ଚୁଡ଼ି ବିକାଳିଙ୍କ ମୁହଁରୁ ବାହାରୁଛି ଅନର୍ଗଳ ଇଂରାଜୀ ଶବ୍ଦ, ଭାଇରାଲ ହେଉଛି ଭିଡିଓ

ମହିଳା ଜଣଙ୍କ ଚୁଡ଼ି ବିକିବା ସହ ଏଭଳି ଇଂରାଜୀ କହୁଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିଛି ଲୋକ ମହିଳାଙ୍କ ଏହି ଟ୍ୟାଲେଣ୍ଟର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହା ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ।

ଚୁଡ଼ି ବିକାଳିଙ୍କ ମୁହଁରୁ ବାହାରୁଛି ଧଡ଼ା ଧଡ଼ ଇଂରାଜୀ ଶବ୍ଦ । ଆତ୍ମବିଶ୍ୱାସର ସହ ଚୁଡ଼ି ବିକାଳି ଜଣଙ୍କ ନିଜ କଥାକୁ ଅତି ସ୍ପଷ୍ଟ ଭାବେ ଇଂରାଜୀରେ କହିିଛନ୍ତି । ଇଂରାଜୀରେ କଥା କୁହା ଷ୍ଟାଇଲ୍‌ ସମସ୍ତଙ୍କୁ ଆକର୍ଷିତ କରିଛି । କେବଳ ଯେ ଇଙ୍ଗଳିସ୍‌ ମିଡିୟମରୁ ପାଠ ପଢ଼ିଲେ ଭଲ ଇଙ୍ଗଲିସ୍‌ କହି ହେବ ତାହା ନୁହେଁ ଏଭଳି କଥାକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ଚୁଡ଼ି ବିକୁଥିବା ମହିଳା । ଏତେ ଭଲ ଇଂରାଜୀ ଶବ୍ଦ କହୁଥିଲେ ମଧ୍ୟ ଦୁଃଖର ବିଷୟ ଚୁଡ଼ି ବିକି ପେଟ ପୋଷୁଛନ୍ତି । ପେଟକୁ ଟିକେ ଦାନା ଯୋଗାଇବା ପାଇଁ ସଂଘର୍ଷ କରି ଚାଲିଛନ୍ତି । ଏନେଇ ମନରେ ଟିକେ ବି ଦୁଃଖ ନାହିଁ । ବାସ୍‌ ନିଜ ସହ ନିଜ ପରିବାରକୁ କେମିତି ଚଳାଇବେ ସେହି ଚିନ୍ତା ନେଇ ଘରୁ ବାହାରିଛନ୍ତି ଚୁଡ଼ି ବିକିବାକୁ ।

ତେବେ ମହିଳା ଜଣଙ୍କ ଚୁଡ଼ି ବିକିବା ସହ ଏଭଳି ଇଂରାଜୀ କହୁଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିଛି ଲୋକ ମହିଳାଙ୍କ ଏହି ଟ୍ୟାଲେଣ୍ଟର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହା ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । ନିକଟରେ ଗୋଆର ସମୁଦ୍ର କୂଳରେ ଏହି ମହିଳା ଜଣଙ୍କ ଚୁଡ଼ି ବିକ୍ରି କରୁଥିଲେ । ଚୁଡ଼ି ବିକିବା ସମୟରେ ସେ ଯେମିତି ଇଂରାଜୀରେ କଥା କହୁଥିଲେ ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଭାଇରାଲ ଭିଡିଓଟି ଗୋଆର ବାଗାଟୋର ବିଚ୍‌ ର ବୋଲି ଜଣା ପଡ଼ିଛି । ଦ ଭଏସ ଅଫ୍‌ ସିକିମ୍‌ ନାମକ ଏକ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି । ଭିଡିଓରେ ମହିଳା ଜଣଙ୍କ କହିଛନ୍ତି ସେ ଅନେକ ଦିନରୁ ଏହି କାମ କରି ଆସୁଛନ୍ତି ।

କରୋନା ମହାମାରୀ ସମୟରେ ହୋଇଥିବା ପରିବର୍ତ୍ତନ ବିଷୟରେ ମହିଳା ଜଣଙ୍କ ଇଂରାଜୀରେ ଅତି ସୁନ୍ଦର ଭାବେ କହିଛନ୍ତି । ବାଗାଟୋର ବିଚ୍‌ ରେ ପୂର୍ବରୁ ବିଦେଶୀମାନେ ଆସୁଥିଲେ କିନ୍ତୁ ଏବେ ଭାରତୀୟମାନେ ମଧ୍ୟ ଏଠାକୁ ବୁଲିବାକୁ ଆସୁଛନ୍ତି ବୋଲି କହିଥିଲେ ମହିଳା । ଭିଡିଓରେ ମହିଳା ଜଣଙ୍କ ସମୁଦ୍ର କୂଳରେ ହେଉଥିବା ପରିବର୍ତ୍ତନ ବିଷୟରେ କହିଛନ୍ତି ।

ଭାଇରାଲ ହୋଇଥିବା ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଛନ୍ତି । ଲୋକମାନେ ଭିଡିଓକୁ ଦେଖିବା ପରେ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି । ମହିଳା ଜଣଙ୍କ ଯେଉଁଭଳି ଭାବେ ସୁନ୍ଦର ଇଂରାଜୀ କହିଛନ୍ତି ତାକୁ ଦେଖିବା ପରେ ଅନେକ ଲୋକ ମହିଳାଙ୍କର ପ୍ରଶଂଶା କରିଛନ୍ତି ।

ପେଟ ପାଇଁ ସବୁ ନାଟ । ନିଜ ପେଟ ପୋଷିବା ପାଇଁ ମହିଳା ଚୁଡ଼ି ବିକିବା କାମ କୁ ଆପଣାଇଛନ୍ତି । ଜୀବନରେ ଯେତେ ଦୁଃଖ ଥିଲେ ନା କାହିଁକି ସେ ପ୍ରତିଟି ମୂହୁର୍ତ୍ତକୁ ଖୁସିରେ ବିତାଇବାକୁ ଚାହୁଁଛନ୍ତି । ତାଙ୍କର ଏ ଉଚ୍ଚ ମନୋଭାବନା ଅନ୍ୟମାନଙ୍କ ପାଇଁ ବର୍ତ୍ତମାନ ଉଦାହରଣ ସାଜିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.