ଅତିଥି ବେଶରେ ଆସି ଖାଇ ପିଇ ସୁନା ଗହଣା ଓ ଟଙ୍କା ଲୁଟି ନେଇ ଚାଲିଗଲେ

ବିବାହ ମଣ୍ଡପକୁ ଅତିଥି ବେଶରେ ଆସିଲେ, ବାହା ମଣ୍ଡପରୁ ଲୁଟିନେଇ ଚାଲିଗଲେ । ଗୋଟିଏ ଦିନରେ ରାଜଧାନୀର ୨ଟି ବିବାହ ମଣ୍ଡପରୁ ଲୁଟ୍ । ଭୁବନେଶ୍ବର ମେ ଫେୟାର ମ୍ୟାରେଜ୍ ହଲ୍ ଓ ବଡଗଡ ଅଞ୍ଚଳର ବିବାହ ମଣ୍ଡପରୁ ଲୁଟ୍ ହୋଇଛି ।

ଭୁବନେଶ୍ବର (କେନ୍ୟୁଜ): ବିବାହ ମଣ୍ଡପକୁ ଅତିଥି ବେଶରେ ଆସିଲେ, ବାହା ମଣ୍ଡପରୁ ଲୁଟିନେଇ ଚାଲିଗଲେ । ଗୋଟିଏ ଦିନରେ ରାଜଧାନୀର ୨ଟି ବିବାହ ମଣ୍ଡପରୁ ଲୁଟ୍ । ଭୁବନେଶ୍ବର ମେ ଫେୟାର ମ୍ୟାରେଜ୍ ହଲ୍ ଓ ବଡଗଡ ଅଞ୍ଚଳର ବିବାହ ମଣ୍ଡପରୁ ଲୁଟ୍ ହୋଇଛି । ଲୁଟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ବଡଗଡ଼ ଅଞ୍ଚଳର ବିବାହ ମଣ୍ଡପରୁ ୪ଲକ୍ଷ ରୁ ଅଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟ ହୋଇଥିବା ବେଳେ ମେ ଫେୟାର ମ୍ୟାରେଜ ହଲରୁ ମଧ୍ୟ ଲକ୍ଷାଧିକ ଟଙ୍କାର ସୁନା ଗହଣା, ଗିପ୍ଟ, ଟଙ୍କା ଓ ମୋବାଇଲ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ନେଇ ମୈତ୍ରୀବିହାର ଏବଂ ବଡଗଡ଼ ଥାନାରେ ମାମଲା ରୁଜୁ କରାଯାଇଛି । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.