏମ୍.ଜି.ଏମ୍ ସ୍କୁଲ୍ ଅଫ୍ ସ୍ପୋର୍ଟ୍ସ ପକ୍ଷରୁ ପ୍ରାୟ ୩୦ ଏକର ପରିମିତ ଜାଗାରେ ନିର୍ମାଣ ହୋଇଛି ଏହି କ୍ରିକେଟର ଆନ୍ତର୍ଜାତୀୟ ଉତ୍କର୍ଷତା କେନ୍ଦ୍ର। ଏହି ସ୍ଥାନରେ ମୁଖ୍ୟତଃ କ୍ରିକେଟର ସମସ୍ତ ବିଭାଗର ପ୍ରଶିକ୍ଷଣ ଦିଆଯିବା ସହ ଅନ୍ୟ ଖେଳର ମଧ୍ୟ ପ୍ରଶିକ୍ଷଣ ଦିଆଯିବ । ଏହା ସହିତ ହଷ୍ଟେଲର ପାଇଁ ସମସ୍ତ ବ୍ୟବସ୍ଥା କରାଯିବ । ହଷ୍ଟେଲରେ ରହିବା ସହ ଷ୍ଟାଡିୟମର ଫାଇଦା ଅନେକ ଉତ୍ତମ ଖେଳାଳି ମାନଙ୍କ ସହିତ ପ୍ରଶିକ୍ଷକମାନେ ନେଇପାରିବେ ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଏହାର ନିର୍ଦେଶକ ପଙ୍କଜ ଲୋଚନ ମହାନ୍ତି ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ୨୭ ଜଣ କୋଚ୍ ଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଆସନ୍ତା ୨୦ ତାରିଖରେ ପୂର୍ବତନ ଆନ୍ତର୍ଜାତିକ କ୍ରିକେଟ୍ ଖେଳାଳି ରବି ଶାସ୍ତ୍ରୀଙ୍କ ଏକ ଏମ୍.ଓ.ୟୁ ସ୍ୱାକ୍ଷର ହେବ । ଏ ସଂକ୍ରାନ୍ତରେ ସରକାରଙ୍କୁ ଅବଗତ କରାଯାଇ ଥିବା ନିର୍ଦ୍ଦେଶକ କହିଛନ୍ତି । ଯୁବ ଖେଳାଳି , ମହିଳା ଖେଳାଳିଙ୍କ ପାଇଁ ଏହି ଷ୍ଟାଡିୟମ ଅନେକ ଲାଭଦାୟକ ହେବା ସହ ପ୍ରେରଣା ଯୋଗାଇବ ବୋଲି ପ୍ରଶିକ୍ଷଣ ନେଉଥିବା ଯୁବ କୋଚ୍ ମାନେ କହିଛନ୍ତି ।

ଗୋଟିଏ ପଟେ କେନ୍ଦ୍ର ଏବଂ ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ବେଳେ, ଓଡ଼ିଶା ତଥା କଟକ ଜିଲ୍ଲାର ଆଠଗଡ଼ ଭଳି ସ୍ଥାନରେ କ୍ରିକେଟ୍ ଖେଳିକୁ ପ୍ରୋତ୍ସାହନ ଦେଇ ଗ୍ରାମାଞ୍ଚଳ ଓ ସହରା ଅଞ୍ଚଳର ଖେଳାଳି ଓ କୋଚ୍ ମାନଙ୍କ ପାଇଁ ଏହି କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର ହେବା ନିହାତୀ ସ୍ୱାଗତ ଯୋଗ୍ୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.