୭ କୋଟି କର୍ମଚାରୀଙ୍କ ପାଇଁ ଖୁସି ଖବର ! ବଢ଼ିଲା PF ଆକାଉଣ୍ଟର ସୁଧ ହାର

ଇପିଏଫ୍‌ ଆକାଉଣ୍ଟ ପାଇଁ ବଢ଼ିଲା ସୁଧ ହାର । କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (EPFO)ର ସେଣ୍ଟ୍ରାଲ ଟ୍ରଷ୍ଟି ବୋର୍ଡ ୨୦୨୩-୨୪ ପାଇଁ କର୍ମଚାରୀ ଭବିଷ୍ୟ ନିଧି (EPF) ଆକାଉଣ୍ଟ ଲାଗି ବର୍ଦ୍ଧିତ ସୁଧ ହାର ଘୋଷଣା କରିଛି ।

ଇପିଏଫ୍‌ ଆକାଉଣ୍ଟ ପାଇଁ ବଢ଼ିଲା ସୁଧ ହାର । କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (EPFO)ର ସେଣ୍ଟ୍ରାଲ ଟ୍ରଷ୍ଟି ବୋର୍ଡ (CBT) ୨୦୨୩-୨୪ ପାଇଁ କର୍ମଚାରୀ ଭବିଷ୍ୟ ନିଧି (EPF) ଆକାଉଣ୍ଟ ଲାଗି ବର୍ଦ୍ଧିତ ସୁଧ ହାର ଘୋଷଣା କରିଛି । EPFO କୋଟି କୋଟି କର୍ମଚାରୀଙ୍କ ପାଇଁ ଚଳିତ ଆର୍ଥିକ ବର୍ଷର ସୁଧ ହାର ବୃଦ୍ଧି କରିଛି ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ମୁତାବକ, ବର୍ତ୍ତମାନ କର୍ମଚାରୀମାନଙ୍କୁ ପୂର୍ବ ଅପେକ୍ଷା ୦.୧୦ ପ୍ରତିଶତ ଅଧିକ ସୁଧ ମିଳିବ । ଏହାର ଅର୍ଥ ହେଉଛି, ଏବେ ଆପଣଙ୍କ PF ଆକାଉଣ୍ଟରେ ୮.୨୫% ସୁଧ ହାର ଦିଆଯିବ ।

ସୂଚନାଯୋଗ୍ୟ, ଗତ ବର୍ଷ ମାର୍ଚ୍ଚ ୨୮ରେ EPFO ୨୦୨୨-୨୩ ପାଇଁ ଇପିଏଫ୍‌ ଆକାଉଣ୍ଟ ଲାଗି ୮.୧୫% ସୁଧ ହାର ଘୋଷଣା କରିଥିଲା । ଏହିପରି ଆର୍ଥିକ ବର୍ଷ ୨୦୨୨ ପାଇଁ ୮.୧୦% ସୁଧ ଦେଇଥିଲା ।

କହି ରଖୁଛୁ ଯେ EPFO ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପିଏଫ୍‌ ଆକାଉଣ୍ଟ ଅଧୀନରେ ସୁଧ ହାର ପ୍ରତିବର୍ଷ ଘୋଷଣା କରିଥାଏ । EPFO ଅଧୀନରେ ୭ କୋଟିରୁ ଅଧିକ କର୍ମଚାରୀ ଯୋଡ଼ି ହୋଇଛନ୍ତି । କର୍ମଚାରୀ ଭବିଷ୍ୟ ନିଧି ଆକାଉଣ୍ଟରେ ସୁଧ ବର୍ଷକୁ ଗୋଟିଏ ଥର ମାର୍ଚ୍ଚ ୩୧ରେ ପ୍ରଦାନ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.