ହିମାଚଳରେ ତୁଷାରପାତ ପରେ ଫିଟିଲା ପାଗ, ବଢ଼ିଲା ଦୁର୍ଦ୍ଦଶା; ୪ NH ସମେତ ୭୨୦ଟି ରାସ୍ତା ବନ୍ଦ

ହିମାଚଳ ପ୍ରଦେଶରେ ପାଗ ଫିଟିିଛି । ହେଲେ ସମସ୍ୟା ବଢ଼ିଯାଇଛି । ରାଜ୍ୟରେ ପ୍ରବଳ ତୁଷାରପାତ ପରେ ୪ ଜାତୀୟ ରାଜପଥ ସମେତ ୭୨୦ଟି ରାସ୍ତା ବନ୍ଦ ହୋଇଯାଇଛି । ଏହିପରି ରାଜ୍ୟରେ ୨୨୪୩ରୁ ଅଧିକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ମଧ୍ୟ ଠପ୍‌ ହୋଇପଡ଼ିଛି ।

ହିମାଚଳ ପ୍ରଦେଶରେ ପାଗ ଫିଟିିଛି । ହେଲେ ସମସ୍ୟା ବଢ଼ିଯାଇଛି । ରାଜ୍ୟରେ ପ୍ରବଳ ତୁଷାରପାତ ପରେ ୪ ଜାତୀୟ ରାଜପଥ ସମେତ ୭୨୦ଟି ରାସ୍ତା ବନ୍ଦ ହୋଇଯାଇଛି । ଏହିପରି ରାଜ୍ୟରେ ୨୨୪୩ରୁ ଅଧିକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ମଧ୍ୟ ଠପ୍‌ ହୋଇପଡ଼ିଛି ।

ଶିମ୍‌ଲା ଜିଲ୍ଲାରେ ୨୫୦ ପାଖାପାଖି ରାସ୍ତା ବନ୍ଦ ରହିଛି । ଶୁକ୍ରବାର ସକାଳୁ ରାସ୍ତା ସଫା କରିବା ପାଇଁ ଚେଷ୍ଟା ଚାଲିଛି । ଲାହୋଲ ଘାଟି ଏକପ୍ରକାର ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଏଠାରେ ଲେହ ମନାଲି ରାଜପଥ ବ୍ଲକ୍‌ ହୋଇଯାଇଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଆଜି ଦିନର ଅପ୍‌ଡେଟ ଦିଆଯାଇଛି । କୁହାଯାଇଛି, ପ୍ରବଳ ତୁଷାରପାତ ଯୋଗୁ ରାସ୍ତାଗୁଡ଼ିକରେ ଯାତାୟାତ ପ୍ରଭାବିତ ହୋଇଛି ।

ଚମ୍ବ ଜିଲ୍ଲାରେ ୧୬୩ଟି ରାସ୍ତା, କିନୌରରେ ଏକ ଜାତୀୟ ରାଜପଥ ସହ ୪୬ଟି ରାସ୍ତା, କୁଲୁରେ ୩ଟି ଜାତୀୟ ରାଜପଥ ସହ ୬୭ଟି ରାସ୍ତା ବନ୍ଦ ହୋଇଯାଇଥିବା ବେଳେ ଲାହୋଲ ସ୍ପିତିରେ ୧୩୯ଟି ରାସ୍ତା, ମଣ୍ଡିରେ ୫୪ ଏବଂ ଶିମ୍‌ଲାରେ ୨୫୦ରୁ ଅଧିକ ରାସ୍ତା ବନ୍ଦ ରହିଛି । ଏଗୁଡ଼ିକୁ ଖୋଲିବା ପାଇଁ ମେସିନ ଲଗାଯାଇଛି ।

ହିମାଚଳ ପ୍ରଦେଶର ଉପର ଅଞ୍ଚଳରେ ସର୍ବାଧିକ ତୁଷାରପାତ ହୋଇଛି ଏବଂ ଏଠାରେ ଅଧିକ ସମସ୍ୟା ଦେଖାଦେଇଛି । ପ୍ରବଳ ଥଣ୍ଡା ଯୋଗୁ ଶିମ୍‌ଲା ସହରରେ ନେପାଳର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳେ ଯଦିଓ ଏଠାରେ ଖରା ପଡ଼ିଛି, କିନ୍ତୁ ଶନିବାର ଓ ରବିବାର ପୁଣିଥରେ ବର୍ଷା ଏବଂ ତୁଷାରପାତର ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.